ETV Bharat / sports

ୟୁନୁସ ଖାନଙ୍କ ଆଠ ବର୍ଷର ରେକର୍ଡ ଭାଙ୍ଗିଲେ ଆବିଦ ଅଲୀ - ସର୍ବାଧିକ ରନ୍‌ ରେକର୍ଡ

କ୍ରିକେଟର ଲମ୍ବା ଫର୍ମାଟରେ ଜିମ୍ବାୱେ ମାଟିରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ରନ୍‌ର ରେକର୍ଡ କରିଛନ୍ତି ଆବିଦ ଅଲୀ । ଅଧିକ ପଢନ୍ତୁ...

Abid Ali breaks Younis Khan's 8-year-old record in Zimbabwe
ୟୁନୁସ ଖାନଙ୍କ ଆଠ ବର୍ଷର ରେକର୍ଡ ଭାଙ୍ଗିଲେ ଆବିଦ ଅଲୀ
author img

By

Published : May 9, 2021, 8:36 PM IST

ହରାରେ: ପାକିସ୍ତାନର ପୂର୍ବତନ କ୍ୟାପଟେନ ୟୁନୁସ ଖାନଙ୍କ ଏକ 8 ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ଆବିଦ ଅଲୀ । କ୍ରିକେଟର ଲମ୍ବା ଫର୍ମାଟରେ ଜିମ୍ବାୱେ ମାଟିରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ରନ୍‌ର ରେକର୍ଡ କରିଛନ୍ତି ଆବିଦ ।

ଜିମ୍ବାୱେ ବିପକ୍ଷ ଚଳିତ ଦ୍ବିତୀୟ ଟେଷ୍ଟରେ ଆବିଦ 215 ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । ଫଳରେ ଏହି ଦ୍ବିଶତକ ତାଙ୍କୁ ଜିମ୍ବାୱେ ମାଟିରେ ପାକିସ୍ତାନ ଖେଳାଳି ଭାବେ ସର୍ବାଧିକ ରନ୍‌ ରେକର୍ଡର ଅଧିକାରୀ କରାଇଛି । ପୂର୍ବରୁ ପୂର୍ବତନ କ୍ୟାପଟେନ ୟୁନୁସ ଖାନ 2013ରେ ଜିମ୍ବାୱେରେ ଅପରାଜିତ 200 ରନ୍‌ର ଇଂନିସ ଖେଳିଥିଲେ । ମହମ୍ମଦ ୱାସିମ 1998ରେ ହରାରେ ଗ୍ରାଉଣ୍ଡରେ 192 ରନର ସହ ତାଲିକାର ତୃତୀୟରେ ରହିଛନ୍ତି ।

ପାକିସ୍ତାନ ଜିମ୍ବାୱେ ବିପକ୍ଷ ଦ୍ବିତୀୟ ତଥା ଶେଷ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି । 510/8ରେ ପାଳି ଘୋଷଣା କରିବା ପରେ ଜିମ୍ବାୱେ 52 ରନ୍‌ରେ 4 ୱିକେଟ ହରାଇ ସଙ୍କଟ ସ୍ଥିତିରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.