ETV Bharat / sports

Asia Cup, ଆଜି କର ବା ମର ମ୍ୟାଚ୍‌, ବିଜୟୀ ନହେଲେ ବିଦାୟ

author img

By

Published : Sep 1, 2022, 12:44 PM IST

Updated : Sep 1, 2022, 1:19 PM IST

ବିଜୟୀ ଟିମକୁ ମିଳିବ ସୁପର ୪ ଟିକେଟ ଓ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ଏସିଆ କପ୍ ୨୦୨୨ର ଭର୍ଚୁଆଲ ନକଆଉଟ୍‌ ମ୍ୟାଚ୍‌ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବ । ଉଭୟଙ୍କ ପାଇଁ କର ବା ମର ମ୍ୟାଚ୍‌ । ଅଧିକ ପଢନ୍ତୁ

ଆଜି ଶ୍ରୀଲଙ୍କା ବାଂଲାଦେଶ ମୁକାବିଲା
ଆଜି ଶ୍ରୀଲଙ୍କା ବାଂଲାଦେଶ ମୁକାବିଲା

ଦୁବାଇ: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ପଞ୍ଚମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ବାଂଲାଦେଶ । ଗ୍ପୁର ବି'ରେ ଥିବା ଏହି ଦୁଇ ଟିମ ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ ହୋଇଛି । କାରଣ ଆଫଗାନିସ୍ତାନ ଠାରୁ ଉଭୟ ଖେଳିଥିବା ପ୍ରଥମ ମ୍ୟାଚରେ ପରାସ୍ତ ହୋଇସାରିଛନ୍ତି । ଏପରି ସ୍ଥିତିରେ ଆଜିର ମ୍ୟାଚ୍‌ରେ ପରାଜିତ ଟିମର ସୁପର ୪ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ଧୂଳିଶାତ୍‌ ହୋଇଯିବ । ଫଳରେ ଦୁଇ ଟିିମ ନିଶ୍ଚିନ୍ତ ବିଜୟ ଆଶାରେ ଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିପାରେ ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର ଆତ୍ମସମର୍ପଣ କରିଥିଲେ । କେବଳ ଭାନୁକା ରାଜାପକ୍ସାଙ୍କ ବ୍ୟତୀତ ଆଫଗାନ ବୋଲରଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲେ ଅନ୍ୟ ସମସ୍ତ ଶ୍ରୀଲଙ୍କା ବ୍ୟାଟ୍‌ର । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଉଭୟଙ୍କ ମଧ୍ୟରେ ଖେଳାଯାଇଥିଲା ଓ ଏଥିରେ ଆଫଗାନିସ୍ତାନଠାରୁ ଶୋଚନୀୟ ପରାସ୍ତ ହୋଇଥିଲା ଆୟୋଜକ ଶ୍ରୀଲଙ୍କା । ମହମ୍ମଦ ନବିଙ୍କ ଟିମ ୮ ୱିକେଟରେ ଦମଦାର ବିଜୟ ହାସଲ କରିଥିଲା ।

ସେହିପରି ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ୍‌ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା ଓ ସାକିବ ଅଲ ହସନଙ୍କ ଟିମ ମଧ୍ୟ ସମାନ ଦଶା ଭୋଗିଥିଲା । ବାଂଲା ଟାଇଗରଙ୍କୁ ପୁଣିଥିରେ ସ୍ପିନ ଜାଲରେ ଫସାଇଥିଲେ ଆଫଗାନିସ୍ତାନ ବୋଲର । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ଆକ୍ସନ ରିପ୍ଲେ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା । ୭ ୱିକେଟରେ ମ୍ୟାଚ୍‌ ଜିତି ସୁପର ୪ ପ୍ରବେଶ କରିଥିଲା ଆଫଗାନିସ୍ତାନ ।

ଆଜିର ମ୍ୟାଚ୍‌ରେ ମଧ୍ୟ ଟସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିପାରେ । ଟସ୍‌ ବିଜେତା ଟିମ ପ୍ରଥମେ ଫିଲ୍ଡିଂ ଚୟନ କରିପାରନ୍ତି । ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ଟିମରେ ଏକାଧିକ ସ୍ପିନର ରହିଥିବାରୁ ମ୍ୟାଚ୍‌ ଚିତାକର୍ଷକ ହେବ ବୋଲି ଅନୁମାନ କରାଯାଉଛି । ବାଂଲାଦେଶ ବ୍ୟାଟିଂରେ ଷ୍ଟାର ବ୍ୟାଟ୍‌ର ସାକିବ ଅଲ ହସନ, ମୁସଫିକର ରହିମ ଓ ମହମଦ୍ଦୁଲ୍ଲାଙ୍କ ଉପରେ ନିର୍ଭର କରିବ । ସେହିପରି ବୋଲିଂରେ ଷ୍ଟାର ବୋଲର ମୁସ୍ତାଫିଜୁର ରେହମାନ ଓ ଟସକିନ ଅହମ୍ମଦଙ୍କ ଭଲ ପ୍ରଦର୍ଶନ ଆଶା କରିବ ।

ଅନ୍ୟପଟେ ଶ୍ରୀଲଙ୍କା ପାଇଁ ମଧ୍ୟ ଏହି ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଟୁର୍ଣ୍ଣାମେଣ୍ଟରେ ସୁରକ୍ଷିତ ରହିବାକୁ ପଜିଟିଭ ରନ୍‌ରେଟ୍‌ ସହ ବଡ ବିଜୟ ଆବଶ୍ୟକ କରୁଥି ସିଂହଳ ଟିମ । ବ୍ୟାଟିଂବିଭାଗ କୁସାଲ ମେଣ୍ଡିସ, ଭାନୁକା ରାଜପକ୍ସା ଓ କ୍ୟାପଟେନ ଦାସୁନ ସନାକାଙ୍କ ପ୍ରଦର୍ଶନ ଉପରେ ବିଶେଷ ଭାବେ ନିର୍ଭର କରିବ ଓ ବୋଲିଂରେ ମଧ୍ୟ ସମସ୍ତ ବୋଲରଙ୍କ ମିଳିତ ପ୍ରଦର୍ଶନ ଆଶାରେ ରହିବ ଟିମ ।

ଏହା ବି ପଢନ୍ତୁ...Asia Cup 2022: ଭାରତର ଲଗାତାର ଦ୍ବିତୀୟ ବିଜୟ, 40 ରନରେ ହାରିଲା ହଂକଂ

ଦୁଇଟି ଲେଖାଏଁ ବିଜୟ ସହ ଯଥାକ୍ରମେ ଗ୍ରୁପ ଏ' ଓ ଗ୍ରୁପ ବି'ରୁ ଭାରତ ଓ ଆଫଗାନିସ୍ତାନ ସୁପର ୪ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି । ଫଳରେ ଅନ୍ୟ ଦୁଇଟି ସ୍ଥାନ ପାଇଁ ଏବେବି ରେସ୍‌ରେ ୪ଟି ଟିମ ରହିଛନ୍ତି । ଗ୍ରୁପ ଏ'ରୁ ପାକିସ୍ତାନ ଓ ହଂକଂ ମ୍ୟାଚ୍‌ର ବିଜେତା ଟିମ ଓ ଗ୍ରୁପ ବି'ରୁ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ବିଜେତା ଟିମ ସୁପର ୪ ରେ ପ୍ରବେଶ କରିବ ।

ଇଟିଭି ଭାରତ

Last Updated : Sep 1, 2022, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.