ETV Bharat / sports

ଆଫଗାନିସ୍ତାନକୁ ରକ୍ଷା କରିବାକୁ ରାଶିଦଙ୍କ ଅପିଲ୍

author img

By

Published : Aug 11, 2021, 9:14 PM IST

ତାଲିବାନ ଆକ୍ରମଣରେ ଧରାଶାୟୀ ଆଫଗାନିସ୍ତାନ । ଦେଶର ସମସ୍ତ ସୀମାକୁ ତାଲିବାନମାନେ ନିଜ ଅକ୍ତିଆରକୁ ନେବା ସହ ନୀରିହ ଲୋକଙ୍କ ହତ୍ୟା ଜାରି ରହିଛି । ଅଧିକ ପଢ଼ନ୍ତୁ...

ଆଫଗାନିସ୍ତାନକୁ ରକ୍ଷା କରିବାକୁ ରାଶିଦଙ୍କ ଅପିଲ୍
ଆଫଗାନିସ୍ତାନକୁ ରକ୍ଷା କରିବାକୁ ରାଶିଦଙ୍କ ଅପିଲ୍

କାବୁଲ: ତାଲିବାନ ଆକ୍ରମଣରେ ଧରାଶାୟୀ ଆଫଗାନିସ୍ତାନ । ଦେଶର ସମସ୍ତ ସୀମାକୁ ତାଲିବାନମାନେ ନିଜ ଅକ୍ତିଆରକୁ ନେବା ସହ ନୀରିହ ଲୋକଙ୍କ ହତ୍ୟା ଜାରି ରହିଛି । ତାଲିବାନୀ କବଳରୁ କେହି ବର୍ତ୍ତିବା ଅସମ୍ଭବ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ବିଶ୍ବର ଟାଣୁଆ ନେତାଙ୍କ ସହାୟତା ଲୋଡ଼ିଛନ୍ତି ଆଫଗାନିସ୍ତାନର ଷ୍ଟାର କ୍ରିକେଟର ରାଶିଦ ଖାନ୍ ।

  • Dear World Leaders! My country is in chaos,thousand of innocent people, including children & women, get martyred everyday, houses & properties being destructed.Thousand families displaced..
    Don’t leave us in chaos. Stop killing Afghans & destroying Afghaniatan🇦🇫.
    We want peace.🙏

    — Rashid Khan (@rashidkhan_19) August 10, 2021 " class="align-text-top noRightClick twitterSection" data=" ">

ଏହାକୁ ନେଇ ସେ ଟ୍ବିଟ୍ କରି କହିଛନ୍ତି ଯେ, "ବିଶ୍ବର ବଳିଷ୍ଠ ନେତାଙ୍କୁ ମୁଁ କହିବାକୁ ଚାହୁଁଛି । ମୋ ଦେଶର ପରିବେଶ ଅଶାନ୍ତ ହୋଇ ପଡ଼ିଛି । ପ୍ରତିଦିନ ମହିଳା, ଛୋଟ ପିଲା, ପୁରୁଷ ଶହୀଦ ହେଉଛନ୍ତି । ଘର ସମ୍ପତ୍ତି ବିପୁଳ ମାତ୍ରାରେ ନଷ୍ଟ ହେଉଛି । ଆମକୁ ଏଭଳି ଅଶାନ୍ତ ପରିବେଶରେ ଛାଡ଼ନ୍ତୁ ନାହିଁ । ଆମକୁ ରକ୍ଷା କର । ହଜାର ହଜାର ପରିବାର ବେଘର ହୋଇଛନ୍ତି । ଆଫଗାନବାସୀଙ୍କୁ ହତ୍ୟା କରନ୍ତୁ ନାହିଁ । ଆଫଗାନିସ୍ତାନକୁ ନଷ୍ଟ କରନ୍ତୁ ନାହିଁ । ଆମେ ଶାନ୍ତି ଚାହୁଁଛୁ ।"

ବର୍ତ୍ତମାନ ସୁଦ୍ଧା ତାଲିବାନ ଆଫଗାନିସ୍ତାନର ୬୫ ପ୍ରତିଶତ ଅଞ୍ଚଳ ନିଜ ଅକ୍ତିଆରକୁ ନେଇ ସାରିଲାଣି । ବର୍ତ୍ତମାନ ତାଲିବାନମାନେ କେଲଗି ମରୁଭୂମିକୁ ଅକ୍ତିଆର କରିବା ପ୍ରୟାସରେ ରହିଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଏନେଇ କୌଣସି ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ଆଫଗାନିସ୍ତାନର ନେତାଏଁ ଏହି ସମସ୍ୟାର ସମାଧାନ ନିଜେ ବାହାର କରିବାକ ଆବଶ୍ୟକ ବୋଲି ଜୋ ବାଇଡେନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.