ଦୁବାଇ: ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ନଭେମ୍ବର ୫ରେ ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କର ବୟଫ୍ରେଣ୍ଡ ତଥା କ୍ରିକେଟର କେଏଲ ରାହୁଲ ଏକ ସୁନ୍ଦର ଫଟୋ ସେୟାର କରିବା ସହ ଆଥିୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋ ସହିତ ଆଥିୟା ଓ କେଏଲ ରାହୁଲ ଖାସ୍ ଦିନରେ ନିଜର ପ୍ରେମ ସଂପର୍କର ଖୁଲାସା କରିଛନ୍ତି । ଏଯାବତ କେବଳ ପ୍ରେମ ନେଇ ଚର୍ଚ୍ଚା ହେଉଥିଲା, ମାତ୍ର ଏବେ ଉଭୟ ଏହି ସଂପର୍କରେ ମୋହର ଲଗାଇଛନ୍ତି ।
-
Happy birthday my ❤️ @theathiyashetty pic.twitter.com/CqLUbyLHrK
— K L Rahul (@klrahul11) November 5, 2021 " class="align-text-top noRightClick twitterSection" data="
">Happy birthday my ❤️ @theathiyashetty pic.twitter.com/CqLUbyLHrK
— K L Rahul (@klrahul11) November 5, 2021Happy birthday my ❤️ @theathiyashetty pic.twitter.com/CqLUbyLHrK
— K L Rahul (@klrahul11) November 5, 2021
କ୍ରିକେଟର କେଏଲ ରାହୁଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ କ୍ୟାପ୍ସନରେ ରାହୁଲ ଲେଖିଛନ୍ତି, 'ହାପି ବର୍ଥ ଡେ.. ମାଇଁ ହାର୍ଟ' ।
ଏହାପୂର୍ବରୁ କେଏଲ ରାହୁଲ ଓ ଆଥିୟାଙ୍କ ସଂପର୍କ ନେଇ ଚର୍ଚ୍ଚା ହୋଇଆସୁଥିଲା । ମାତ୍ର ଏବେ ଉଭୟ ପ୍ରେମର ଖୁଲାସା କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ କେଏଲ ରାହୁଲ BCCI ନିକଟରେ ଜମା କରାଇଥିବା ଡକ୍ୟୁମେଣ୍ଟରେ ଆଥିୟା ସେଟ୍ଟୀଙ୍କୁ ପାର୍ଟନର ଭାବେ ନାମ ଲେଖାଇଛନ୍ତି ।
ଆଥିୟାଙ୍କୁ ଶେଷ ଥର ପାଇଁ ନୱାଜଉଦ୍ଦିନ ସିଦ୍ଦିକିଙ୍କ ସହ ଫିଲ୍ମ 'ମୋତିଚୁର ଚକନାଚୁର'ରେ ନଜର ଆସିଥିଲେ । ବର୍ଷ ୨୦୧୫ରେ ଫିଲ୍ମ 'ହିରୋ'ରୁ ବଲିଉଡ ଡେବ୍ୟୁ କରିଥିଲେ ଆଥିୟା । ସୁରଜ ପଞ୍ଜାଳୀଙ୍କ ବିପକ୍ଷରେ ଆଥିୟା ଏହି ଫିଲ୍ମରେ ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