ହାଇଦ୍ରାବାଦ: ଦିନେଶ କାର୍ତ୍ତିକଙ୍କର ଟିମ ଇଣ୍ଡିଆକୁ କମ ବ୍ୟାକ୍ କରିବା ଘଟଣା କୌଣସି କାହାଣୀଠୁ କମ ନୁହେଁ । ଟିମ ଇଣ୍ଡିଆରେ ଫିନିସର ଭୂମିକା ଗ୍ରହଣ କରିବା ଡିକେ ପାଇଁ ଏତେ ସହଜ ନଥିଲା । ଏହା ସହିତ ଟି୨୦ ବିଶ୍ବକପ ୨୦୨୨ ରେ ଡିକେର ନାମ ସ୍କ୍ବାଡରେ ସାମିଲ ହେବା ଏହା ଡିକେ ପାଇଁ କୌଣସି ବଡ ଉପଲବ୍ଧିଠାରୁ ନୁହେଁ । ଏଥିପାଇଁ ତାଙ୍କୁ ଧର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡିଥିବା ବେଳେ ରାତି ଦୁଇଟାରୁ ଉଠି ଝାଳ ବୁହାଇବାକୁ ପଡିଥିଲା ।
ଡିକେଙ୍କର ଏହି ସଫଳତାର ଖୁଲାସା କରିଛନ୍ତି ତାଙ୍କ ପିତା କ୍କୃଷ୍ଣା କୁମାର । କାର୍ତ୍ତିକଙ୍କର କାହାଣୀ ଏକ ପ୍ରେରଣାଦାୟକ ଅଟେ । ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ପାଇଁ କାର୍ତ୍ତିକ ପ୍ରତିଜ୍ଞାବଦ୍ଧ ଥିଲେ । କାର୍ତ୍ତିକଙ୍କର ଏହି ରାସ୍ତାରେ ତାଙ୍କ ଆଶାର କିରଣ ସାଜିଥିଲେ ଅଲରାଉଣ୍ଡର ଅଭିଷେକ ନାୟର । ଗତ ତିନି ବର୍ଷରେ କାର୍ତ୍ତିକ ଯେଉଁସବୁ ପରିଶ୍ରମ କରିଥିଲେ ତାହା ସମସ୍ତଙ୍କ ସାମ୍ନାରେ ବ୍ୟକ୍ତ କରିବା ସହିତ ତାଙ୍କର ସଫଳତାର ଶ୍ରେୟ ଅଭିଷେକ ନାୟରକୁ ଦେଇଛନ୍ତି । ଏବାବଦରେ ତାଙ୍କ ପିତା କ୍କୃଷ୍ଣା କୁମାର କହିଛନ୍ତି " ଅଭିଷେକ ନାୟର ଦେବଦୂତ ସାଜି ତାଙ୍କ ଡିକେଙ୍କ ଜୀବନକୁ ଆସିଥିଲେ । ଏହାପରେ ସେ ଡିକେଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେଇଥିଲେ । ନାୟର ତାଙ୍କୁ ରାତି ୨ ଟାରୁ ଉଠାଉଥିଲେ । ତାଙ୍କୁ ପାହାଡରେ ଦୌଡାଉ ଥିଲେ । ନାୟର ଡିକେଙ୍କ ପାଇଁ ଅଭ୍ୟାସ କ୍ଷେତ୍ରେ ବନାଇ ଥିଲେ । ଦିନେଶଙ୍କ କଠିନ ରାସ୍ତାରେ ନାୟାରଙ୍କର ଭୂମିକା ଦେଖିଲେ ଲାଗୁଥିଲା ଯେମିତି ସେ ଡିକେଙ୍କୁ ଫର୍ମକୁ ଫେରାଇଆଣିବା ପାଇଁ ସଂକଳ୍ପ କରିଛନ୍ତି । ଆଜି ଯଦି ଡିକେ ଟି-୨୦ ବିଶ୍ବକପରେ ସାମିଲ ହୋଇଥାଏ ତାହାଲେ ଏହାର ଶ୍ରେୟ ଅଭିଷେକ ନାୟରକୁ ଯାଉଛି ।"
ଦିନେଶ କାର୍ତ୍ତିକ ୨୦୧୯ ଦିନିକିଆ ବିଶ୍ବକପରେ ସଦସ୍ୟ ରହିଥିଲେ । ହେଲେ ଭାରତ ସେମିଫାଇନାଲରୁ ବିଦା ହୋଇଥିଲା । ଶେଷ ଥର ପାଇଁ ବର୍ଷ ୨୦୧୯ ରେ ଜୁଲାଇରେ ଭାରତ ପାଇଁ ଖେଳିଥିଲେ ଡିକେ । ଏହାପରେ ଦିନେଶ କାର୍ତ୍ତିକଙ୍କୁ ଦଳକୁ ବାଦ ଦିଆଯାଇଥିଲା । ଆଇପିଏଲ ୨୦୨୨ RCB ତରଫରୁ ଖେଳି ନିଜର ଦମଦାର ପ୍ରଦର୍ଶନ ଦେଖାଇଥିଲେ । ଏହା ପରେ ପୁଣି ତିନି ବର୍ଷ ପରେ ଦିନେଶ କାର୍ତ୍ତିକ ଦଳକୁ ଜବରଦସ୍ତ କମବ୍ୟାକ କରିଥିଲେ । ଏହା ସହିତ ଡିକେ ୨୦୨୨ ଟି୨୦ ବିଶ୍ବକପରେ ଖେଳିବା ତାଙ୍କ ସ୍ବପ୍ନ ବୋଲି ଟ୍ବିଟ କରିଥିଲେ । ଯେତେବେଳେ ବିଶ୍ବକପ ସ୍କ୍ବାଡରେ ତାଙ୍କ ନାମ ସାମିଲ ହୋଇଥିବା ସେ ଦେଖିଥିଲେ ସେ ଭାବବିହ୍ବଳ ହୋଇପଡିଥିଲେ । ଆଉ ଟ୍ବିଟରେ ଲେଖିଥିଲେ "ସ୍ବପ୍ନ ସତ ହୁଏ ।"