ETV Bharat / sports

T20 World Cup: ଆଜି ଅସଲ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ - ବିଜୟ ଧାରାକୁ ନେଇ ଟିମ ଇଣ୍ଡିଆର ବିଶ୍ଲେଷଣ

ପାକିସ୍ତାନ ଓ ନେଦରଲାଣ୍ଡସକୁ ହରାଇ ସାରିବା ପରେ ଟିମ ଇଣ୍ଡିଆର ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ବିଶ୍ବକପରେ ବିଜୟ ଧାରା ଜାରି ରଖିଥିବା ମେନ ଇନ୍ ବ୍ଲୁର ମନୋବଳ ଦୃଢ ରହିଛି । ଅଧିକ ପଢନ୍ତୁ

ବିଜୟ ଧାରାକୁ ନେଇ ଟିମ ଇଣ୍ଡିଆର ବିଶ୍ଲେଷଣ
T20 World Cup: ଆଜି ଅସଲ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ
author img

By

Published : Oct 30, 2022, 8:34 AM IST

Updated : Oct 30, 2022, 8:51 AM IST

ହାଇଦ୍ରାବାଦ: ବିଶ୍ବକପରେ ବିଜୟ ଧାରା ଜାରି ରଖିଥିବା ମେନ ଇନ୍ ବ୍ଲୁର ମନୋବଳ ଦୃଢ ରହିଛି । ପାକିସ୍ତାନ ଓ ନେଦରଲାଣ୍ଡସକୁ ହରାଇ ସାରିବା ପରେ ଟିମ ଇଣ୍ଡିଆର ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭାରତ ଯେମିତି ହରାଇଲା ତାହା ଅବିଶ୍ବସନୀୟ ପ୍ରଦର୍ଶନ ରହିଥିଲା । ପ୍ରଥମେ ମ୍ୟାଚ ପାକିସ୍ତାନରେ ବିରାଟ କୋହଲିଙ୍କର ଲଢୁଆ ଇନିଂସ ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲା । ଅନ୍ତିମ ତିନି ଓଭରରେ ୪୮ ରନ ସଂଗ୍ରହ କରିବା ଅସମ୍ଭବ ଲାଗୁଥିଲା ବି କୋହଲିଙ୍କ ଅବିଶ୍ବସନୀୟ ପାଳି ଖେଳି ଭାରକତୁ ବିଜୟୀ କରାଇଥିଲେ । କୋହଲିଙ୍କୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭରପୁର ସାଥ୍‌ ମିଳିଥିଲା । ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ବିଜୟୀ ଶତକୀୟ ଭାଗିଦାରୀ ହୋଇଥିଲା । ଫଳରେ ଶେଷ ବଲ୍‌ରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ।

ବିଶ୍ବକପରେ ଏଯାବତ ଭାରତର ପ୍ରଦର୍ଶନ ନେଇ ବିଚାର କଲେ ଓପନର କେଏଲ ରାହୁଲଙ୍କର ପ୍ରଦର୍ଶନ ନେଇ ଦଳର ସାମାନ୍ୟ ମୁଣ୍ଡ ବିନ୍ଧାର କାରଣ ହୋଇଛି । ରାହୁଲଙ୍କ ପରିବର୍ତ୍ତେ ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯାଉ ଓ ଓପନିଂ କରାଯାଉ ବୋଲି ଅନେକ ଫ୍ୟାନ୍ସ ମତ ଦେଉଛନ୍ତି । ବାମହାତୀ ବ୍ୟାଟର ପନ୍ତ ଦ୍ରୁତ ରନ୍‌ ସଂଗ୍ରହ କରି ମ୍ୟାଚରେ ମୋଡ ବଦଳାଇବାରେ ଦକ୍ଷତା ରଖିଛନ୍ତି । ତେବେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ସ୍ପଷ୍ଟ କରିଛନ୍ତି ଯେ,ଦକ୍ଷିଣ ଆଫ୍ରିକା ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରାହୁଲ ହିଁ ଓପନିଂ କରିବେ ।

ସେହିପରି ଯଦି ଆମେ ସୂର୍ଯ୍ୟକୁମାର ଯାଦବଙ୍କ କଥା ବିଚାର କରିବା ତାହେଲେ ନେଦରଲାଣ୍ଡ ବିପକ୍ଷରେ SKY ତାଙ୍କର ଜଲୱା ଦେଖାଇଥିଲେ । ଯାଦବଙ୍କର ଆଭରେଜ ୪୨ ରହିଛି ଓ ଷ୍ଟାଇକରେଟ୍‌ ୧୪୯ ରହିଛି । SKY ତାଙ୍କ ପ୍ରଦର୍ଶନ ବଳରେ ଖେଳର ମୋଡ ବଦଳାଇବାରେ ଦକ୍ଷତା ରଖନ୍ତି । ଟପ୍ ଅର୍ଡର ବ୍ୟାଟର ଫେଲ ମାରିଲେ SKYଙ୍କ ଠାରୁ ବଡ ପାଳି ଆଶା ରଖିଛନ୍ତି ଭାରତୀୟ ଫ୍ୟାନ୍ସ ।

ସେହିପରି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ସ୍ଥାନରେ ପାଇଥିବା ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଏପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଦର୍ଶନ ରହିନାହିଁ । ତଥାପି ହାର୍ଦ୍ଦିକ ପଣ୍ଡ୍ୟାଙ୍କ ପରେ ଅକ୍ଷର ପଟେଲଙ୍କ ଭୂମିକା ଦଳରେ ମହତ୍ବପୂର୍ଣ୍ଣ ରଖେ । ସେହିପରି ଫିନିଶର ହିସାବରେ ଦିନେଶ କାର୍ତ୍ତିକଙ୍କର ରେକର୍ଡ ରହିଛି । ସେପଟେ ଯଦି ଆମେ ବୋଲିଂ ବିଭାଗ କଥା ଦେଖିବା ଯୁବ ଷ୍ଟାର ବୋଲର ଅର୍ଶଦୀପ ସିଂ ପାକିସ୍ତାନ ବିପକ୍ଷରେ ପ୍ରଭାବୀ ବୋଲିଂ କରି ପ୍ରମାଣିତ କରିଛନ୍ତି ।

Last Updated : Oct 30, 2022, 8:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.