ETV Bharat / sports

BGT Series: ଭାରତରେ ପହଁଞ୍ଚିଲା କଙ୍ଗାରୁ ଟିମ, ଫ୍ଲାଇଟ୍ ମିସ୍ କଲେ ଖାଓ୍ୱଜା

author img

By

Published : Feb 1, 2023, 5:10 PM IST

ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଭାରତ ଗସ୍ତ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆ କ୍ରିକେଟ ଟିମ
ଅଷ୍ଟ୍ରେଲିଆ କ୍ରିକେଟ ଟିମ

ହାଇଦ୍ରାବାଦ : ଭାରତ ଗସ୍ତ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଏନେଇ ଆଜି (ବୁଧବାର) ଅଷ୍ଟ୍ରେଲିଆ କ୍ରିକେଟ ଟିମ ଭାରତରେ ପହଁଞ୍ଚିଛି । ହେଲେ କ୍ରିକେଟର ଉସମାନ ଖାଓ୍ୱଜାଙ୍କୁ ଭାରତ ପାଇଁ ଭିସା ମିଳି ପାରିନାହିଁ । ଯେଉଁ କାରଣରୁ ସେ ଭାରତ ଗସ୍ତ କରିପାରିନାହାଁନ୍ତି । ଏନେଇ ଉସମାନ ଖ୍ବାଜା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉସମାନ ଲେଖିଛନ୍ତି "ମୁଁ ଭାରତ ଭିସା ପାଇଁ ଅପେକ୍ଷା କରିଛି ।" ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ପେବୃଆରୀ ୯ ତାରିଖରେ ନାଗପୁରରେ ଆରମ୍ଭ ହେବ ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଗୁରୁତର ଭାବରେ ନେଇଛି ଟିମ ଇଣ୍ଡିଆ । ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଁଞ୍ଚିବାର ପ୍ରବେଶ ଏହି ସିରିଜ ହିଁ ନିର୍ଣ୍ଣୟ କରିବ । ସେପଟେ ବୋର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଓପନ ଚ୍ୟାଲେଞ୍ଜ କରିଛି କଙ୍ଗାରୁ ଟିମ । ଦଳ କହିଛି ଭାରତ ବିପକ୍ଷରେ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚରେ କଡା ଟକ୍କର ହେବ । ଏଥିପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ଅଷ୍ଟ୍ରେଲିଆ ୧୯ ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେଣୁ କଙ୍ଗାରୁ ଟିମ ଏହି ସିରିଜରେ ଭାରତକୁ ମାତ୍ ଦେବା ନେଇ ଲକ୍ଷ୍ୟ ରଖିଛି । ଫେବୃଆରୀ ୯ ତାରିଖରୁ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଫେବୃଆରୀ ୯ ତାରିଖରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ଏହା ପରେ ମାର୍ଚ୍ଚ ୧୭ ତାରିଖରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଟିକିଆ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ସେପଟେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି କି ଆଶା କରାଯାଉଛି ବହୁତ ଶୀଘ୍ର ଉସମାନ ଖ୍ବାଜାଙ୍କ ଭିସା କ୍ଲିୟର ହୋଇଯିବ । ଉସମାନ ଖ୍ବାଜା ଗୁରୁବାର ଭାରତରେ ପହଁଞ୍ଚିବେ । ଖ୍ବାଜା ଅଷ୍ଟ୍ରେଲିଆ କ୍ରିକେଟ ଟିମର ଜଣେ ସକ୍ରିୟ ଖେଳାଳି । ତେବେ ଭାରତ ଆସିବା ପାଇଁ ତାଙ୍କ ଭିସାରେ କେଉଁଠି ଅସୁବିଧା ରହିଲା ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହଁ । ଉସମାନ ଖ୍ବାଜାଙ୍କ ଜନ୍ମ ପାକିସ୍ତାନର ଇସଲାମ ବାଦରେ ହୋଇଥିଲା । ପରେ ସେ ଅଷ୍ଟ୍ରେଲିଆକୁ ସ୍ଥାନାନ୍ତରିତ ହୋଇଥିଲେ । ଉସମାନ ଖ୍ବାଜା ଅଷ୍ଟ୍ରେଲିଆ ପାଇଁ ୫୬ ଟି ଟେଷ୍ଟ ମ୍ୟାଚ ଖେଳି ୪୧୬୨ ରନ ସଂଗ୍ରହ କରିବାର ରେକର୍ଡ ରହିଛି । ଏଥିରେ ୧୩ ଟି ଶତକ ସାମିଲ ରହିଛି । ସେହିପରି ୪୦ ଟି ଦିନିକିଆ ମ୍ୟାଚରୁ ୧୫୫୪ ରନ ସଂଗ୍ରହ କରିବାରେ ରେକର୍ଡ ରହିଛି । ୯ ଟି ଟି୨୦ ମ୍ୟାଚ ଖେଳି ସେ ୨୪୧ ରନ ସଂଗ୍ରହ କରିଛନ୍ତି ।

