ETV Bharat / sports

Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

author img

By

Published : Dec 28, 2021, 3:10 PM IST

Updated : Dec 28, 2021, 4:01 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପ୍ରଥମ ଇଂନିସ (first innings) 327 ରନ୍‌ରେ ଶେଷ । ମାତ୍ର ୩୧ ରନ୍‌ ମଧ୍ୟରେ ୫ଟି ୱିକେଟ ