ETV Bharat / sports

Ashes Series: ଘନେଇଲା ଆସେସ୍‌ ବିବାଦ, ସୁନକ... ତୁମର କ୍ରିଜରେ ରୁହ କହିଲେ ଅଷ୍ଟ୍ରେଲିଆ ପିଏମ୍ - ଦ୍ବିତୀୟ ଆସେସ୍‌ ଶୃଙ୍ଖଳା ଟେଷ୍ଟ ମ୍ୟାଚ୍‌

ଆସେସ୍‌ ସିରିଜ୍‌ରେ ଆରମ୍ଭ ହୋଇଥିବା ବିବାଦ ଏବେ ଆହୁରି ଉଗ୍ର ରୂପ ନେଇଛି । ଏହା କେବଳ ପଡ଼ିଆ ବା ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ସୀମିତ ନରହି ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ଘନେଇଲା ଆସେସ୍‌ ବିବାଦ
ଘନେଇଲା ଆସେସ୍‌ ବିବାଦ
author img

By

Published : Jul 4, 2023, 8:51 PM IST

ଲର୍ଡସ୍‌: ଦ୍ବିତୀୟ ଆସେସ୍‌ ଶୃଙ୍ଖଳା ଟେଷ୍ଟ ମ୍ୟାଚ୍‌ରେ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳୀଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ସାରା ବିଶ୍ବରେ ବିଭିନ୍ନ ଦେଶର କେବଳ କ୍ରିକେଟ୍‌ ଖେଳାଳି ନୁହେଁ, ପୂର୍ବତନ କ୍ରିକେଟର, ଏପରିକି ଦୁଇ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ବିଶ୍ବ କ୍ରିକେଟ୍‌ରେ ଚର୍ଚ୍ଚା ଜୋର ଧରିଛି । ତେବେ କ୍ରିକେଟ୍‌ ଖେଳକୁ ନେଇ ଏହି ବିବାଦ ଏବେ କେଉଁ ଦିଗକୁ ଯାଉଛି, ତାହା ଉପରେ ରହିଛି ସମଗ୍ର ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ।

କଣ ଏହି ଆସେସ୍‌ ସିରିଜ୍‌: ଆଇସିସି ଟୁର୍ଣ୍ଣାମେଣ୍ଟ ପରେ ମଧ୍ୟ କ୍ରିକେଟରେ କିଛି ହାଇଭୋଲ୍‌ଟେଜ୍‌ ସିରିଜ ଖେଳଯାଉଛି । ସେଗୁଡ଼ିକ ମଧ୍ୟରୁ ଆସେସ୍ ଶୃଙ୍ଖଳା ଅନ୍ୟତମ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତି ଦୁଇ ବର୍ଷରେ ଥରେ ଆସେସ୍‌ ଶୃଙ୍ଖଳା ଖେଳାଯାଏ । ୧୮୮୨ ମସିହାରୁ ଏପର୍ଯ୍ୟନ୍ତ ମୋଟ ୭୨ଟି ଆସେସ୍‌ ଶୃଙ୍ଖଳା ଖେଳାଯାଇଛି । ସେଥିରୁ ଅଷ୍ଟ୍ରେଲିଆ ୩୪ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୩୨ଟି ଶୃଙ୍ଖଳା ଜିତିଛି । ଆସେସ୍‌ ଶୃଙ୍ଖଳାରେ କେବଳ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଏ ।

ମିଚେଲ୍‌ ଷ୍ଟାର୍କଙ୍କ ବିବାଦୀୟ କ୍ୟାଚ୍‌: ତେବେ ବର୍ତ୍ତମାନ ଜାରି ରହିଥିବା ଆସେସ୍‌ ଶୃଙ୍ଖଳାରେ ୨ଟି ମ୍ୟାଚ୍‌ ଖେଳ ସରିଛି । ୨ଟି ଯାକ ମ୍ୟାଚ୍‌ ଜିତି ୨-୦ ଲିଡ୍‌ରେ ରହିଛି ଅଷ୍ଟ୍ରେଲିଆ । ହେଲେ ଦ୍ବିତୀୟ ମ୍ୟାଚ୍‌ ବିଜୟ ପରେ ଉଭୟ ଦଳ ଆକ୍ରମଣାତ୍ମକ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଉଭୟ ଦଳର ଆକ୍ରମଣ ଏବେ କେବଳ ପଡ଼ିଆ ମଧ୍ୟରେ ସୀମିତ ରହିନାହିଁ । ଏହି ମ୍ୟାଚ୍‌ରେ କିଛି ବିବାଦୀୟ ଚିତ୍ର ଦେଖିବାକୁ ମିଳିଥିଲା । ସେହି ମଧ୍ୟରୁ ମିଚେଲ ଷ୍ଟାର୍କଙ୍କ କ୍ୟାଚ୍‌କୁ ନେଇ ପ୍ରଥମେ ଚର୍ଚ୍ଚା ହୋଇଥିଲା । ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ର ଚତୁର୍ଥ ଦିନରେ ଇଂଲଣ୍ଡର ଓପନର ବେନ୍‌ ଡକେଟ୍‌ ଏକ ସର୍ଟ୍‌ ପିଚ୍‌ ବଲକୁ ଫାଇନ୍‌ ଲେଗ୍‌କୁ ଖେଳିଥିଲେ । ଏହି ସମୟରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଫାଇନ୍‌ ଲେଗ୍‌ରେ ଫିଲ୍ଡିଂ କରୁଥିଲେ । ସେ ବଲ୍‌ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଥିଲେ ଏବଂ ବଲକୁ ଅଟକାଇ ମଧ୍ୟ ଦେଇଥିଲେ । ତେବେ ସେ ପଡ଼ିଆରେ ଖସି ଯାଉଥିବା ସମୟରେ ବଲକୁ ଘାସରେ ଦବାଇ ଦେଇଥିଲେ । ଏହାପରେ ଅଷ୍ଟ୍ରେଲୀୟ ଖେଳାଳି ଏହାକୁ ଆଉଟ୍‌ ବୋଲି ଅପିଲ୍‌ କରିଥିଲେ । ହେଲେ ତୃତୀୟ ଅମ୍ପାୟାର ଏହାକୁ ନଟ୍‌ ଆଉଟ୍‌ ଘୋଷଣା କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ଏଭଳି କ୍ୟାଚ୍‌ ଧରାଯାଏନି ବୋଲି ପୂର୍ବତନ ଇଂଲଣ୍ଡ ଖେଳାଳି ମାନେ ବୟାନ ଦେଇଥିଲେ । ସେପଟେ ଯଦି ଏହା କୌଣସି ଇଂଲଣ୍ଡ ଖେଳାଳି ଧରିଥାନ୍ତେ, ତେବେ ଏହା ସଠିକ ହୋଇଥାନ୍ତା ବୋଲି ଅଷ୍ଟ୍ରେଲୀୟ ଖେଳାଳି ମତ ରଖିଥିଲେ ।

