ETV Bharat / sports

ଅଭିଜ୍ଞ ଅଶ୍ବିନଙ୍କ ଉପସ୍ଥିତି ଏକ ଆକ୍ରମଣାତ୍ମକ ବିକଳ୍ପ: ରୋହିତ

author img

By

Published : Nov 22, 2021, 4:10 PM IST

ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍କ୍ବାଡ୍‌ରେ ଉପସ୍ଥିତି, ଜଣେ ଅଧିନାୟକଙ୍କ ପାଇଁ ସର୍ବଦା ଏକ ଆକ୍ରମଣାତ୍ମକ ବିକଳ୍ପ । ଅଧିକ ପଢନ୍ତୁ

Ashwin is always an attacking option for a captain: Rohit
ଅଭିଜ୍ଞ ଅଶ୍ବିନଙ୍କ ଉପସ୍ଥିତି ଏକ ଆକ୍ରମଣାତ୍ମକ ବିକଳ୍ପ: ରୋହିତ

କୋଲକାତା: ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ର ମିଡିଲ ଓଭରରେ ଟିମ ୱିକେଟ ଆବଶ୍ୟକ କରିଥାଏ । ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍କ୍ବାଡ୍‌ରେ ଉପସ୍ଥିତି, ଜଣେ ଅଧିନାୟକଙ୍କ ପାଇଁ ସର୍ବଦା ଏକ ଆକ୍ରମଣାତ୍ମକ ବିକଳ୍ପ । ଭେଟେରାନ ସ୍ପିନର ଅଶ୍ବିନଙ୍କୁ ପ୍ରଶଂସା କରିବା ସହ ଏହା କହିଛନ୍ତି ଭାରତୀୟ କ୍ୟାପଟେନ ରୋହିତ ଶର୍ମା ।

ଟିମ ଇଣ୍ଡିଆର ନବନିଯୁକ୍ତ ଟି-୨୦ କ୍ୟାପଟେନ୍‌ ରୋହିତ ଶର୍ମା, ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ କ୍ଳିନସୁଇପରେ ବୋଲିଂ ବିଭାଗ ପ୍ରଭାବଶାଳୀ ଓ ପ୍ରମୁଖ ଭୂମିକା ରହିଥିଲା କହିଛନ୍ତି ।

ପ୍ରାୟ ୪ ବର୍ଷ ପରେ ଟି-୨୦ ବିଶ୍ବକପରେ ସୀମିତ ଓଭର କ୍ରିକେଟକୁ କମବ୍ୟାକ୍‌ କରିଛନ୍ତି ଅଶ୍ବିନ । ୩୫ ବର୍ଷୀୟ ଅଶ୍ବିନ କିୱି ଟିମ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ଟିମ ଆବଶ୍ୟକ କରୁଥିବା ସମୟରେ ଗୁରୁତ୍ବପୂର୍ଣ୍ଣ ୱିକେଟ ଅକ୍ତିଆର ସହିତ ରନ୍‌ ଗତିରେ ଅକୁଂଶ ଲଗାଇଥିଲେ ।

ଇଡେନ ଗାର୍ଡେନ କୋଲକାତା ଗ୍ରାଉଣ୍ଡରେ ଭାରତ ୭୩ ରନ୍‌ରେ ନ୍ୟୁଜିଲାଣ୍ଡକୁ ତୃତୀୟ ଟି-୨୦ରେ ହରାଇବା ପରେ ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅଶ୍ବିନଙ୍କୁ ପ୍ରଶଂସା କରିଥିଲେ ରୋହିତ । ଜୟପୁର ଓ ରାଞ୍ଚି ଟି-୨୦ରେ ଅଶ୍ବିନ ଯଥାକ୍ରମେ 4-0-23-2 ଓ ୪-୦-୧୯-୧ ପ୍ରଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.