ETV Bharat / sports

T20 world Cup: ବାପାଙ୍କ 6 sixes ଦେଖିଲେ ଜୁନିୟର ଯୁବରାଜ - 6 sixes in 6 balls

ବିଶ୍ବକପ ବିଜେତା ଟିମର ସଦସ୍ୟ ଯୁବରାଜ, ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ଟି ବଲ୍‌ରେ ୬ ଛକା ଲଗାଇ ବିରଳ ରେକର୍ଡ କରିଥିଲେ । ଏହି ମ୍ୟାଚ୍‌କୁ ଆଜିକୁ(ସେପ୍ଟେମ୍ବର ୧୯) ଠିକ୍‌ ୧୫ ବର୍ଷ ବିତିଥିବାବେଳେ, ବ୍ରଡ୍‌ଙ୍କୁ ପଡିଆର ବିଭିନ୍ନ ଭାଗକୁ ମାରିଥିବା ୬ଟି ଦର୍ଶନୀୟ Sixର ଭିଡିଓ ଦେଖି ସ୍ମରଣୀୟ ମ୍ୟାଚ୍‌କୁ ମନେପକାଇଛନ୍ତି ଯୁବରାଜ ।

6 sixes in 6 balls: ବାପାଙ୍କ ସହ ଐତିହାସକ ଦିନର ଭିଡିଓ ଦେଖିଲେ ଜୁନିୟର ଯୁବରାଜ

author img

By

Published : Sep 19, 2022, 5:24 PM IST

ନୂଆଦିଲ୍ଲୀ: ଟି୨୦ ବିଶ୍ବକପର ଉଦ୍‌ଘାଟନୀ ସଂସ୍କରଣ ୨୦୦୭ରେ ଖେଳାଯାଇଥିଲା । ଏହି ସଂସ୍କରଣର ଚମ୍ପିଆନ ମହେନ୍ଦ୍ର ସିଂ ଧୋନିଙ୍କ ଧୂରନ୍ଦର ଟିମ ଇଣ୍ଡିଆ ବନିଥିଲା । ତେବେ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ପାଇଁ ଏହି ବିଶ୍ବକପ ବିଶେଷ ଖାସ୍‌ ରହିଥିଲା । ବିଶ୍ବକପ ବିଜେତା ଟିମର ସଦସ୍ୟ ଯୁବରାଜ, ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ଟି ବଲ୍‌ରେ ୬ ଛକା(Yuvraj Singh relives 6 sixes in one over) ଲଗାଇ ବିରଳ ରେକର୍ଡ କରିଥିଲେ । ଏହି ମ୍ୟାଚ୍‌କୁ ଆଜିକୁ(ସେପ୍ଟେମ୍ବର ୧୯) ଠିକ୍‌ ୧୫ ବର୍ଷ ବିତିଥିବାବେଳେ, ବ୍ରଡ୍‌ଙ୍କୁ ପଡିଆର ବିଭିନ୍ନ ଭାଗକୁ ମାରିଥିବା ୬ଟି ଦର୍ଶନୀୟ Sixର ଭିଡିଓ ଦେଖି ସ୍ମରଣୀୟ ମ୍ୟାଚ୍‌କୁ ମନେପକାଇଛନ୍ତି ଯୁବରାଜ । ତେବେ ସବୁଠୁ ମଜାଦାର କଥା ହେଉଛି ଯୁବରାଜ ନିଜ ପୁଅ ଓରିଅନକୁ କୋଳରେ ଧରି ଏହି ମ୍ୟାଚ୍‌ ଦେଖିଛନ୍ତି ।

ସୋସିଆଲ ମିଡିଆରେ ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଯୁବରାଜ, ଏହି ସମୟର ଭିଡିଓ ସେୟାର କରିବା ସହ ଲେଖିଛନ୍ତି, "ସେହି ବର୍ଷ ଏହି ଦିନ, ଗୋଟିଏ ଓଭରରେ ୬ଟି ଛକାକୁ ୧୫ବର୍ଷ ବିତିଛି । ୧୫ବର୍ଷ ପରେ ଏହି ଭିଡିଓ ଏକାଠି ଦେଖିବାକୁ (ପୁଅ ଓରିଅନ) ଭଲ ପାର୍ଟନର ମିଳିଛନ୍ତି ।"

ବର୍ଷ ୨୦୦୭, ଆଜିର ଦିନରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ, ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ବ୍ୟାଟ୍‌ର ଓ ଦକ୍ଷିଣ ଆଫ୍ରିକାର ହର୍ଷଲ ଗିବ୍ସଙ୍କ(ODI) ପରେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ବିତୀୟ ବ୍ୟାଟ୍‌ର ଭାବେ ICC ଟି୨୦ ବିଶ୍ବକପ ୨୦୦୭ର ଏକ ମ୍ୟାଚ୍‌ରେ ଡର୍ବାନରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୬ଟି ଛକା ଲଗାଇଥିଲେ । ଏହା ବିଶ୍ବକପର ସୁପର ୮ ପର୍ଯ୍ୟାୟ ଥିଲା । ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇ ଉଭୟ ଭାରତ ଓ ଇଂଲଣ୍ଡ ସେମିଫାଇନାଲ ଦୌଡରେ ରହିବାକୁ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିଲେ ।

