ETV Bharat / sports

Asia Cup 2022: ଭାରତର ଫାଇନାଲ ଆଶା କ୍ଷୀଣ, ଏବେ ବି ରହିଛି ସାମାନ୍ୟ ସୁଯୋଗ

author img

By

Published : Sep 7, 2022, 2:11 PM IST

ଏସିଆ କପ୍ ସୁପର ଫୋର ରାଉଣ୍ଡରେ ଭାରତର ଲଗାତାର ଦ୍ବିତୀୟ ପରାଜୟ ଦଳର ଫାଇନାଲରେ ପ୍ରବେଶ ନେଇ ଏକପ୍ରକାର ଆଶା ଆଶଙ୍କାରେ ରହିଛି । ତେବେ କଣ କହୁଛି ସିନାରିଓ କଣ ଲଗାତାର ଦ୍ବିତୀୟ ପରାଜୟ ପରେ ଭାରତ ଫାଇନାଲରେ ପ୍ରବେଶ କରିବ ନଜର ପକାନ୍ତୁ ରିପୋର୍ଟ ଉପରେ ।

Asia Cup 2022
Asia Cup 2022

ହାଇଦ୍ରାବାଦ: ଟିମ ଇଣ୍ଡଆ ପାଇଁ ଏସିଆ କପ୍ 2022 ଖରାପ ସ୍ବପ୍ନ ଭଳି ହୋଇଛି । ଲିଗ ପର୍ଯ୍ୟାୟରେ ଭଲ ଶୁଭାରମ୍ଭ କରିଥିଲେ ବି ସୁପର ଫୋର ରାଉଣ୍ଡରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ସୁପର-4 ରାଉଣ୍ଡରେ ଦଳର ଲଗାତାର ଦ୍ବିତୀୟ ପରାଜୟ ହୋଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ବିତୀୟ ମୁକାବିଲାରେ ଶ୍ରୀଲଙ୍କାଠୁ ପରାସ୍ତ ହେଉଛି ଟିମ ଇଣ୍ଡିଆ । ଫାଇନାଲରେ ପହଞ୍ଚିବା ଆଶା ଏକ ପ୍ରକାର ମଉଳିଛି । ତେବେ ପ୍ରଶ୍ନ ଏହା ଯେ କଣ ଭାରତ ପାଖରେ ଫାଇନାଲ ଦୌଡରେ ରହିବା ପାଇଁ ସୁଯୋଗ ଅଛି । ହଁ ଏବେ କେବଳ ଭାରତ ପାଖରେ ଗୋଟିଏ ସୁଯୋଗ ରହିଛି । ଆଜିର (ବୁଧବାର) ପାକିସ୍ତାନ ଓ ଆଫଗାନିସ୍ତାନ ମୁକାବିଲା ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ । ଯଦି ଆଫଗାନିସ୍ତାନ ଜିତେ ତେବେ ଭାରତର ଫାଇନାଲ ଆଶା ଉଜ୍ଜୀବିତ ହେବ । ପାକିସ୍ତାନ ଜିତିଲେ ଭାରତର ଟାଇଟଲ ଆଶା ମଉଳି ଯିବ। ଶେଷ ମ୍ୟାଚରେ ଆଫଗାନିସ୍ତାନଠୁ ଜିତିଲେ ବି ଭାରତ ଫାଇନାଲରେ ପ୍ରବେଶ କରି ପାରିବନାହିଁ।

ଭାରତ ପାଖରେ ଗୋଟିଏ ସୁଯୋଗ...

ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ତାର ଶେଷ ମୁକାବିଲା ଜିତିବାକୁ ହେବ । ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷରେ ରନ ରେଟରେ ଉର୍ଦ୍ଧ୍ବରେ ରହିଲେ ଭାରତ ଫାଇନାଲରେ ପ୍ରବେଶ କରିବ । ଖାଲି ସେତିକି ନୁହେଁ ଭାରତୀୟ ଟିମକୁ ଏହା ପ୍ରାର୍ଥନା କରିବାକୁ ହେବ ଅନ୍ୟ ଟିମ ମଧ୍ୟ ମ୍ୟାଚ ହାରିଯାଉ । ଯେପରି କି ଆଜି ହେବାକୁ ଥିବା ଆଫଗାନିସ୍ତାନ ଓ ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଯଦି ହାରି ଯାଏ ଭାରତ ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବ । ଯଦି ପାକିସ୍ତାନ ଜିତେ ତେବେ ଭାରତ ନିଶ୍ଚିନ୍ତ ତାର ଏସିଆ କପ୍ ଅଭିଯାନ ଶେଷ କରିବ । ତେଣୁ ଆଜିର ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ ।

ଏହା ବି ପଢନ୍ତୁ...Asia Cup 2022: ଶ୍ରୀଲଙ୍କାଠୁ ହାରି ବିଦାୟ ଦ୍ବାରରେ ଭାରତ

ଶ୍ରୀଲଙ୍କାକୁ ମଧ୍ୟ ପାକିସ୍ତାନକୁ ହରାଇବାକୁ ହେବ...

ଏସିଆ କପ୍ ଫାଇନାଲରେ ପ୍ରବେଶ ନେଇ ଭାରତର ସମସ୍ୟା ଏଠି ତୁଟିନାହିଁ । ଆଫଗାନିସ୍ତାନଠୁ ପାକିସ୍ତାନ ହାରିଲେ ମଧ୍ୟ ଭାରତକୁ ଆଉ ଏକ ମ୍ୟାଚକୁ ଅପେକ୍ଷା କରିବାକୁ ହେବ । ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ । ଯଦି ଶ୍ରୀଲଙ୍କା ଯଦି ଏହି ମ୍ୟାଚରେ ଜିତୁଛି ତେବେ ଲଗାତାର ତୃତୀୟ ବିଜୟ ସହ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବ । ଏହାପରେ ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନର ଗୋଟିଏ ଗୋଟିଏ ବିଜୟ ହେବ । ଫାଇନାଲରେ ପହଞ୍ଚିବା ପାଇଁ ଗୋଟିଏ ଟିମ ରନ ରେଟ ଆଧାରରେ ନିର୍ଣ୍ଣୟ କରାଯିବ । ତେବେ ଶ୍ରୀଲଙ୍କାକୁ ପାକିସ୍ତାନକୁ ହରାଇବାକୁ ହେବ ।

ବର୍ତ୍ତମାନ ସୁଦ୍ଧା ଟିମ ଇଣ୍ଡିଆ ଏସିଆ କପ୍ 2022ରୁ ବିଦାୟ ପଥରେ ରହିଛି । ଗ୍ରୁପ ପର୍ଯ୍ୟାୟରେ ଦୁଇଟି ମୁକାବିଲା ଜିତିଥିଲା । ମାତ୍ର ସୁପର-4ରେ ଦଳର ଲଗାତାର ଦ୍ବିତୀୟ ପରାଜୟ ହୋଇଛି । ପ୍ରଥମଟି ପାକିସ୍ତାନଠୁ 5 ୱିକେଟରେ ଓ ଦ୍ବିତୀୟଟି ଶ୍ରୀଲଙ୍କାଠୁ 6 ୱିକେଟରେ ପରାସ୍ତ ହୋଇଛି ଭାରତ । ବର୍ତ୍ତମାନ କେବଳ ଦଳର ପ୍ରାର୍ଥନା ଓ ପ୍ରଦର୍ଶନ ଭରସା । ଭାରତର ଭାଗ୍ୟ ଚମକିଲେ ହିଁ ଦଳ ଫାଇନାଲରେ ପ୍ରବେଶ କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.