ETV Bharat / sports

ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର ରେହମାନୁଲ୍ଲା ଗୁରବାଜ, ଅସହାୟଙ୍କୁ ବଢାଇଲେ ସହାୟତା ହାତ

author img

By ETV Bharat Odisha Team

Published : Nov 13, 2023, 11:58 AM IST

Updated : Nov 13, 2023, 3:07 PM IST

ଅସହାୟଙ୍କୁ ସହାୟତା କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଆଫଗାନିସ୍ତାନ କ୍ରିକେଟର ରେହମାନୁଲ୍ଲା ଗୁରବାଜ । ଅଧିକ ପଢନ୍ତୁ

ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର ରେହମାନୁଲ୍ଲା ଗୁରବାଜ

ଅହମ୍ମଦାବାଦ: ଚଳିତ ବିଶ୍ବକପ 2023ରେ ସେମିଫାଇନାଲକୁ ପ୍ରବେଶ କରିବାକୁ ବିଫଳ ହୋଇଛି ଆଫଗାନିସ୍ତାନ । ଦଳ ଚଳିତ ବିଶ୍ବକପରେ ସେମିରେ ପ୍ରବେଶ ନକରି ମଧ୍ୟ ଭଲ ପ୍ରଦର୍ଶନ କରିଛି । ଦଳର ଜଣେ ଖେଳାଳିଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଫଗାନିସ୍ତାନ କ୍ରିକେଟର ରେହମାନୁଲ୍ଲା ଗୁରବାଜଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି । ଏହାର କାରଣ ହେଉଛି ରେହମାନୁଲ୍ଲା ଅହମ୍ମଦାବାଦ ରାସ୍ତାରେ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ତାଙ୍କର ସବୁଠି ପ୍ରଶଂସା । କଂଗ୍ରେସ ନେତା ଶଶୀ ଥରରୁ ମଧ୍ୟ ତାଙ୍କ କାର୍ଯ୍ୟକୁ ପ୍ରଶଂସା ନକରି ରହିପାରି ନାହାନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ଆଜମତୁଲ୍ଲାଙ୍କ ଲଢ଼ୁଆ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୨୪୫

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ତାର ଶେଷ ଲିଗ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ ଦଳ ପରାସ୍ତ ହେବା ସହ ବିଶ୍ବକପରୁ ଦଳର ଅଭିଯାନ ଶେଷ ହୋଇଥିଲା । ଏହି ମ୍ୟାଚ୍‌ରେ ଗୁରବାଜ 22 ବଲ୍‌ରେ 25 ରନ୍‌ କରିଥିଲେ । ମ୍ୟାଚ ପରେ ଆଫଗାନିସ୍ତାନ୍‌ ବ୍ୟାଟର ରେହମାନୁଲ୍ଲା ଅହମ୍ମଦାବାଦ ରାସ୍ତାରେ ଶୋଇଥିବା ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଶୋଇଥିବା ଲୋକଙ୍କ ପାଖରେ 500 ଟଙ୍କିଆ ନୋଟ୍‌ ରଖୁଥିବା ଦେଖିବାକୁ ମିଳିଥିଲା । ବିଶ୍ବକପ୍‌ରେ ଯଦିଓ ସଫଳ ହୋଇ ନାହାନ୍ତି, ମାତ୍ର ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ପ୍ରଶଂସା ସାଉଁଟିଛନ୍ତି । ଗୁରବାଜ ଅସହାୟଙ୍କୁ ସହାୟତା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • Just amazing act of kindness by Afghan batsman Rahmatullah Gurbaz to pavement dwellers in Ahmedabad after his last match. Far greater than any century he might score — and may he score many! Long may his career thrive, along with his heart…. pic.twitter.com/hgeBubHNzv

    — Shashi Tharoor (@ShashiTharoor) November 12, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ଶଶି ଥରୁର କ୍ରିକେଟରଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେ ତାଙ୍କର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, '' କ୍ରିକେଟରଙ୍କ ଏପରି ଦୟାଳୁ ଆଚରଣ ଅଦ୍ଭୂତ । ଶତକ ହାସଲ ଅପେକ୍ଷା ଏହା ବଡ ଅଟେ ।'' ଗରିବ ଲୋକଙ୍କ ଦୀପାବଳିକୁ ରଙ୍ଗୀନ କରିବାକୁ ଗୁରବାଜଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଗୁରବାଜ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳନ୍ତି, କେକେଆର ମଧ୍ୟ ଉକ୍ତ ଭିଡିଓକୁ ତାର ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରିଛି ।

  • अफगानिस्तान से आया एक फरिश्ता 🥹

    RJ Love Shah spotted @RGurbaz_21 near his home in Ahmedabad, quietly spreading some love ahead of Diwali, hours before the Afghanistan team returned home after their heartwarming World Cup journey ended on Friday night.

    🎥: RJ Love Shah |… pic.twitter.com/TOeUBKwXwh

    — KolkataKnightRiders (@KKRiders) November 12, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...World cup 2023: ନା ଥିଲା ଷ୍ଟାଡିୟମ ନା ମିଳିଥିଲା ସମର୍ଥନ, ଏହା ପରେ ବି ଚମ୍ପିଆନ ଦଳକୁ ଧୂଳି ଚଟାଉଛି ଆଫଗାନିସ୍ତାନ

ପ୍ରକାଶ ଥାଉ କି, ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳ ଲିଗ୍‌ ପର୍ଯ୍ୟାୟରେ 9ଟି ମ୍ୟାଚ୍‌ ଖେଳି 4ଟି ବିଜୟ ହାସଲ କରିଥିବାବେଳେ 5ଟି ମ୍ୟାଚରେ ପରାସ୍ତ ହୋଇଥିଲା । 8 ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହି ବିଶ୍ବକପରେ ଦଳ ତାର ଅଭିଯାନ ଶେଷ କରିଛି । ଏହା ସହିତ ଦଳ ଆଗାମୀ ଏସିଆନ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2023, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.