ETV Bharat / sports

Asia Cup 2023 Ind vs Pak: ମ୍ୟାଚ୍‌ ଆରମ୍ଭରୁ ବର୍ଷା ବାଧକ, ଜାଣନ୍ତୁ କଣ ରହିଛି ବିକଳ୍ପ

author img

By ETV Bharat Odisha Team

Published : Sep 2, 2023, 3:54 PM IST

ଏସିଆ କପ୍‌ ୨୦୨୩ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଆରମ୍ଭରୁ ବର୍ଷା ବାଧକ ସାଜିଛି । ତେବେ ଜାଣନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହେଲେ କଣ ହେବ । ଅଧିକ ପଢ଼ନ୍ତୁ

ମ୍ୟାଚ୍‌ ଆରମ୍ଭରୁ ବର୍ଷା ବାଧକ
ମ୍ୟାଚ୍‌ ଆରମ୍ଭରୁ ବର୍ଷା ବାଧକ

ପାଲ୍ଲେକଲ (ଶ୍ରୀଲଙ୍କା): ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ୨୦୨୩ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ବର୍ଷା ବାଧକ ସାଜିଛି । ଶ୍ରୀଲଙ୍କାର କାଣ୍ଡି ସହର ପାଲ୍ଲେକେଲ ଷ୍ଟାଡିୟମରେ ଆଜି ପ୍ରଥମେ ଭାରତ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ମାପି ଚୁପି ପାଳି ଆରମ୍ଭ କରିଥିଲେ । ହେଲେ ବର୍ଷା ଯୋଗୁଁ ମ୍ୟାଚ୍‌ ଏବେ ସ୍ଥଗିତ ରହିଛି । ପୂର୍ବରୁ ଏନେଇ ସ୍ଥାନୀୟ ପାଣିପାଗ ବିଭାଗ ମଧ୍ୟ ଆକଳନ କରିଥିଲା । ତେବେ ଆଜି ମ୍ୟାଚ୍‌ ଆରମ୍ଭରୁ ବର୍ଷା ଫ୍ୟାନ୍ସଙ୍କର ଚିନ୍ତା ବଢ଼ାଇ ଦେଇଛି ।

ବର୍ଷା ହେବା ପର୍ଯ୍ୟନ୍ତ ମ୍ୟାଚ୍‌ର ସ୍ଥିତି: ମ୍ୟାଚ୍‌ ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଶୁଭମନ ଗିଲଙ୍କ ସହିତ ପାଳି ଆରମ୍ଭ କରିଥିବା ବେଳେ ବେଶ ଲୟରେ ନଜର ଆସିଛନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା । ଏବେ ପର୍ଯ୍ୟନ୍ତ ସେ ୧୮ ବଲର ସାମ୍ନା କରିଥିବା ବେଳେ ୨ ଚୌକା ସହାୟତାରେ ୧୧ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଶୁଭମନ ଗିଲ ୮ ବଲ ଖେଳି ସାରିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଖାତା ଖୋଲିବାରେ ଅସମର୍ଥ ରହିଛନ୍ତି । ପାକିସ୍ତାନ ପକ୍ଷରୁ ଷ୍ଟାର ବୋଲର ଶାହିନ ଶାହ ଆଫ୍ରିଦି ୨.୨ ଓଭର ବୋଲିଂ କରିଥିବା ବେଳେ ୧୧ ରନ ବ୍ୟୟ କରିଛନ୍ତି । ସେହିଭଳି ନସୀମ ଶାହ ୨ ଓଭ ବୋଲିଂ କରି ମାତ୍ର ୩ ରନ ଖର୍ଚ୍ଚ କରିଛନ୍ତି । ଏହା ସହିତ ଭାରତର ଦଳୀୟ ସ୍କୋର ୪.୨ ଓଭର ଶେଷ ସୁଦ୍ଧା ୧୫ ରନରେ ଅଟକିଛି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ଟସ ଜିତି ଭାରତର ପ୍ରଥମେ ବ୍ୟାଟିଂ, ପ୍ଲେଇଂ 11ରୁ ବାଦ ପଡିଲେ ସାମି

ବର୍ଷାରେ ମ୍ୟାଚ୍‌ ଧୋଇଗଲେ କ’ଣ ହେବ ?: ବର୍ଷା କାରଣରୁ ଯଦି ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଧୋଇଯାଏ, ତେବେ ଉଭୟ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟି ଦିଆଯିବ । ଏମିତି ହେଲେ ପାକିସ୍ତାନ ପୂର୍ବରୁ ୨ ପଏଣ୍ଟ ସହ ମୋଟ ୩ ପଏଣ୍ଟ ପାଇ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିବ । ସେପଟେ ଭାରତୀୟ ଦଳକୁ ନିଜର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ନିହାତି ଜିତିବାକୁ ପଡ଼ିବ । ଆଉ ଯଦି ଭାରତ ନେପାଳ ବିପକ୍ଷ ମ୍ୟାଚ୍‌ରେ ହାରିଯାଏ, ତେବେ ଟିମ୍‌କୁ ଏସିଆ କପ୍‌ରୁ ବିଦାୟ ନେବାକୁ ପଡ଼ିବ । ଗ୍ରୁପ ପର୍ଯ୍ୟାୟରେ ୨ଟି ମ୍ୟାଚ୍‌ ଖେଳା ଯାଉଥିବା ବେଳେ ପାକିସ୍ତାନ ପ୍ରଥମେ ନେପାଳ ବିପକ୍ଷ ମ୍ୟାଚ୍ ଜିତି ୨ ପଏଣ୍ଟ ସହ ଶୀର୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.