ETV Bharat / sports

Asia Cup 2023: ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା

author img

By ETV Bharat Odisha Team

Published : Aug 31, 2023, 10:36 AM IST

ଏସିଆ କପ 2023 କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଡିଫେଣ୍ଡିଂ ଚାମ୍ପିଆନ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

Bangladesh vs Sri Lanka
Asia Cup 2023

କାଣ୍ଡି: ଚଳିତ ହାଇପ୍ରୋଫାଇଲ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ ମ୍ୟାଚ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ତାର ଘରୋଇ ଗ୍ରାଉଣ୍ଡ ଓ ପରିବେଶର ଫାଇଦା ନେଇ ବିଜୟଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅପରାହ୍ନ 3ଟାରୁ ଶ୍ରୀଲଙ୍କା କାଣ୍ଡି ପାଲେକେଲି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହେବ ।

ଦୁଇ ଦଳ ମଧ୍ୟରେ ଆହତ ସମସ୍ୟା ରହିଛି । କିଛି ଅଭିଜ୍ଞ ଖେଳାଳିଙ୍କ ବିନା ଉଭୟ ଦଳ ମୈଦାନକୁ ଓହ୍ଲାଇବେ । ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ଘରୋଇ ମାଟିର ଫାଇଦା ନେଇ ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ । ଅନ୍ୟପଟେ ବାଂଲାଦେଶ କଡା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଆହତ ସମସ୍ୟା ପାଇଁ ଶ୍ରୀଲଙ୍ଗାର ୱାନିଣ୍ଡୁ ହସରଙ୍ଗା, ଦୁଷ୍ମନ୍ତ ଚାମୀରା, ଦିଲଶାନ ମଦୁଶଙ୍କା ଓ ଲାହିରୁ କୁମାରା ବାଦ ପଡିଛନ୍ତି । ଶ୍ରୀଲଙ୍କା ଦଳର ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ରହିଛି ମାତ୍ର ବ୍ୟାଟିଂ ବିଭାଗ ସନ୍ତୁଳିତ ରହିଛି । କୁଶଣ ମେଣ୍ଡିସ, ଚରିଥ ଆଶଲଙ୍କା, କରୁଣାରତ୍ନେ ଫୁଲ ଫର୍ମରେ ରହିଛନ୍ତି ।

ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା 81.63 ପ୍ରତିଶତ ମ୍ୟାଚ ଜିତିବାର ରେକର୍ଡ ରହିଛି । ମାତ୍ର ଶେଷ 4ଟି ମ୍ୟାଚ ରେକର୍ଡ ଦେଖିବାକୁ ଗଲେ ବାଂଲାଦେଶ ବିଜୟୀ ହୋଇଛି । ତେଣୁ ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ପାଲେକେଲି ଷ୍ଟାଡିୟମରେ ଦୁଇ ଦଳ ଥରେ ମାତ୍ର ପରସ୍ପରକୁ ଭେଟିଛନ୍ତି । 2013ରେ ଖେଳାଯୋଇଥିବା ଏହି ମ୍ୟାଚରେ ବାଂଲାଦେଶ ଜିତିଥିଲା । ବାଂଲାଦେଶର ଇବାଦତ ହୋସେନ ଓ ଲିଟନ ଦାସ ଆହତ ହୋଇ ବାଦ୍‌ ପଡିଛନ୍ତି । ତଥାପି ଦଳ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ରଣନୀତି ନେଇ ମୈଦାନ ଓହ୍ଲାଇବ ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଳ ମେଣ୍ଡିସ (ୱିକେଟ କିପର), ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା (ଅଧିନାୟକ), ଦୁଶନ ହେମଥ /ଦୁନିଥ ୱିଲୋଲେଜ, ମହେଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଞ୍ଜିଥା ।

ବାଂଲାଦେଶ ସମ୍ଭାବ୍ୟ ଦଳ: ମହମ୍ମଦ ନଇମ, ତନଜିଦ ହାସାନ/ଆନାମୁଲ ହକ, ନଜମୁଲ ହୋସେନ ଶନ୍ତୋ, ସାକିବ ଅଲ ହାସନ (ଅଧିନାୟକ), ତୋୱିଦ ହ୍ରିଦୟ, ମୁସଫିକର ରହିମ (ୱିକେଟକିପର), ଅଫିଫ ହୋସେନ, ମୋହେବି ହାସାନ ମିରାଜ, ଟସ୍କିନ ଅହମ୍ମଦ, ହାସାମ ମାମୁଦ, ଶରିଫଲ ଇସଲାମ ।

ଏହା ବି ପଢନ୍ତୁ...Asia Cup 2023: 238 ରନରେ ପାକିସ୍ତାନର ବଡ ବିଜୟ, ହାରିଲା ନେପାଳ

ଏହା ବି ପଢନ୍ତୁ...Watch: ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଶନିବାର ଭାରତ-ପାକ୍ ମୁକାବିଲା

ପ୍ରକାଶ ଥାଉ କି, ଅଗଷ୍ଟ 30ରୁ ହାଇପ୍ରୋଫାଇଲ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚ ପାକସ୍ତାନ ଓ ନେପାଳ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ଥର ପାଇଁ ଏସିଆ କପ ଖେଳୁଥିବା ନେପାଳ ପାକିସ୍ତାନଠୁ ପରାସ୍ତ ହୋଇଛି । 238ରନର ବିଶାଳ ବିଜୟ ହାସଲ କରିଛି ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.