ETV Bharat / sports

BCCI ଚୟନ କମିଟି ଅଧ୍ୟକ୍ଷ ଅଗରକରଙ୍କ ରେକର୍ଡ, ଯାହା ସଚିନ କରିନଥିଲେ ତାହା ସେ କରିଥିଲେ

author img

By

Published : Jul 5, 2023, 5:03 PM IST

Updated : Jul 6, 2023, 6:13 AM IST

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ତଥା ପେସ ବୋଲର ଅଜିତ ଅଗରକର ବିସିସିଆଇ ଚୟନ କମିିଟି ନିଯୁକ୍ତ ହୋଇଛନ୍ତି । ଜାଣନ୍ତୁ ତାଙ୍କ କ୍ରିକେଟ ରେକର୍ଡଠୁ ନେଇ କିଛି ଜଣା ଅଜଣା କଥା ।

BCCI ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର
Ajit Agarkar

ନୂଆଦିଲ୍ଲୀ: ଅଜିତ ଅଗରକର । ପୂରା ନାମ ଅଜିତ ଭାଲଚନ୍ଦ୍ର ଅଗରକର । ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ତଥା ପେସ ବୋଲର ଅଜିତ ଅଗରକର ବର୍ତ୍ତମାନ ସିନିୟର ଚୟନ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ଅଗରକର ଟିମ ଇଣ୍ଡିଆ ଖେଳାଳି ବାଛିବେ । ଆଜିଠୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି । ଦିନିକିଆ ଫର୍ମାଟରେ ଦମଦାର ଖେଳାଳି ରହିଛନ୍ତି ଅଗରକର । ସେ 2007ରେ ଟି-ଟ୍ବେଣ୍ଟି ବିଶ୍ବକପ ବିଜୟରେ ଭାରତୀୟ ଦଳରେ ସାମିଲ ଥିଲେ । ଟେଷ୍ଟ କ୍ରିକେଟରେ ମଧ୍ୟ ଅଜିତଙ୍କର ସାନଦାର ପ୍ରଦର୍ଶନ ରହିଥିଲା । ଅଗରକରଙ୍କ ନାମରେ ଅନେକ ରେକର୍ଡ ଯାହା ଆଜି ବି ବଜାୟ ରହିଛି । ଦିନିକିଆ କ୍ରିକେଟରେ ସବୁଠୁ ଦ୍ରୁତ 50ରନ ସଂଗ୍ରହକାରୀ ଅଜିତଙ୍କୁ ଏବେ ଗୁରୁ ଦାୟିତ୍ବ ମିଳିଛି । ଜାଣନ୍ତୁ ଏହି କ୍ରିକେଟରଙ୍କ ବିଷୟରେ ।

ଅଜିତଙ୍କ କ୍ରିକେଟ କ୍ୟାରିୟର: ଦେଖିବାକୁ ଗଲେ ଅଜିତଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ରହିଛି । ଲର୍ଡସ ମୈଦାନରେ ଟେଷ୍ଟ ଶତକ ହାସଲ କରିବା ସହ ଲଗାତାର ଶୂନ (0)ରେ ଆଉଟ ହେବା ରେକର୍ଡ ମଧ୍ୟ ଅଗରକରଙ୍କ ନାମରେ ରହିଛି । ଟେଷ୍ଟ କ୍ରିକେଟରେ 1999-2000 ଅଷ୍ଟ୍ରେଲିଆ ବିପକ୍ଷରେ 5ଟି ଇନିଂସରେ ଲଗାତାର ଶୂନରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ମୁମ୍ବାଇ ରଣଜୀ ଟିମରେ ଦମଦାର ପ୍ରଦର୍ଶନ କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଅଜିତ ଅଗରକର ଦିନିକିଆ କ୍ରିକେଟରେ ସୁନ୍ଦର ଶୁଭାରମ୍ଭ କରିଥିଲେ । 1998 ଏପ୍ରିଲ 1ରେ ଅଷ୍ଟ୍ରେଲିଆ ବିପକ୍ଷରେ କୋଚିରେ ଖେଳାଯାଇଥିବା ଦିନିକିଆରେ ପଦାର୍ପଣ କରିଥିଲେ ଅଗରକର । ଏହା ପରେ ସେ ଖେଳିଥିବା ସମସ୍ତ ଦିନିକିଆରେ ୱିକେଟ ହାସଲ କରିଥିଲେ । ବୋଲିଂରେ ବ୍ୟାଟରଙ୍କୁ ଫସାଇ ଦେଉଥିଲେ ଅଗରକର । ଦିନିକିଆରେ ସବୁଠୁ ଦ୍ରୁତ 50ରନ ସଂଗ୍ରହର ରେକର୍ଡ କରିଥିଲେ । ଏହି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା ।

1976 ଡିସେମ୍ବର 4ରେ ଜନ୍ମିତ ଅଜିତ 2005-06ରେ ଭାରତୀୟ ଦଳରେ ସବୁଠୁ ପ୍ରମୁଖ ଦ୍ରୁତ ବୋଲର ହୋଇଯାଇଥିଲେ । 2007ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ବରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ବିଶ୍ବକପ ଖେଳିଥିଲା । ଅଜିତ ଅଗରକର ଏହିଥିରେ ସାମିଲ ଥିଲେ । ମାତ୍ର ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ଯାହାର ପ୍ରଭାବ ଅଗରକରଙ୍କ ଉପରେ ପଡିଥିଲା । ଏହା ପରେ ତାଙ୍କୁ ଦଳରୁ ବାଦ କରାଯାଇଥିଲା ।

