ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ମେଗ ଲାନିଙ୍ଗଙ୍କ ଅବସର, ଧୋନୀ-ପଏଣ୍ଟିଙ୍କୁ ପଛରେ ପକାଇଥିଲେ

author img

By ETV Bharat Odisha Team

Published : Nov 9, 2023, 3:02 PM IST

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନୟିକା ମେଗ ଲାନିଙ୍ଗ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ କ୍ରିକେଟରୁ ମେଗ ଲାନିଙ୍ଗଙ୍କ ଅବସର ଘୋଷଣା
Meg Lanning announces retirement

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ ଲାନିଙ୍ଗ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । 13ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ 182 ମ୍ୟାଚ ଖେଳିଛନ୍ତି 31 ବର୍ଷୀୟ ମେଗ ଲାନିଙ୍ଗ । ବର୍ତ୍ତମାନ ଲାନିଙ୍ଗ ମହିଳା ବିଗ୍ ବ୍ୟାସ ଲିଗ ମେଲବୋର୍ଣ୍ଣ ଷ୍ଟାର୍ସର ନେତୃତ୍ବ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟୁ ଅବସର ନେବା ବର୍ତ୍ତମାନ ଠିକ ସମୟ ବୋଲି କହିଛନ୍ତି ମେଗ ଲାନିଙ୍ଗ । ମହିଳା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ମେଗ୍ ଲାନିଙ୍ଗଙ୍କ କାନ୍ଧରେ ରହିଛି ।

ଅବସର ଘୋଷଣା କରି 31 ବର୍ଷୀୟ ମେଗ ଲାନିଙ୍ଗ କହିଛନ୍ତି, ''ଅନ୍ତର୍ଜାତୀୟ କ୍ରିକେଟରୁ ଦୂରକୁ ଯିବା ନିଷ୍ପତ୍ତି ନେବା କଷ୍ଟକର ଥିଲା । ମାତ୍ର ମୋତେ ଲାଗୁଛି କି ମୋ ପାଇଁ ଏହା ସଠିକ ସମୟ । ମୁଁ ଭାଗ୍ୟଶାଳୀ ଯେ କି 13 ବର୍ଷ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛି । ଏବେ କିଛି ନୂଆ କରିବାକୁ ଆଗକୁ ବଢିବାକ ସଠିକ ସମୟ ଆସିଛି । ମୁଁ ଯାହା ହାସିଲ କରିଛି ତାକୁ ନେଇ ଗର୍ବିତ । ଦଳରେ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ଧନ୍ୟବାଦ ।''

ରିଙ୍କିଂ ପଏଣ୍ଟି ଓ ଧୋନୀଙ୍କୁ ପଛରେ ପକାଇଥିଲେ: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ 2023ରେ ଅଷ୍ଟ୍ରେଲିଆ 6 ଥର ପାଇଁ ବିଶ୍ବ ବିଜୟୀ ହୋଇଥିଲା । ଅଧିନାୟିକା ମେଗ ଲାନିଙ୍ଗଙ୍କ ନେତୃତ୍ବରେ ଦଳ ଚମ୍ପିଆନ ହୋଇଥିଲା । ଏହା ସହିତ ମହିଳା କ୍ରିକେଟର ମେଗ ଲାନିଙ୍ଗ ସଫଳ ଅଧିନାୟିକା ହୋଇଥିଲେ । ମେଗ ଲାନିଙ୍ଗ ସର୍ବାଧିକ 5ଟି ଆଇସିସି ଟ୍ରଫି ହାସଲ କରି ଏହି ବିରଳ ରେକର୍ଡ କରିଥିଲେ । ବିଶ୍ବ କ୍ରିକେଟ ପୁରୁଷ ଓ ମହିଳାରେ ପ୍ରଥମ ଅଧିନାୟିକା ଭାବେ 5ଟି ଆଇସିସି ଟ୍ରଫି ବିଜୟୀ ହୋଇଥିଲେ ମେଗ ଲାନିଙ୍ଗ । ସେଥିରେ 4ଟି ଟି-20 ବିଶ୍ବକପ ଗୋଟିଏ ବିଶ୍ବକପ ଟ୍ରଫି ସାମିଲ ରହିଛି । ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଗୋଲ୍ଡ ପଦକ ଜିତିଥିଲା ଲାନିଙ୍ଗଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ । ପୁରୁଷ ହେଉ କି ମହିଳା ଆଜି ଯାଏ କୌଣସି ବି ଦଳର ଅଧିନାୟକ 5ଟି ଆଇସିସି ଟ୍ରଫି ଜିତି ନାହାନ୍ତି ।

ଏହି ରେକର୍ଡ ତୁଳନାରେ ମେଗ ଲାନିଙ୍ଗ ଅଷ୍ଟ୍ରେଲିଆର ରିଙ୍କିଂ ପଏଣ୍ଟିଂ ଏବଂ ଭାରତର ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଥିଲେ । ରିଙ୍କିଂ ପଏଣ୍ଟଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ 4ଟି (2ଟି ବିଶ୍ବକପ, 2ଟି ଚମ୍ପିଆନ୍ସ ଟ୍ରଫି) ଟ୍ରଫି ଜିତିଥିବା ବେଳେ ଧୋନୀଙ୍କ ନେତୃତ୍ବରେ ଭାରତ 3ଟି ଟ୍ରଫି ( 1ଟି ବିଶ୍ବକପ, 1ଟି ଟି-20 ବିଶ୍ବକପ ଏବଂ 1ଟି ଚମ୍ପିଆନ୍ସ ଟ୍ରଫି ) ଜିତିଥିଲା ।

ଏହା ବି ପଢନ୍ତୁ...Womens T20 World Cup: ମେଗ ଲାନିଙ୍ଗଙ୍କ ରେକର୍ଡ, ଜିତିଲେ 5 ଆଇସିସି ଟ୍ରଫି

ଏହା ବି ପଢନ୍ତୁ...ଅନ୍ତର୍ଜାତୀୟ କ୍ରିକେଟରୁ ସୁନୀଲ ନାରିିନଙ୍କ ଅବସର

ମେଗ ଲାନିଙ୍ଗ ନେତୃତ୍ବରେ ଅଷ୍ଟ୍ରେଲିଆ ମହିଳା ଦଳ 7ଟି ବିଶ୍ବକପ ଟାଇଟଲ ଜିତିଛି । 2022 କମନୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିଲା ଅଷ୍ଟ୍ରେଲିଆ । 2013, 2022ରେ ବିଶ୍ବକପ ଓ 2012, 2014, 2018, 2020 ଓ 2023ରେ ଟି-20 ବିଶ୍ବକପ ଟାଇଟଲ ଜିତିଥିଲା । 31 ବର୍ଷୀୟ ମେଗ ଲାନିଙ୍ଗ ନାମରେ ଅନ୍ତର୍ଜାତୀୟ କ୍ରିକେଟର 17ଟି ଶତକ ରହିଛି । 15ଟି ଦିନିକିଆ ଶତକ ଏବଂ 2ଥର ଟି-20ରେ ଶତକ ହାସଲ କରିଛନ୍ତି । 103ଟି ଦିନିକିଆ ମ୍ୟାଚ ଖେଳି 4602 ରନ କରିଥିବାବେଳେ 132ଟି ଟି-20 ମ୍ୟାଚରେ 3405 ରନ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ 6ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.