କାଣ୍ଡି: ହାଇପ୍ରୋଫାଇଲ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ବିତୀୟ ମ୍ୟାଚରେ ଭାରତ ଆଜି ନେପାଳକୁ ଭେଟିବାକୁ ଯାଉଛି । ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିବାର ଆଶଙ୍କା ରହିଛି । ଯଦି ମ୍ୟାଚ ଧୋଇଯାଏ ତେବେ ଭାରତ ପାଇଁ ସୁପର-4କୁ ପ୍ରବେଶ କରିବା କଷ୍ଟକର ହୋଇପାରେ । ସେପଟେ ନେପାଳ ବିପକ୍ଷ ମ୍ୟାଚ ପୂର୍ବରୁ ପେସ ବୋଲର ବୁମରା ସ୍ବଦେଶ ଫେରିଛନ୍ତି । ଯଦି ବର୍ଷା ନହୁଏ ମ୍ୟାଚ ସୁରୁଖରୁରରେ ଚାଲେ ତେବେ ଏସିଆ କପରେ ସୁପର-4କୁ ଯିବାକୁ ହେଲେ ଆଜି ନେପାଳ ବିପକ୍ଷରେ ଭାରତକୁ ଏକ ବଡ ବିଜୟ ହାସଲ କରିବାକୁ ପଡିବ । ସେପଟେ ନେପାଳ ତାର ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ଆଜି ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ ଦଳ । ଅପରାହ୍ନ 3ଟାରୁ କାଣ୍ଡିର ପାଲ୍ଲେକାଲ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।
ଏସିଆ କପ ପ୍ରଥମ ମ୍ୟାଚରେ ପଏଣ୍ଟ ଭାଗ କରିଥିବା ଭାରତକୁ ଆଜି ନେପାଳ ବିପକ୍ଷରେ ଜିତିବା ଜରୁରୀ । ଭାରତ 1 ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଯଦି ଆଜି ବର୍ଷା ହୁଏ ମ୍ୟାଚ ନ ହୁଏ ତେବେ ଭାରତ ସୁପର-4ରେ ପ୍ରବେଶ କରିବ ଏବଂ ଆଉ ଥରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ସେପଟେ ଏଥର ପ୍ରଥମ ଥର ପାଇଁ ଏସିଆ କପ ଖେଳୁଛି ନେପାଳ । ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା ନେପାଳ । ଆଜି ଦ୍ବିତୀୟ ମ୍ୟାଚରେ ଭାରତକୁ ପ୍ରଥମ ଥର ପାଇଁ ଭେଟିବାକୁ ଯାଉଛି । ବୁମରା ଆଜି ଖେଳିବେ ନାହିଁ ତାଙ୍କ ସ୍ଥାନରେ ମହମ୍ମ ସାମିଙ୍କୁ ସ୍ଥାନ ମିଳିବ । ନେପାଳର ଲଳିତ ରାଜବଂଶୀ ଏବଂ କୁଳଦୀପଙ୍କ ମଧ୍ୟରେ ସ୍ପିନ ଲଢେଇ ଦେଖିବାକୁ ମିଳିବ । କାଣ୍ଡି ପିଚ ପେସ ବୋଲରଙ୍କୁ ସୁହାଇବ ।
ଈଶାନ-ହାର୍ଦ୍ଦିକଙ୍କ ଉପରେ ନଜର: ପାକିସ୍ତାନ ବିପକ୍ଷରେ ଈଷାନ କିସନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରିଥିଲେ । ପାକିସ୍ତାନୀ ପେସ ବୋଲରଙ୍କ ସାମ୍ନା କରି ନପାରି ଯେତେବେଳ ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା ଏହି ଦୁଇ ଖେଳାଳି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଦୁଇ ଖେଳାଳି ସ୍ଥିତି ସମ୍ଭାଳି ବ୍ୟାଟିଂ ଦଳୀୟ ସ୍କୋରକୁ 266ରେ ପହଞ୍ଚାଇଥିଲେ । ଈଶାନ 82 ରନ ଓ ପାଣ୍ଡ୍ୟା 87 ବଲରେ 90ରନ ପାଳି ଖେଳିଥିଲେ । ଆଜି ନେପାଳ ବିପକ୍ଷରେ ମଧ୍ୟ ଏହି ଦୁଇ ବ୍ୟାଟରଙ୍କ ବ୍ୟାଟରୁ କିଛି ସଫଳ ଆଶା କରାଯାଉଛି ।
ବର୍ଷା ବିଗାଡିପାରେ ମ୍ୟାଚ: ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ବ୍ୟାଟିଂ କରି ସାରିବା ପରଠୁ ଶ୍ରୀଲଙ୍କାର କାଣ୍ଡିରେ ଲଗାତାର ବର୍ଷା ଲାଗି ରହିଛି । ପାଣିପାଗ ରିପୋର୍ଟ ଅନୁସାରେ ସୋମାବାର କାଣ୍ଡିରେ 80 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ନେପାଳ ବିପକ୍ଷ ମ୍ୟାଚରେ ବର୍ଷା ହେବା ଆଶଙ୍କା ରହିଛି । ଯଦି ବର୍ଷା ହୁଏ ତେବେ ଭାରତ ପାଇଁ ସୁପର 4ରେ ପ୍ରବେଶ କରିବା ସମାନ୍ୟ କଷ୍ଟକର ହେବ । ପାକିସ୍ତାନ ବିପକ୍ଷ ମ୍ୟାଚରୁ ଗୋଟିଏ ପଏଣ୍ଟ ପାଇଁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ତେଣୁ ଯଦି ବର୍ଷା ନ ହୁଏ ମ୍ୟାଚ ହୁଏ ତେବେ ଭାରତକୁ ନେପାଲ ବିପକ୍ଷରେ ବିଜୟ ହାସଲ କରିବାକୁ ପଡିବ ।
ଏହା ବି ପଢନ୍ତୁ...Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍ରେ ମଧ୍ୟ ବର୍ଷା ସମ୍ଭାବନା, ସୁପର-୪କୁ ଯିବ ତ ଭାରତ ?
ଏହା ବି ପଢନ୍ତୁ...Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତ ଫେରିଆସିଲେ ବୁମରା, ଜଣନ୍ତୁ କାରଣ
ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିସନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁର, କୁଳଦୀପ ଯାଦବ, ମହମ୍ମିଦ ସାମି/ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।
ନେପାଳ ସମ୍ଭାବ୍ୟ ଦଳ: କୁଶଳ ଭୂର୍ଟେଲ, ଆସିଫ ସୈଖ, ରୋହିତ ପୌଡେଲ, ଆରିଫ ସୈଖ, ସୋମପାଲ କାମି, ଦିପେନ୍ଦ୍ର ସିଂ, ଗୁଲସନ ଝା, କୁଶଳ ମଲ୍ଲ, କରଣ କେସି, ସନ୍ଦୀପ ଲାମିଛାନେ, ଲଳିତ ରାଜବଂଶ ।