ଏହା ବି ପଢନ୍ତୁ...ଅଗରକର ବାଛିବେ ଟିମ୍ ଇଣ୍ଡିଆ ଖେଳାଳି, ପଦ ବଜାୟ ରଖିଲେ ଶିବସୁନ୍ଦର

ଅଜିତଙ୍କ ପାଇଁ କୀର୍ତ୍ତୀ ରଚିଥିଲା ଭାରତ: ଅଗରକରଙ୍କ ସହାୟତାରେ 20 ବର୍ଷ ପରେ କୀର୍ତ୍ତି କରିଥିଲା ଭାରତ । ବର୍ଷ 2003ରେ ଭାରତ 20 ବର୍ଷ ପରେ ଅଷ୍ଟ୍ରେଲିଆରେ ଏଡିଲେଡ ଟେଷ୍ଟ ମ୍ୟାଚ ଜିତିଥିଲା । ଏଥିରେ ଅଜିତଙ୍କ ବଡ ଯୋଗଦାନ ଥିଲା । ପ୍ରଥମ ଥର 556 ରନ କରିଥିବା ଅଷ୍ଟ୍ରେଲିଆ ଦଳକୁ ଦ୍ବିତୀୟ ଇନିଂସରେ ଘାତକ ବୋଲିଂ ବଳରେ ଘାଇଲା କରିଥିଲେ ଅଗରକର । 196ରନରେ ଅଷ୍ଟ୍ରେଲିଆକୁ ଅଟକାଇ ଦେଇଥିଲେ ଅଗରକର । 41ରନ ଦେଇ 6 ୱିକେଟ ହାସଲ କରିଥିଲେ ଅଜିତ ।

ରଣଜୀରେ ରଚିଥିଲେ ଇତିହାସ: 2010ରେ କର୍ଣ୍ଣାଟକ ବିପକ୍ଷରେ ରଣଜୀ ଟ୍ରଫି ଫାଇନାଲରେ ଜବରଦସ୍ତ ବୋଲି କରିଥିଲେ । 81ରନ ଦେଇ 5ଟି ୱିକେଟ ହାସଲ କରିଥିଲେ । 338 ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା କର୍ଣ୍ଣାଟକ 331ରନରେ ଅଲଆଉଟ ହୋଇଥିଲା । 2012-13 ସଂସ୍କରଣରେ ମୁମ୍ବାଇ ଅଧିନାୟକ ଥିଲେ ଅଗରକର । ଏହା ପରେ ସମସ୍ତ ଘରୋଇ ସିଜନ ପୂର୍ବରୁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ଅଗରକର ।

ପଣ୍ଟିଂ ଓ ସଚିନଙ୍କଠୁ ଆଗରେ ଥିଲେ ଅଗରକର: ଅଜିତ 2002 25 ଜୁଲାଇରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ । ଲଡର୍ସରେ ଏପରି ରେକର୍ଡ ସଚିନ ଓ ରିଙ୍କି ପଣ୍ଟିଂଙ୍କ ଭଳି ମହାନ କ୍ରିକେଟର ମଧ୍ୟ କରି ପାରନଥିଲେ । ସବୁଠୁ କମ ଦିନିକିଆ ମ୍ୟାଚରେ 200 ୱିକେଟ ଓ 1000ରନ କରିବାରର ରେକର୍ଡ ଅଜିତଙ୍କ ନାମରେ ରହିଛି । ସେ ସାନ ପୋଲାକଙ୍କ 138 ମ୍ୟାଚର ରେକର୍ଡ ଭାଙ୍ଗି ଥିଲେ ।

ଅଜିତ ଭାରତ ପକ୍ଷରୁ 26ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । 191ଟି ଦିନିକିଆ ଓ 4ଟି ଟି-ଟ୍ବେଣ୍ଟି ଖେଳିଛନ୍ତି । ଐତିହାସିର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଶତକ ହାସଲ କରିଛନ୍ତି । ଦିନିକିଆ କ୍ରିକେଟରେ ଭାରତୀୟ ଭାବେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଅଧିକାରୀ ଅଗରକର । 2000 ମସିହାରେ ଜିମ୍ବାୱେ ବିପକ୍ଷରେ 21ବଲରୁ 50ରନ ସଂଗ୍ରହ କରିଥିଲେ । 23 ମ୍ୟାଚରୁ 50 ୱିକେଟ ନେଇ ଅଗରକର ରେକର୍ଡ କରିଛନ୍ତି ।

ସାଙ୍ଗଙ୍କ ଭଉଣୀଙ୍କୁ ଦେଇଥିଲେ ମନ: ଅଜିତ ଅଗରକରଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠୁ କମ ନୁହେଁ । ସାଙ୍ଗଙ୍କ ଭଉଣୀ ଫାତିମା ଘଡିୟାଲିଙ୍କ ଉପରେ ଫିଦା ହୋଇ ଦେଇ ବସିଥିଲେ ମନ । 2002 ମସିହା 9 ଫେବୃଆରୀରେ ଉଭୟଙ୍କ ବିବାହ ହୋଇଥିଲା । ଫାତିମା କେଏ ଏଜୁକେସନ ଆସୋସିଏସନର ସହ-ସଂସ୍ଥାପକ ଅଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ରହିଛି ତାଙ୍କ ନାମ ରାଜ ।

Last Updated : Jul 6, 2023, 6:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.