ETV Bharat / sports

Asia Cup 2023 Ind vs Pak: ରେକର୍ଡ ଅପେକ୍ଷାରେ ଏହି ଦୁଇ ଷ୍ଟାର ବ୍ୟାଟର୍ସ - ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ

ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ । 163 ରନ କଲେ 10 ହଜାର ଦିନିକିଆ ରନ କ୍ଲବରେ ସାମିଲ ହେବେ ରୋହିତ । ଅଧିକ ପଢନ୍ତୁ

Asia Cup 2023
Asia Cup 2023
author img

By ETV Bharat Odisha Team

Published : Sep 2, 2023, 12:40 PM IST

ହାଇଦ୍ରାବାଦ: ଆଜି ଏସିଆ କପରେ ଅଭିଯାନ ଆରମ୍ଭ କରିବ ଭାରତ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ପୁରା ବିଶ୍ବର ନଜର ରହିଛି ଏହି ମ୍ୟାଚ ଉପରେ । ଅପରାହ୍ନ 3ଟା ସମୟରେ ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଆଜିର ମ୍ୟାଚରେ ନୂଆ ରେକର୍ଡ ହାସଲ କରିବାକୁ ଅପେକ୍ଷାରେ ରହିଛନ୍ତି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି।

ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା 244ଟି ଦିନିକିଆ ମ୍ୟାଚ ଖେଳିସାରିଛନ୍ତି । 48.69 ହାରରେ ସେ 9837 ରନ ହାସଲ କରିଛନ୍ତି । ଆଜିର ମ୍ୟାଚରେ ଯଦି ରୋହିତ ଶର୍ମା 163 ରନ କରନ୍ତି ତେବେ ସେ 10 ହଜାର ଦିନିକିଆ ରନ କ୍ଲବରେ ନିଜ ନାମକୁ ସାମିଲ କରିବେ । ବର୍ତ୍ତମାନ ସୁଦ୍ଧା ଦିନିକିଆରେ ସେ 30ଟି ଶତକ ହାସଲ କରିଥିବା ବେଳେ 48ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । 264 ତାଙ୍କର ଶ୍ରେଷ୍ଠ ସ୍କୋର ରହିଛି ।

ଏହା ମଧ୍ୟ ପଢନ୍ତୁ-Asia Cup 2023 Ind vs Pak: ମ୍ୟାଚ ପୂର୍ବରୁ କୋହଲିଙ୍କୁ ନେଇ ଏମିତି କହିଲେ ପାକିସ୍ତାନ ଅଧିନାୟକ

ସେହିପରି ଆଜିର ମ୍ୟାଚରେ ଆଉ ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି ବିରାଟ କୋହଲି । ଯଦି ସେ 102 ରନ କରନ୍ତି ତେବେ ଦ୍ରୁତତମ ବ୍ୟାଟର ଭାବେ ଦିନିକିଆରେ 1300 ରନ ପୂରଣ କରିବେ । ବର୍ତ୍ତମାନ ସୁଦ୍ଧା 275ଟି ଦିନିକିଆ ମ୍ୟାଚ ଖେଳି 57.32 ହାରରେ 12 ହଜାର 898 ରନ କରିଛନ୍ତି କୋହଲି । ଦିନିକିଆରେ କୋହଲି 46ଟି ଶତକ ହାସଲ କରିଥିବା ବେଳେ 65ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କୋହଲିଙ୍କ ଦିନିକିଆରେ ସର୍ବାଧିକ ସ୍କୋର 183 ରହିଛି ।

ଏହା ମଧ୍ୟ ପଢନ୍ତୁ-Asia Cup 2023: ଆଜି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦିନିକିଆ ମ୍ୟାଚରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ଭାରତର ପୂର୍ବତନ ଖେଳାଳି ସଚିନ ତେନ୍ଦୁଲକର । ସେ ମୋଟ 463 ଦିନିକିଆ ମ୍ୟାଚ ଖେଳି 18 ହଜାର 426 ରନ କରିଥିଲେ । ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ସ୍କୋର 200 ରହିଛି । ଏଥିରେ 49ଟି ଶତକ ଓ 96ଟି ଅର୍ଦ୍ଧଶତକ ସାମିଲ ରହିଛି । 321ଟି ଇନିଂସ ଖେଳିବା ପରେ 10 ହଜାର ରନ କ୍ଲବରେ ସାମିଲ ହୋଇଥିଲେ ସଚିନ । ସେହିପରି ରବିନ୍ଦ୍ର ଜାଡେଜା ଯଦି ଆଜିର ମ୍ୟାଚରେ 7ଟି ଓ୍ବିକେଟ ନିଅନ୍ତି ତେବେ ସେ 200 ଦିନିକିଆ ଓ୍ବିକେଟରେ ସପ୍ତମ ଭାରତୀୟ ଭାବେ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.