ଟିମ ଇଣ୍ଡିଆ ସ୍କ୍ବାଡ - ରୋହିତ ଶର୍ମା ( ଅଧିନାୟକ), ଲୋକେଶ ରାହୁଲ ( ଉପଅଧିନାୟକ ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏସ ଭରତ ( ୱିକେଟ କିପର ), ଇଶାନ କିଶାନ ( ୱିକେଟ କିପର ), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ ।

ଅଷ୍ଟ୍ରେଲିଆ ସ୍କ୍ବାଡ - ପେଟ କମିନ୍ସ (ଅଧିନାୟକ), ଏସ୍ଟନ ଏଗର, ସ୍କୋଟ ବୋଲେଣ୍ଡ, ଏଲେକ୍ସ କେରୀ, କେମରନ ଗ୍ରୀନ, ପିଟର ହେଣ୍ଡସକମ୍ବ, ଜୋଶ ହେଜେଲଉଡ, ତ୍ରାବିଶ ହେଡ, ଉସମାନ ଖ୍ବାଜା, ମାରନସ ଲବସଚଗନେ, ନାଥନ ଲିୟୋନ, ଲାଂସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସୋ, ଷ୍ଟିଭ୍‌ ସ୍ମଥ୍‌, ମିଶେଲ୍‌ ସ୍ଟାର୍କ୍‌, ମିଶେଲ ସ୍ବେପସନ୍‌ ଏବଂ ଡେଭିଡ୍‌ ୱାର୍ଣ୍ଣର

ଟେଷ୍ଟ ସିରିଜ

ପ୍ରଥମ ଟେଷ୍ଟ ମ୍ୟାଚ୍ - ନାଗପୁର - ଫେବୃଆରୀ ୯ରୁ - ଫେବୃଆରୀ ୧୩ ତାରିଖ

ଦ୍ବିତୀୟ ଟେଷ୍ଟ ମ୍ୟାଚ୍ - ଦିଲ୍ଲୀ - ଫେବୃଆରୀ ୧୭ରରୁ - ଫେବୃଆରୀ ୨୧ ତାରିଖ

ତୃତୀୟ ଟେଷ୍ଟ ମ୍ୟାଚ୍ - ଧର୍ମଶାଳା - ମାର୍ଚ୍ଚ ୧ରୁ - ମାର୍ଚ୍ଚ ୫ ତାରିଖ

ଚତୁର୍ଥ ଟେଷ୍ଟ ମ୍ୟାଚ୍ - ଅହମ୍ମଦାବାଦ - ମାର୍ଚ୍ଚ ୯ ରୁ - ମାର୍ଚ୍ଚ ୧୫ ତାରିଖ

ଦିନିକିଆ ସିରିଜ୍

ପ୍ରଥମ ଦିନିକିଆ - ମାର୍ଚ୍ଚ ୧୭ ତାରିଖ - ମୁମ୍ବାଇ

ଦ୍ବିତୀୟ ଦିନିକିଆ - ମାର୍ଚ୍ଚ ୧୯ ତାରିଖ - ଭାଇଜାଗ

ତୃତୀୟ ଦିନିକିଆ - ମାର୍ଚ୍ଚ ୨୨ ତାରିଖ - ଚେନ୍ନାଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.