ETV Bharat / sports

Asia Cup 2022, ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, ପାକିସ୍ତାନ ବିପକ୍ଷର ଭାରତର ରୋମାଞ୍ଚକର ବିଜୟ - ଭାରତ ବନାମ ପାକିସ୍ତାନ ମ୍ୟାଚ ଫଳାଫଳ

ଏସିଆ କପ୍‌ରେ ଟି-20 ବିଶ୍ବକପର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, ପାକିସ୍ତାନ ବିପକ୍ଷର ଭାରତର ରୋମାଞ୍ଚକର ବିଜୟ

author img

By

Published : Aug 29, 2022, 7:15 AM IST

ଦୁବାଇ: ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ହାଇଭୋଲଟେଜ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ପାକିସ୍ତାନଠୁ ଟି-20 ବିଶ୍ବକପର ପ୍ରତିଶୋଧ ନେଇଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ ଓ ଭୁବନେଶ୍ବର କୁମାରଙ୍କ ଘାତକ ବୋଲିଂ ବଳରେ ଏସିଆ କପ୍ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ଜାଡେଜାଙ୍କ 35 ରନ ବଳରେ ଦୁଇଟି ବଲ ବାକି ଥାଇ ଭାରତ 5 ୱିକେଟରେ ମ୍ୟାଚକୁ ନିଜ କବଜାରେ କରି ନେଇଛି । ହାଇଭୋଲଟେଜ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ମ୍ୟାଚର ହିରୋ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆକର୍ଷଣୀୟ ବୋଲିଂ ସହ ବ୍ୟାଟିଂ କରି ପାକିସ୍ତାନକୁ ହରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ପାଣ୍ଡ୍ୟା ।

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପ୍ଟେନ ରୋହିତ ଶର୍ମା । ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ପ୍ରଥମ ବ୍ୟାଟିଂ କରି 19.5 ଓଭରରେ 147 ରନ କରି ଅଲଆଉଟ ହୋଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଚିତପଟ୍ଟାଙ୍ଗ ହୋଇଥିଲେ ପାକ୍‌ ବ୍ୟାଟ୍‌ର । ଫଳରେ ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ସମର୍ଥ ହୋଇନଥିଲା ବାବର ବାହିନୀ । ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଜବରଦସ୍ତ ବୋଲିଂ ସହ ୨୬ ରନ୍‌ ବ୍ୟୟରେ ସର୍ବାଧିକ ୪ ଜଣ ପାକିସ୍ତାନ ବ୍ୟାଟ୍‌ରଙ୍କୁ ପାଭିଲିୟନ ପଠାଇଥିଲେ । ବାବର ଆଜମଙ୍କୁ ଭୁବନେଶ୍ବର ଶିକାର କରିଥିଲେ । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପାକିସ୍ତାନ ବ୍ୟାଟ୍‌ରଙ୍କ ପାଇଁ ସଙ୍କଟ ସାଜିଥିଲେ । ସେ ୩ଟି ୱିକେଟ ହାତେଇଥିଲେ । ଅର୍ଶଦୀପ ସିଂହ ୨ଟି ଓ ଅଭେଷ ଖାନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଭାରତକୁ 148 ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ ।

