ETV Bharat / sports

Ashes: ଇଂଲଣ୍ଡର ଲଢୁଆ ଜବାବ, ରୋମାଞ୍ଚକ ସ୍ଥିତିରେ ଗାବା ଟେଷ୍ଟ - Ashes 1st Test england vs australia

ଗାବା ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଆସେସ ଟେଷ୍ଟର ତୃତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡ, ଦ୍ବିତୀୟ ଇଂନିସରେ ୨ ୱିକେଟ ହରାଇ ୨୨୦ ରନ୍‌ ସଂଗ୍ରହ କରିନେଇଛି । ତେବେ ଅଷ୍ଟ୍ରେଲିଆ ଠାରୁ ଏବେବି ୫୮ ରନ୍‌ ପଛରେ ରହିଛି । ଅଧିକ ପଢନ୍ତୁ

Ashes, 1st Test: Malan, Root fightback to help England close day three on a high
Ashes: ଇଂଲଣ୍ଡର ଲଢୁଆ ଜବାବ, ରୋମାଞ୍ଚକ ସ୍ଥିତିରେ ଗାବା ଟେଷ୍ଟ
author img

By

Published : Dec 10, 2021, 9:27 PM IST

ବ୍ରିସବେନ୍‌(ଅଷ୍ଟ୍ରେଲିଆ): ରୋମାଞ୍ଚକର ସ୍ଥିତିରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଆସେସ(Ashes) ଟେଷ୍ଟ । ପ୍ରଥମ ଇଂନିସରେ ମାତ୍ର ୧୪୭ ରନ୍‌ରେ ଅଲଆଉଟ୍‌ ହୋଇଥିବା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ଲଢୁଆ ପ୍ରଦର୍ଶନ କରିଛି । ବ୍ରିସବେନର ଐତିହାସକ ଗାବା ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ୨ ୱିକେଟ ହରାଇ ୨୨୦ ରନ୍‌ ସଂଗ୍ରହ କରିନେଇଛି ।

ତେବେ ଅଷ୍ଟ୍ରେଲିଆ ଠାରୁ ଏବେବି ୫୮ ରନ୍‌ ପଛରେ ରହିଛି । ଡେୱିଡ ମଲାନ ୮୦ ଓ କ୍ୟାପଟେନ ଜୋ ରୁଟ୍‌ ୮୬ ରନ୍‌ରେ ଅପରାଜିତ ରହିଛନ୍ତି । ଦୁଇ ଓପନର ହସିବ ହମିଦ ଓ ରରି ବର୍ଣ୍ଣସ ପ୍ରଥମ ଇଂନିସ ପରି ଦ୍ବିତୀୟ ଇଂନିସରେ ମଧ୍ୟ ଫେଲ୍‌ ମାରିଛନ୍ତି ।

ପ୍ରଥମ ଇଂନିସରେ ୪୨୫ ରନ୍‌ର ବିଶାଳ ସ୍କୋର କରିଥିଲା ଘରୋଇ ଟିମ । ଟ୍ରାଭିସ ହେଡ୍‌ ଦମଦାର ୧୫୨ ରନ୍‌ର ଇଂନିସ ଖେଳିଥିଲେ । ଓପନର ଡେଭିଡ ୱାର୍ଣ୍ଣରଙ୍କ ୯୫ ରନ୍‌ ଓ ଲାବୁସାନଙ୍କ ୭୪ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ବଳରେ ଡ୍ରାଇଭର ସିଟ୍‌ରେ ରହିଛି ଅଷ୍ଟ୍ରେଲିଆ ।

ଏହାମଧ୍ୟ ପଢନ୍ତୁ: U-19 Asia Cup: ୨୦ ଜଣିଆ ଟିମ୍‌ ଇଣ୍ଡିଆ ସ୍କ୍ବାଡ୍‌ ଘୋଷଣା

ମ୍ୟାଚ୍‌କୁ ଆଉ ଦୁଇଦିନ ବାକି ରହିଥିବାବେଳେ ଇଂଲଣ୍ଡ ବଡ ବିଜୟ ଲକ୍ଷ୍ୟ ସହ ଶେଷ ଦିନରେ କରିସ୍ମା କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ପାଟ୍‌ କମିନ୍ସଙ୍କ ନେତୃତ୍ବରେ ଶାଣିତ କଙ୍ଗାରୁ ବୋଲିଂ ଆକ୍ରମଣ ଇଂଲଣ୍ଡ ଇଂନିସକୁ ଶୀଘ୍ର ଶେଷ କରି ବିଜୟର ବ୍ୟବଧାନକୁ କମ କରିବା ଲକ୍ଷ୍ୟରେ ରହିଛି ।

ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗାବା ଟେଷ୍ଟର ପଞ୍ଚମ ଦିନ ରୋମାଞ୍ଚକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.