ETV Bharat / sports

ଜାନୁଆରୀ 11ରୁ ଭାରତ-ଆଫଗାନିସ୍ତାନ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ

author img

By ETV Bharat Odisha Team

Published : Nov 22, 2023, 3:37 PM IST

ଆସନ୍ତାବର୍ଷ ଜାନୁଆରୀ 11ରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳାଯିବ । ଅଧିକ ପଢନ୍ତୁ

Afghanistan to tour india
Afghanistan to tour india

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ବିଶ୍ବକପ ପରେ ଏବେ ଟି-ଟ୍ବେଣ୍ଟି ବିଶ୍ବକପ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ କ୍ରିକେଟ ଦଳ । ବିଶ୍ବକପ ପରେ ଆସନ୍ତା ଜାନୁଆରୀ 11 ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳାଯିବ । ଏନେଇ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ । ଜାନୁଆରୀ 11ରୁ 17ତାରିଖ ଯାଏ ଏହି ସିରିଜ ଖେଳାଯିବ । ବିଶ୍ବକପ ପରେ ଭାରତ ଆସନ୍ତାକାଲିଠୁ ଅଷ୍ଟ୍ରେଲିଆ ବିପକ୍ଷରେ 5ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ସିରିଜ ଖେଳିବ ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମୋହାଲିରେ ଖେଳାଯିବ । ଏହାପରେ ଦ୍ବିତୀୟ ଟ୍ବି-ଟ୍ବେଣ୍ଟି (ଜାନୁଆରୀ 14)ରେ ଇନ୍ଦୋରରେ, ତୃତୀୟ ଟି-ଟ୍ବେଣ୍ଟି ( ଜାନୁଆରୀ 17) ବେଙ୍ଗାଲୁରୁରେ ଖେଳାଯିବ । ଆସନ୍ତା ଜୁନ- ଜୁଲାଇରେ ଟି-ଟ୍ବେଣ୍ଟି ବିଶ୍ବକପ ରହିଛି । ଫଳରେ ଦିନିକିଆ କ୍ରିକେଟରୁ ନଜର ହଟି ଟି-ଟ୍ବେଣ୍ଟି ବିଶ୍ବକପ ଉପରେ ରହିଛି । ବିଶ୍ବକପ 2023ରେ ଆଫଗାନିସ୍ତାନ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ଡସକୁ ହରାଇଥିଲା । ଅଷ୍ଟ୍ରେଲିଆକୁ ମଧ୍ୟ କଡା ଟକ୍କର ଦେଇଥିଲା । ସେପଟେ ଆଫଗାନିସ୍ତାନ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଖେଳିବ । ୱେଷ୍ଟ ଇଣ୍ଡିଜରେ ଟି-20 ବିଶ୍ବକପ 2024 ନବମ ସଂସ୍କରଣ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର ରେହମାନୁଲ୍ଲା ଗୁରବାଜ, ଅସହାୟଙ୍କୁ ବଢାଇଲେ ସହାୟତା ହାତ

ଏହା ବି ପଢନ୍ତୁ...ଇତିହାସ ରଚିଲା ଆଫଗାନିସ୍ତାନ, ପ୍ରଥମ ଥର ଖେଳିବ ଚମ୍ପିଆନ୍ସ ଟ୍ରଫି

ପ୍ରକାଶ ଥାଉ କି, ଅକ୍ଟୋବର 5 ତାରିଖରୁ ଭାରତରେ କ୍ରିକେଟ ମହାକୁମ୍ଭ ବିଶ୍ବକପର 13ତମ ସଂସ୍କରଣ ଆୟୋଜିତ ହୋଇଥିଲା । ଏଥିରେ ଆୟୋଜକ ଭାରତ ସମେତ 10ଟି ଦଳ ଭାଗ ନେଇଥିଲେ । ପ୍ରତି ଦଳ 9ଟି ଲେଖାଏ ମ୍ୟାଚ ଖେଳିଥିଲେ । ଆଫଗାନିସ୍ତାନ ମୋଟ 9ଟି ମ୍ୟାଚରୁ ମାତ୍ର 4ଟି ମ୍ୟାଚ ଜିତିଥିଲା । ବାକି 5ଟି ମ୍ୟାଚରେ ପରାସ୍ତ ହୋଇ 8 ପଏଣ୍ଟ ସହ ଟେବୁଲ ଷଷ୍ଠ ସ୍ଥାନରେ ରହିଥିଲା । ଏହା ସହିତ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା । ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ୨୦୨୫ ପ୍ରଥମ ଥର ପାଇଁ ଖେଳିବ ଆଫଗାନିସ୍ତାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.