ETV Bharat / sports

Asia Cup 2022: ଭାରତର ଲଗାତାର ଦ୍ବିତୀୟ ବିଜୟ, 40 ରନରେ ହାରିଲା ହଂକଂ

author img

By

Published : Sep 1, 2022, 8:01 AM IST

ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିଛି । 40 ରନରେ ହଂକଂକୁ ହରାଇ ସୁପର ଫୋରରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

ଏସିଆ କପ ସୁପର ଫୋରରେ ଭାରତ
ଏସିଆ କପ ସୁପର ଫୋରରେ ଭାରତ

ଦୁବାଇ: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଭାରତର ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ହଂକଂକୁ 40ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଭାରତ ସୁପର ଫୋରରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ଭାରତ ତାର ଦ୍ବିତୀୟ ମୁକାବିଲାରେ ହଂକଂକୁ ହରାଇଛି । ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଦମଦାର ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ହଂକଂ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦଳ । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ । ହଂକଂ ବୋଲର ପ୍ରଥମରୁ ଶୃଙ୍ଖଳିତ ବୋଲିଂ କରିଥିଲେ । ଦୁଇ ଓପନର ବଡ ସଟ ଖେଳି ପାରି ନଥିଲେ । ଦଳୀୟ ସ୍କୋର 38ରେ ରୋହିତ 21 ରନ କରି ଆଉଟ ହୋଇଥିଲେ । ଏହାପରେ ବିରାଟ କୋହଲି ଆସିଥିଲେ । ରାହୁଲ କୋହଲି ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଦ୍ବିତୀୟ ୱିକେଟରେ ଉଭୟ 56 ରନ ଭାଗିଦାରୀ କରିଥିଲେ । 13ତମ ଓଭରରେ ରାହୁଲ ମହମ୍ମଦ ଗଜନଫରଙ୍କ ବଲରେ ଆଉଟ ହୋଇଥିଲେ । ରାହୁଲ 39 ବଲରୁ 36 (2ଛକା) ରନ କରିଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର । ବିସ୍ଫୋରକ ସଟ ଖେଳି ହଂକଂ ବୋଲରଙ୍କୁ ଧରାଶାୟୀ କରିଥିଲେ ସୂର୍ଯ୍ୟ । କୋହଲି ସୂର୍ଯ୍ୟ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସୂର୍ଯ୍ୟକୁମାରକୁ ଅଟକାଇବା ହଂକଂ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ମାତ୍ର 26 ବଲରୁ ସୂର୍ଯ୍ୟକୁମାର 6 ଛକା 6 ଚୌକା ବଳରେ ଅପରାଜିତ 68 ରନ ସଂଗ୍ରହ କରିଥିଲେ । କୋହଲି 31 ତମ ଟି-20 ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ସେ 1 ଚୌକା ଓ 3 ଛକା ମାରି 59 ରନ କରିଥିଲେ । ଦଳୀୟ ସ୍କୋର 192ରେ ପହଞ୍ଚିଥିଲା । ହଂକଂକୁ 193 ରନ ଟାର୍ଗେଟ ଦେଇଥିଲା ଭାରତ ।

For his excellent knock of 68* off 26 deliveries, @surya_14kumar is our Player of the Match as #TeamIndia win by 40 runs.

Scorecard - https://t.co/k9H9a0e758 #INDvHK #AsiaCup2022 pic.twitter.com/uoLtmw2QQF

— BCCI (@BCCI) August 31, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asia Cup 2022: ପାକସ୍ତାନ ବିପକ୍ଷରେ ଜିତିଲା ଭାରତ, ଦଣ୍ଡିତ ହେଲେ ରୋହିତ

