ETV Bharat / sports

ଅମ୍ବାତି ରାଇଡୁଙ୍କ ଅବସର ଘୋଷଣା: ଟ୍ୱିଟ୍ କରି ଡିଲିଟ୍ କରିଦେଲେ

author img

By

Published : May 14, 2022, 5:06 PM IST

IPLରୁ ସନ୍ୟାସ ଘୋଷଣା ପରେ ଡିଲିଟ କଲେ ଅମ୍ବାତି ରାଇଡୁ । ପ୍ରତିକ୍ରିୟା ରଖିଲେ CSK ସିଇଓ । ଅଧିକ ପଢନ୍ତୁ

ଅମ୍ବାତି ରାଇଡୁଙ୍କ ଅବସର ଘୋଷଣା: ଟ୍ବିଟ କରି ଡିଲିଟ କରିଦେଲେ

ମୁମ୍ବାଇ: IPL ରୁ ସନ୍ୟାସ ଘୋଷଣା କଲେ ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଅମ୍ବାତି ରାଇଡୁ । ଚଳିତ ଆଇପିଏଲ ତାଙ୍କର ଶେଷ ମୁକାବିଲା ନେଇ ଟ୍ବିଟରେ ସ୍ପଷ୍ଟ କରିଥିଲେ । ମାତ୍ର ଟ୍ବିଟର କିଛି ସମୟ ପରେ ଏହାକୁ ଡିଲିଟି କରିଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଇଡୁ ଟ୍ୱିଟରେ ଲେଖିଛନ୍ତି ଯେ, 'ଚଳିତ IPL ସିଜିନରୁ ଅବସର ଘୋଷଣା କରି ମୁଁ ଖୁସି । ଲିଗରେ ଖେଳିବା ମୋ ପାଇଁ ଗର୍ବର ବିଷୟ । ମୁଁ 13 ବର୍ଷ ଧରି ଦୁଇଟି ବଡ ଟିମର ଅଂଶ ହୋଇପାରିଛି, ଏହା ଏକ ଚମତ୍କାର ଯାତ୍ରା ଥିଲା । ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସକୁ ଧନ୍ୟବାଦ ।' ତେବେ ଏପରି କିଛି ଟ୍ବିଟ କରିବାର କିଛିସମୟ ପରେ ଡିଲିଟ କରି ଦେଇଛନ୍ତି ରାଇଡୁ । ପ୍ରକୃତରେ ତାଙ୍କ ଟ୍ବିଟ ଏବଂ ଡିଲିଟ ପଛର କାରଣ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ସିଇଓ କାଶୀ ବିଶ୍ୱନାଥ ଅମ୍ବାତି ରାଇଡୁଙ୍କ ଟ୍ୱିଟରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, 'ରାଇଡୁ ଅବସର ନେଉନାହାଁନ୍ତି । ବୋଧହୁଏ ସେ ତାଙ୍କ ପ୍ରଦର୍ଶନୀରେ ଖୁସି ନହାନ୍ତି । ଏହା କେବଳ ତାଙ୍କ ମାନସିକ ଭାବନା ହୋଇଥାଇପାରେ । ସେ ଆମ ସହିତ ରହିବେ ।' ତେବେ ଆସନ୍ତା ସିଜିନରେ ମଧ୍ୟ ରାଇଡୁ CSK ପକ୍ଷରୁ ଖେଳିବା ନେଇ ସିଇଓ ଏକପ୍ରକାର ସ୍ପଷ୍ଟ କରିଛନ୍ତି ।

ତେବେ ଏହାପୂର୍ବରୁ 2019 ରେ ମଧ୍ୟ ଅମ୍ବାତି ରାଇଡୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । 2019 ODI ବିଶ୍ବକପ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ନ ପାଇବାରୁ ସେ ଅବସର ଘୋଷଣା କରିଥିଲେ । ତାଙ୍କ ନାମ ବିଶ୍ବକପ ପାଇଁ ଷ୍ଟାଣ୍ଡବାଏ ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହାର ଦୁଇମାସ ପରେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନକୁ ଏକ ଇମେଲ୍ ପଠାଇ ପୁନର୍ବାର କ୍ରିକେଟ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାପୂର୍ବରୁ 2018 ରେ, ରାଇଡୁ ସୀମିତ ଓଭର ଉପରେ ଧ୍ୟାନ ଦେବା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.