ଏହା ବି ପଢନ୍ତୁ...Asia Cup 2022, ଭୁବିଙ୍କ ଘାତକ ବୋଲିଂ ପାକିସ୍ତାନ ୧୪୭ ରନ୍‌ରେ ଅଲଆଉଟ୍‌

148 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । 148 ରନ ଭାରତ ପାଇଁ କଷ୍ଟକର ନଥିଲା କିନ୍ତୁ ପାକିସ୍ତାନ ବୋଲର ସବୁ ଶକ୍ତି ଲଗାଇ ଦେଇଥିଲେ । ପ୍ରଥମ ଓଭରରେ ନାସିମ ଶାହ ଲୋକେଶ ରାହୁଲଙ୍କୁ (0) ଆଉଟ କରିଥିଲେ । ଶତକୀୟ ମ୍ୟାଚ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମା ଲଢେଇ ଜାରି ରଖିଥିଲେ । ବିରାଟ 35 ଓ ରୋହିତ ଶର୍ମା 12 ରନ କରି ଆଉଟ ହୋଇଥିଲେ । ମାତ୍ର ଦୁଇ ଓଭର ମଧ୍ୟରେ ଉଭୟ ଖେଳାଳି ମହମ୍ମଦ ନୱାଜଙ୍କ ଶିକାର ହୋଇଥିଲେ । କୋହଲି ଏହି ମ୍ୟାଚରେ କିଛି ଆକର୍ଷଣୀୟ ସଟ ଖେଳିଥିଲେ । 3 ଚୌକା ଓ ଗୋଟିଏ ଛକା ସହିତ 34 ବଲରୁ 35ରନ କରି ପାଭିଲିୟନ ଫେରିଥିଲେ । ପରେ ସୂର୍ଯ୍ୟକୁମାର ଯାଦବ (18) ଓ ରବୀନ୍ଦ୍ର ଜାଡେଜା (35) ରନ ଯୋଡିଥିଲେ । ନସିମ ଶାହଙ୍କ ବଲରେ ବଡ ସଟ ଖେଳିବାକୁ ଯାଇ ସୂର୍ଯ୍ୟକୁମାର ବୋଲ୍ଡ ହୋଇଥିଲେ । ଏହାପରେ ପାଣ୍ଡ୍ୟା ଓ ଜାଡେଜା ସ୍ଥିତି ସମ୍ଭାଳିଥିଲେ । ଜାଡେଜା 29 ବଲରେ 35 ରନ କରି ନୱାଜଙ୍କ ଶିକାର ହୋଇଥିଲେ । ଏହାପରେ କାର୍ତ୍ତିକ ଓ ପାଣ୍ଡ୍ୟା ରନ ଗାଡି ଆଗକୁ ନେଇଥିଲେ ।

ଶେଷ ଦୁଇ ଓଭରରେ 21 ରନ ଆବଶ୍ୟକ ଥିଲା । 19 ଓଭରରେ ପାଣ୍ଡ୍ୟା 3ଟି ଚୌକା ମାରି ଦଳକୁ ବିଜୟ ନିକଟତର କରିଥିଲେ । ଶେଷ ଓଭରରେ ବିଜୟ ପାଇଁ ଭାରତକୁ 7 ରନ ଦରକାର ଥିଲା । ରବୀନ୍ଦ୍ର ଜାଡେଜା ଆଉଟ ହୋଇସାରିଥିଲେ। ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ କମିବାକୁ ଲାଗିଥିଲା । ବଲ ସରିବାକୁ ଲାଗିଥାଏ ଛାତିରେ ଛନକା ପଶୁଥାଏ କିଏ ମ୍ୟାଚ ଜିତିବ ତାହା କହିବା ମୁସ୍କିଲ ହୋଇ ପଡୁଥାଏ । କେତେବେଳେ ମ୍ୟାଚ ଭାରତ ହାତରେ ଥାଏ ତ ପୁଣି କେତେବେଳେ ପାକିସ୍ତାନ ହାତରେ । ପ୍ରତି ବଲରେ ମ୍ୟାଚର ଗତପଥ ବଦଳୁଥାଏ । ଶେଷ ଓଭର ଦ୍ବିତୀୟ ବଲରେ ସିଙ୍ଗଲ୍ସ ନେଇ ପାଣ୍ଡ୍ୟା ଷ୍ଟ୍ରାଇକ ଛାଡିଥିଲେ । ତୃତୀୟ ବଲରେ ରନ ହୋଇନଥିଲା । ଚତୁର୍ଥ ବଲରେ ପାଣ୍ଡ୍ୟା ବିଶାଳ ଛକା ମାରି ବିଜୟ ଭେଟି ଦେଇଥିଲେ। ବିଜୟ ପରେ ଡ୍ରେସିଂ ରୁମ ଓ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଥିଲା । ପାଣ୍ଡ୍ୟା ଚମତ୍କାର ବୋଲିଂ କରି 25ରନରେ 3ଟି ୱିକେଟ ହାସଲ କରିଥିଲେ । ସେହିପରି 17 ବଲରେ ଧୂଆଁଧାର ବ୍ୟାଟିଂ କରି 33 ରନ କରି ଅପରାଜିତ ଥିଲେ । କାର୍ତ୍ତିକ 1 ରନ କରିଥିଲେ ।

ଭାରତର ବିଜୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି । ଗୃହମନ୍ତ୍ରୀ ଅମିତ ଶାହ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 2021 ବିଶ୍ବକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ପାକିସ୍ତାନଠୁ 10 ୱିକେଟରେ ପରାସ୍ତ ହୋଇଥିଲା । ଏସିଆ କପରେ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.