ଏହାମଧ୍ୟ ପଢନ୍ତୁ: ଏହି ଜର୍ସି ପିନ୍ଧି ଟି୨୦ ବିଶ୍ବକପରେ ଖେଳିବ ଟିମ ଇଣ୍ଡିଆ, ଦେଖନ୍ତୁ ଝଲକ୍‌

ଭାରତ ତା'ର ସୁପର ୮ର ଦ୍ବିତୀୟ ମୁକାବିଲାରେ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି କରି ୧୮ ଓଭରରେ ୧୭୧/୩ କରିଥିଲା । ଏହି ସମୟରେ କ୍ରିଜ୍‌ରେ ବ୍ୟାଟିଂ କରୁଥିବା ଯୁବରାଜ ସିଂହଙ୍କୁ କିଛି ସ୍ଲେଜିଂ କରିଥିଲେ ଇଂଲିସ ଅଲରାଉଣ୍ଡର ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍‌ । ବିଶ୍ବକପ ମ୍ୟାଚ୍‌ ହୋଇଥିବାରୁ ଫ୍ଲିଣ୍ଟଫ୍‌ଙ୍କ ସହ କିଛି କଥା କଟାକଟି ପରେ ଷ୍ଟାଡିୟମ ପରିସ୍ଥିତି ଉଷ୍ମ ହୋଇଉଠିଥିଲା । ଯୁବରାଜ ଏଥିରେ ଖୁବ ଜୋର୍‌ରେ ରାଗିଯାଇଥିଲେ ଓ ଇଂଲଣ୍ଡ ବୋଲରଙ୍କୁ ବ୍ୟାଟ୍‌ରେ ଜବାବ ଦେବାକୁ ସ୍ଥିର କଲେ । ଏହାପରେ କ୍ରିକେଟର ଛୋଟ ଫର୍ମାଟରେ ଯାହା ଘଟିଲା ତା କୌଣସି କରିସ୍ମା ଠାରୁ କମ ନଥିଲା । ଭାରତୀୟ ଇଂନିସର ୧୯ ନମ୍ବର ଓଭର ବୋଲିଂ କରିବାକୁ ଆସିଥିବା ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ୬,୬,୬,୬,୬ ମାରିଥିଲେ । ଫ୍ଲିଣ୍ଟଫ୍‌ଙ୍କ ସହ ଯୁବରାଜଙ୍କ ଯୁକ୍ତି ହୋଇଥିଲା ମାତ୍ର ବ୍ରଡ୍‌ଙ୍କ ଉପରେ ରାଗ ସୁଝାଇଦେଲେ ଭାରତୀୟ ହାର୍ଡ ହିଟିଂ ଅଲରାଉଣ୍ଡର । ଏହା ସାଙ୍ଗକୁ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରୀ ବକ୍ସରେ ସ୍ମରଣୀୟ ଶବ୍ଦ ଏବେବି କ୍ରିକେଟ ପ୍ରେମୀଙ୍କ ପାଇଁ ଅଭୁଲା ହୋଇ ରହିଛି ।

ଏହାମଧ୍ୟ ପଢନ୍ତୁ: T20 ବିଶ୍ବକପରେ ଓପନିଂ କରିବେ ବିରାଟ କୋହଲି: ରୋହିତ ଶର୍ମା

୬ଟି ଛକା ସହ ଯୁବରାଜ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ, ଏହାଥିଲା ଟି୨୦ କ୍ରିକେଟ ଇତିହାସରେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ଯାହା ମାତ୍ର ୧୨ଟି ବଲ୍‌ରୁ ଆସିଥିଲା । ପରେ ଯୁବରାଜଙ୍କ ଏହି ବିସ୍ଫୋରକ ଇଂନିସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୮ ରନ୍‌ର ବିଶାଳ ସ୍କୋର କରିଥିଲା । ଯୁବରାଜ ଏକାକୀ ୧୬ ବଲ୍‌ରୁ ୫୮ ରନ୍‌ର ଇଂନିସ ଖେଳିଥିଲେ । ଏହି ମାରାଥନ ଇଂନିସରେ ୩୬୨.୫୦ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିବା ସହ ୩ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ଓପନର ଗୌତମ ଗମ୍ଭୀରଙ୍କ ୫୮ ଓ ବୀରେନ୍ଦ୍ର ସେହ୍ବାଗଙ୍କ ୬୮ ରନ୍‌ର ଇଂନିସ ମଧ୍ୟ ମେନ୍‌ ଇନ୍‌ ବ୍ଲୁ ପାଇଁ ବଡ ସ୍କୋର କରିପାରେ ସହାୟକ ହୋଇଥିଲା ।

ଜବାବରେ ୨୧୯ ରନ୍‌ର ପିଛା କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୦ ରନ୍‌ ସଂଗ୍ରହ କରିଥିଲା । ବିକ୍ରମ ସୋଲାଙ୍କି ୪୩ ଓ କେଭିନ ପିଟରସନ ୩୯ ରନ୍‌ର ଇଂନିସ ଖେଳିଥିଲେ । ଦ୍ରୁତ ବୋଲର ଇରଫାନ ପଠାନ ୩୭ ରନ୍‌ ବ୍ୟୟରେ ୩ଟି ୱିକେଟ ଓ ଆରପି ସିଂହ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୮ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା ଟିମ ଇଣ୍ଡିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.