ETV Bharat / sports

WTC 2019-21: ଅଶ୍ବିନ ସର୍ବାଧିକ ୱିକେଟ ହାସଲକାରୀ ବୋଲର

ଭାରତୀୟ ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବୁଧବାର ଶେଷ ହୋଇଥିବା 2019-21 ବିଶ୍ବ ଟେଷ୍ଟ ଚମ୍ପିଆସିପରେ 71 ୱିକେଟ ହାସଲ କରିବା ସହ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 24, 2021, 7:42 PM IST

Ashwin ends WTC 2019-21 cycle as leading wicket-taker
WTC 2019-21: ଅଶ୍ବିନ ସର୍ବାଧିକ ୱିକେଟ ହାସଲକାରୀ ବୋଲର

ସାଉଥାମ୍ପଟନ: ଭାରତୀୟ ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବୁଧବାର ଶେଷ ହୋଇଥିବା 2019-21 ବିଶ୍ବ ଟେଷ୍ଟ ଚମ୍ପିଆସିପରେ 71 ୱିକେଟ ହାସଲ କରିବା ସହ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି । 34 ବର୍ଷୀୟ ତାମିଲନାଡୁ ଅଫ-ସ୍ପିନର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି । WTC ଟୁର୍ଣ୍ଣାମେଣ୍ଟର ଅଶ୍ବିନଙ୍କ ଏହା 14ତମ ଟେଷ୍ଟ । ନ୍ୟୁଜିଲାଣ୍ଡ ଓପନର ଡେଭନ କନୱେଙ୍କୁ ଅଶ୍ବିନ 71ତମ ଶିକାର କରିଥିଲେ ।

ନ୍ୟୁଜିଲାଣ୍ଡ କେନ ୱିଲିୟମସନଙ୍କ ନେତୃତ୍ବରେ ଭାରତକୁ 8 ୱିକେଟରେ ହରାଇ ପ୍ରଥମ WTC ଟାଇଟେଲ ହାସଲ କରିଛନ୍ତି । WTC ଟୁର୍ଣ୍ଣାମେଣ୍ଟରେ ଅଶ୍ବିନ 4ଥର 5 ୱିକେଟ ହାସଲ କରିଛନ୍ତି ଓ 145 ରନ୍‌ ବ୍ୟୟରେ 7 ୱିକେଟ ହାସଲ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପାଟ କମିନ୍ସ 14ଟି ଟେଷ୍ଟରୁ 70 ୱିକେଟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଇଂଲଣ୍ଡ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡ 17 ଟେଷ୍ଟରୁ 69 ୱିକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ ସାଉଦୀ ଓ ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ 56 ୱିକେଟ ସହ ସର୍ବାଧିକ ୱିକେଟ ତାଲିକାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.