ETV Bharat / sports

Joginder Sharma Retired: କ୍ରିକେଟରୁ ସନ୍ନ୍ୟାସ ନେଲେ ଯୋଗିନ୍ଦର, ଟି-୨୦ ବିଶ୍ୱକପରେ ସାଜିଥିଲେ ହିରୋ - ଟି୨୦ ବିଶ୍ବକପ ୨୦୦୭

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଟି୨୦ ବିଶ୍ବକପ ୨୦୦୭ ବିଜେତାର ହିରୋ ଯୋଗିନ୍ଦର ଶର୍ମା । ଅଧିକ ପଢନ୍ତୁ

Joginder Sharma Retired
Joginder Sharma Retired
author img

By

Published : Feb 3, 2023, 4:56 PM IST

ହାଇଦ୍ରାବାଦ : କ୍ରିକେଟରୁ ଅବସର ନେଲେ ୨୦୦୭ ଟି୨୦ ବିଶ୍ବକପ ବିଜେତାର ହିରୋ ଯୋଗିନ୍ଦର ଶର୍ମା । ବର୍ଷ ୨୦୦୭ରେ ଟିମ ଇଣ୍ଡିଆ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ପ୍ରଥମ ଟି୨୦ ବିଶ୍ବକପ ହାତେଇ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଥିଲା । ଏହା ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣ ରହିଥିଲା । ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଯୋଗିନ୍ଦର ଶର୍ମାଙ୍କ ଭୂମିକା ବେଶ୍ ମହତ୍ବପୂର୍ଣ୍ଣ ରହିଥିଲା । ପାକିସ୍ତାନ ବିପକ୍ଷରେ ଭାରତ ଟି୨୦ ବିଶ୍ବକପରେ ଫାଇନାଲ ମ୍ୟାଚ ଖେଳିଥିଲା । ଫାଇନାଲ ମ୍ୟାଚ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଯୋଗିନ୍ଦର ଶର୍ମା ଦୁଇଟି ୱିକେଟ ନେଇଥିଲେ । ହେଲେ ଟି୨୦ ବିଶ୍ବକପ ବିଜୟ ପରେ ଯୋଗିନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ମିଳି ନଥିଲା । ଏବେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ଆଜି (ଶୁକ୍ରବାର) ଯୋଗିନ୍ଦର ଶର୍ମା ଟ୍ବିଟରରେ ଅବସର ନେବା ନେଇ ଘୋଷଣା କରିଛନ୍ତି । ଏନେଇ ସେ BCCI ସଚିବ ଜୟ ଶାହାଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।

  • Announced retirement from cricket Thanks to each and everyone for your love and support 🙏❤️👍👍 pic.twitter.com/A2G9JJd515

    — Joginder Sharma 🇮🇳 (@MJoginderSharma) February 3, 2023 " class="align-text-top noRightClick twitterSection" data=" ">

ହରିୟାଣାର ରୋହତକବାସିନ୍ଦା ଜୋଗିନ୍ଦର ଶର୍ମାଙ୍କ କ୍ରିକେଟ କ୍ୟାରିୟର ଲମ୍ବା ରହିନଥିଲା । ସେ ଟିମ ଇଣ୍ଡିଆ ପାଇଁ ୪ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେହିପରି ମାତ୍ର ୪ ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଯୋଗିନ୍ଦର ଶର୍ମା କ୍ରିକେଟ କ୍ୟାରିୟରର ସମସ୍ତ ଟି୨୦ ମୁକାବିଲା ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ହିଁ ଖେଳିଛନ୍ତି । ସେ ବର୍ଷ ୨୦୦୪ରେ ଟିମ ଇଣ୍ଡିଆ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ । ବର୍ଷ ୨୦୦୭ରେ ସେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ ଖେଳିଥିଲେ । ଟି୨୦ ବିଶ୍ବକପ ବିଜୟୀ ଟିମର ଏହି ସଦସ୍ୟ ଏବେ ହରିୟାଣାରେ DSP ପଦରେ କାର୍ଯ୍ୟରତ ଅଛନ୍ତି ।

ଯୋଗିନ୍ଦର ଶର୍ମା ବର୍ଷ ୨୦୦୪ ଡିସେମ୍ବର ୨୬ ତାରିଖରେ ବାଂଲାଦେଶ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ । ସେହିପରି ବର୍ଷ ୨୦୦୭ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୦୭ କଟକରେ ଶେଷ ଥର ପାଇଁ ଦିନିକିଆ ମ୍ୟାଚ ଖେଳିଥିଲେ । ସେ ଖେଳିଥିବା ୪ ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କେବଳ ଗୋଟିଏ ହିଁ ୱିକେଟ ନେଇଥିଲେ । ସେହିପରି ଟି୨୦ ବିଶ୍ବକପ ୨୦୦୭ରେ ଟି୨୦ ଫର୍ମାଟରେ ଡେବ୍ୟୁ କରିଥିଲେ ଯୋଗିନ୍ଦର । ସେ ପ୍ରଥମ ମ୍ୟାଚ ଡରବାନରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଟି୨୦ ଫର୍ମାଟରେ ଖେଳିଥିବା ୪ ଟି ମୁକାବିଲାରୁ ୪ ଟି ୱିକେଟ ଅକ୍ତିଆର କରିଥିଲେ ।

ଟି୨୦ ବିଶ୍ବକପ ୨୦୦୭ । ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତି ପାରମ୍ପାରିକ ପ୍ରତିନ୍ଦ୍ବନ୍ଦୀ ଭାରତ ବନାମ ପାକିସ୍ତାନ । ପାକିସ୍ତାନକୁ ମ୍ୟାଚ ଜିତିବା ପାଇଁ ଶେଷ ଓଭରରେ ୧୩ ରନ ଆବଶ୍ୟକ ରହିଥିଲା । କ୍ୟାପଟେନ୍ କୁଲ ଧୋନୀ ଡେଥ୍ ଓଭର ତଥା ଶେଷ ଓଭର ବୋଲିଂ କରିବାକୁ ଯୋଗିନ୍ଦର ଶର୍ମାଙ୍କୁ କହିଥିଲେ । ଯୋଗିନ୍ଦର ଶର୍ମାଙ୍କ ସାମ୍ନାରେ ମିସବା ଉଲ ହକ ଥିଲେ । ପ୍ରଥମ ବଲ ୱାଇଡ ପକାଇଥିଲେ ବୋଲର ଯୋଗିନ୍ଦର ଶର୍ମା । ଦ୍ବିତୀୟ ବଲରେ ମିସବା ଉଲ ହକ୍ ରନ ନେଇପାରିନଥିଲେ । ତୃତୀୟ ବଲ ଯୋଗିନ୍ଦର ଶର୍ମା ଫୁଲଟସ ଦେଇଥିଲେ । ଯାହା ଫଳରେ ମିସବା ତାହାକୁ ଏକ ବିଶାଳ ଛକାରେ ପରିଣତ କରିଥିଲେ । ଚତୁର୍ଥ ବଲରେ ମିସବା ସ୍କୁପ ସଟ୍ ଖେଳିଥିଲେ । ସଟ୍ ଫାଇନ ଲେଗରେ ଶ୍ରୀଶାନ୍ତ ଶର୍ମା କ୍ୟାଚ ଧରିଥିଲେ । ଏହା ପରେ ଭାରତ ଟି୨୦ ବିଶ୍ବକପରେ ୫ ରନରେ ପାକିସ୍ତାନକୁ ପରାସ୍ତ କରି ବିଶ୍ବ ଚମ୍ପିଆନ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.