ଜନି ବେୟାରଷ୍ଟୋଙ୍କ ରନ ଆଉଟ୍‌: ଉଭୟ ଦେଶର ଖେଳାଳିଙ୍କ ବିବାଦ ସେତେବେଳେ ଅଧିକ ଘନେଇଲା, ଯେତେବେଳେ ପଞ୍ଚମ ଦିନରେ ଇଂଲଣ୍ଡ ବ୍ୟାଟର୍‌ ଜନି ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ୱିକେଟ୍‌ରକ୍ଷକ ଆଲେକ୍ସ କ୍ୟାରୀ ବିବାଦୀୟ ଷ୍ଟମ୍ପିଂ କରିଥିଲେ । ଏହାକୁ ନେଇ ସାରା ବିଶ୍ବରେ କ୍ରିକେଟର, ପୂର୍ବତନ କ୍ରିକେଟର ତଥା କ୍ରିକେଟ୍‌ ପ୍ରେମୀଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ସେହିଦିନ ମଧ୍ୟାହ୍ନ ଭୋଜନ ପାଇଁ ଅଷ୍ଟ୍ରେଲିଆ ଖେଲାଳି ଲଙ୍ଗ ରୁମ୍‌କୁ ଆସୁଥିଲା ବେଳେ ଉସ୍‌ମାନ ଖାୱଜା, ଡେଭିଡ୍‌ ୱାର୍ଣ୍ଣରଙ୍କ ସହ ମେରିଲବୋନ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି)ର କିଛି ସଦସ୍ୟଙ୍କ ମଧ୍ୟ‌ରେ ଠେଲାପେଲା ହୋଇଥିଲା । ଏହାର ଭିଡିଓ ଫୁଟେଜ୍‌ରୁ ଚିହ୍ନଟ ହୋଇଥିବା ୩ ଜଣ ସଦସ୍ୟଙ୍କୁ ସଙ୍ଗେସଙ୍ଗେ ଏମ୍‌ସିସି ନିଲମ୍ବନ କରିବା ସହ ତଦନ୍ତ ଆରମ୍ଭ କରିଛି । ‌ତଦନ୍ତ ନସରିବା ପର୍ଯ୍ୟନ୍ତ ସେହି ୩ ସଦସ୍ୟଙ୍କୁ ଲର୍ଡସକୁ ଆସିବାକୁ ଅନୁମତି ମିଳିବନି ବୋଲି ଏମ୍‌ସିସି କହିଛି ।

ଉଭୟ ଦେଶର ପ୍ରଧାନମନ୍ତ୍ରୀ ମୁହାଁମୁହିଁ: ତେବେ ଉଭୟ ଦେଶର ଖେଳାଳୀଙ୍କ ମଧ୍ୟରେ ସରି ଯାଇନି ବିବାଦ । ଏହା ଦେଶର ପ୍ରଧାନମନ୍ତ୍ରୀଙ୍କ ପାଖରେ ମଧ୍ୟ ପହଞ୍ଚିଛି । ପ୍ରଥମେ ଜନି ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ଖେଳାଳୀ ଆଉଟ କରିବାର ଶୈଳୀକୁ ନାପସନ୍ଦ କରିଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ସେ ଏଭଳି ଆଉଟ୍‌ କ୍ରିକେଟ୍‌ରେ ଗ୍ରହଣୀୟ ନୁହେଁ ବୋଲି ନିଜ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ । ଏହାର ଜବାବ ଖୋଦ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଦେଇଛନ୍ତି । ସେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେବାକୁ ଯାଇ କହିଛନ୍ତି, "ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନିରାଶା ଭାବକୁ ମୁଁ ବୁଝି ପାରୁଛି । ହେଲେ ଆମକୁ ପିଲାଦିନେ ପ୍ରାଥମିକ ବିଦ୍ୟାଳୟରେ ଦିଆଯାଇଥିବା ଶିକ୍ଷା ହୁଏତ ସୁନକ ପାଇନାହାନ୍ତି । ସେହି ଶିକ୍ଷା ହେଉଛି 'ତୁମର କ୍ରିଜରେ ରୁହ' ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.