ମୁମ୍ବାଇ: ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ମୁମ୍ବାଇ ଟିମର ନେତୃତ୍ବ ନେବେ ଟିମ ଇଣ୍ଡିଆର ଟେଷ୍ଟ ଭାଇସ-କ୍ୟାପଟେନ ଆଜିଙ୍କ୍ୟ ରାହାଣେ । ସୋମବାର ସଲିଲ ଅଙ୍କୋଲାଙ୍କ ନେତୃତ୍ବରେ ଚୟନକର୍ତ୍ତା କମିଟି ୨୦ ଜଣିଆ ମୁମ୍ବାଇ ସ୍କ୍ବାଡ ଘୋଷଣା କରିଛନ୍ତି । ରାହାଣେଙ୍କୁ ଟିମର ନେତୃତ୍ବ ଭାର ମିଳିଛି । ନଭେମ୍ବର ୪ରୁ ଏହି ସମ୍ମାନ ଜନକ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଗତ ଘରୋଇ ସିଜିନରେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ଟିମର ନେତୃତ୍ବ ନେଇଥିବା ପୃଥ୍ବୀ ଶ'ଙ୍କୁ ରାହାଣେଙ୍କୁ ଡେପୁଟି ଭାବେ ଚୟନ କରାଯାଇଛି ।
ଏଲିଟ୍ ଗ୍ରୁପ୍ ବି' ରେ ଥିବା ମୁମ୍ବାଇ, କର୍ଣ୍ଣାଟକ, ସର୍ଭିସେସ୍, ବେଙ୍ଗଲ, ଛତିଶଗଡ ଓ ବରୋଦା ସହ ନଭେମ୍ବର ୪ରୁ ଗୌଗାଟୀରେ ଖେଳିବ ।
ମୁମ୍ବାଇ ସ୍କ୍ବାଡ୍: ଅଜିଙ୍କ୍ୟ ରାହାଣେ(କ୍ୟାପଟେନ), ପୃଥ୍ବୀ ଶ, ଆଦିତ୍ୟ ତାରେ, ଶିବମ ଦୁବେ, ତୁଷାର ଦେଶପାଣ୍ଡେ, ସର୍ଫରାଜ ଖାନ, ପ୍ରଶାନ୍ତ ସୋଲାଙ୍କି, ସାମସ ମୁଲାନି, ଅଥର୍ବ ଅଙ୍କୋଲେକର, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ତାମୋରେ, ମୋହିତ ଅବସ୍ଥି, ସିଦ୍ଧେଶ ଲାଡ୍, ସାଇରାଜ ପାଟିଲ, ଅମନ ଖାନ, ଅର୍ମାନ ଜାଫର, ଜସଶ୍ବୀ ଜୟଶ୍ବାଲ, ତନୁଷ କୋଟିଆନ, ଦୀପକ ସେଟ୍ଟୀ, ରୋସ୍ତାନ ଦିଆସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