193 ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ହଂକଂ । 12 ରନରେ ଓପନର ୟସିମ ମୁର୍ତଜା (9) ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବାବର ହୟାତ୍ ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର 51ରେ ନାଜାକତ (10) ରନ କରି ପାଭିଲିୟନ ଫେରିଥିଲେ । ବାବର ହୟାତ୍ ବ୍ୟାଟିଂ ଜାରି ରଖିଥିଲେ । ସେ 3 ଚୌକା ଓ 2 ଛକା ବଳରେ 41 ରନ କରି ଦଳୀୟ ସ୍କୋରକୁ 74ରେ ପହଞ୍ଚାଇଥିଲେ । 12 ତମ ଓଭରରେ ହାୟତଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ ଜାଡେଜା । ପରବର୍ତ୍ତୀ ବ୍ୟାଟର ଦ୍ରୁତ ରନ କରିବାରେ ବିଫଳ ହୋଇଥିଲେ । ଲଢୁଆ ପ୍ରଦର୍ଶନ କରିଥିଲେ ବି ହଂକଂ 5 ୱିକେଟ ହରାଇ ମାତ୍ର 152 ରନ କରିବାରେ ସକ୍ଷମ ହୋଇଥିଲା । ବିଜୟଠୁ 40 ପଛରେ ପଡିଯାଇଥିଲା ହଂକଂ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା ଓ ଅଭେଶ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଦୁବାଇ: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଭାରତର ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ହଂକଂକୁ 40ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଭାରତ ସୁପର ଫୋରରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ଭାରତ ତାର ଦ୍ବିତୀୟ ମୁକାବିଲାରେ ହଂକଂକୁ ହରାଇଛି । ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଦମଦାର ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ହଂକଂ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦଳ । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ । ହଂକଂ ବୋଲର ପ୍ରଥମରୁ ଶୃଙ୍ଖଳିତ ବୋଲିଂ କରିଥିଲେ । ଦୁଇ ଓପନର ବଡ ସଟ ଖେଳି ପାରି ନଥିଲେ । ଦଳୀୟ ସ୍କୋର 38ରେ ରୋହିତ 21 ରନ କରି ଆଉଟ ହୋଇଥିଲେ । ଏହାପରେ ବିରାଟ କୋହଲି ଆସିଥିଲେ । ରାହୁଲ କୋହଲି ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଦ୍ବିତୀୟ ୱିକେଟରେ ଉଭୟ 56 ରନ ଭାଗିଦାରୀ କରିଥିଲେ । 13ତମ ଓଭରରେ ରାହୁଲ ମହମ୍ମଦ ଗଜନଫରଙ୍କ ବଲରେ ଆଉଟ ହୋଇଥିଲେ । ରାହୁଲ 39 ବଲରୁ 36 (2ଛକା) ରନ କରିଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର । ବିସ୍ଫୋରକ ସଟ ଖେଳି ହଂକଂ ବୋଲରଙ୍କୁ ଧରାଶାୟୀ କରିଥିଲେ ସୂର୍ଯ୍ୟ । କୋହଲି ସୂର୍ଯ୍ୟ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସୂର୍ଯ୍ୟକୁମାରକୁ ଅଟକାଇବା ହଂକଂ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ମାତ୍ର 26 ବଲରୁ ସୂର୍ଯ୍ୟକୁମାର 6 ଛକା 6 ଚୌକା ବଳରେ ଅପରାଜିତ 68 ରନ ସଂଗ୍ରହ କରିଥିଲେ । କୋହଲି 31 ତମ ଟି-20 ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ସେ 1 ଚୌକା ଓ 3 ଛକା ମାରି 59 ରନ କରିଥିଲେ । ଦଳୀୟ ସ୍କୋର 192ରେ ପହଞ୍ଚିଥିଲା । ହଂକଂକୁ 193 ରନ ଟାର୍ଗେଟ ଦେଇଥିଲା ଭାରତ ।

ଏହା ବି ପଢନ୍ତୁ...Asia Cup 2022: ପାକସ୍ତାନ ବିପକ୍ଷରେ ଜିତିଲା ଭାରତ, ଦଣ୍ଡିତ ହେଲେ ରୋହିତ

193 ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ହଂକଂ । 12 ରନରେ ଓପନର ୟସିମ ମୁର୍ତଜା (9) ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବାବର ହୟାତ୍ ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର 51ରେ ନାଜାକତ (10) ରନ କରି ପାଭିଲିୟନ ଫେରିଥିଲେ । ବାବର ହୟାତ୍ ବ୍ୟାଟିଂ ଜାରି ରଖିଥିଲେ । ସେ 3 ଚୌକା ଓ 2 ଛକା ବଳରେ 41 ରନ କରି ଦଳୀୟ ସ୍କୋରକୁ 74ରେ ପହଞ୍ଚାଇଥିଲେ । 12 ତମ ଓଭରରେ ହାୟତଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ ଜାଡେଜା । ପରବର୍ତ୍ତୀ ବ୍ୟାଟର ଦ୍ରୁତ ରନ କରିବାରେ ବିଫଳ ହୋଇଥିଲେ । ଲଢୁଆ ପ୍ରଦର୍ଶନ କରିଥିଲେ ବି ହଂକଂ 5 ୱିକେଟ ହରାଇ ମାତ୍ର 152 ରନ କରିବାରେ ସକ୍ଷମ ହୋଇଥିଲା । ବିଜୟଠୁ 40 ପଛରେ ପଡିଯାଇଥିଲା ହଂକଂ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା ଓ ଅଭେଶ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.