ETV Bharat / sports

ଗ୍ରାହମ ଥୋରପେ ହେଲେ ଆଫଗାନିସ୍ତାନ ଟିମର ନୂଆ ମୁଖ୍ୟ କୋଚ୍‌

author img

By

Published : Mar 30, 2022, 6:41 AM IST

ଆଫଗାନିସ୍ତାନ ପୁରୁଷ କ୍ରିକେଟ ଟିମର ନୂଆ ମୁଖ୍ୟ କୋଚ୍‌ ହୋଇଛନ୍ତି ଇଂଲଣ୍ଡର ପୂର୍ବତନ ସହକାରୀ କୋଚ୍‌ ଗ୍ରାହମ ଥୋରପେ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ମଙ୍ଗଳବାର ଏହି ଘୋଷଣା କରିଛି । ଅଧିକ ପଢନ୍ତୁ

Afghanistan Cricket Board names Graham Thorpe as team's new head coach
ଗ୍ରାହମ ଥୋରପେ ହେଲେ ଆଫଗାନିସ୍ତାନ ଟିମର ନୂଆ ମୁଖ୍ୟ କୋଚ୍‌

ହାଇଦ୍ରାବାଦ: ଆଫଗାନିସ୍ତାନ ପୁରୁଷ କ୍ରିକେଟ ଟିମର ନୂଆ ମୁଖ୍ୟ କୋଚ୍‌ ହୋଇଛନ୍ତି ଇଂଲଣ୍ଡର ପୂର୍ବତନ ସହକାରୀ କୋଚ୍‌ ଗ୍ରାହମ ଥୋରପେ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ମଙ୍ଗଳବାର ଏହି ଘୋଷଣା କରିଛି । ଫଳରେ ପୂର୍ବରୁ କୋଚ୍‌ ଥିବା ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଳୁସନେରଙ୍କ ସ୍ଥାନ ନେବେ ଥୋରପେ ।

  • Former English middle-order batter Graham Thorpe has been named as the new head coach of our national men’s cricket team. He will step up into the role of head coach ahead of the upcoming international events of Afghanistan.

    MORE: https://t.co/TrUDN3RCKJ pic.twitter.com/Xtees6hHqm

    — Afghanistan Cricket Board (@ACBofficials) March 29, 2022 " class="align-text-top noRightClick twitterSection" data=" ">

ପୂର୍ବତନ ଇଂଲିସ ମଧ୍ୟକ୍ରମ ବ୍ୟାଟ୍‌ର ଗ୍ରାହମ ଥୋରପେ ଇଂଲଣ୍ଡ ପକ୍ଷରୁ ୧୯୮୭ରୁ ୨୦୦୨ ମଧ୍ୟରେ ୧୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ୪୪.୬୬ ଆଭରେଜରେ ୬୭୪୪ ରନ୍‌ ସଂଗ୍ରହ କରିଛନ୍ତି । ଅପରାଜିତ ୨୦୦ ରନ୍‌ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଇଂଲଣ୍ଡ ପକ୍ଷରୁ ୮୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି । ODI ଫର୍ମାଟରେ ୨୧ଟି ଅର୍ଦ୍ଧଶତକ ସହିତ ୨୩୮୦ ରନ୍‌ ତାଙ୍କ ନାମରେ ରହିଛି ।

ଜାତୀୟ ଟିମର କୋଚ୍‌ ଭାବେ ମଧ୍ୟ ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରିଛନ୍ତି । ଆସେସ ସିରିଜରେ ଇଂଲଣ୍ଡର ଶୋଚନୀୟ ପରାଜୟ ପରେ ଥୋରପେଙ୍କ ସମେତ ଇଂଲଣ୍ଡର ମୁଖ୍ୟ କୋଚ୍‌ ସିଲଭରଉଡ୍‌, ନିର୍ଦ୍ଦେଶକ ଆସଲେ ଗିଲ୍‌ସଙ୍କୁ ପଦରୁ ହଟାଇଥିଲା ଇସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.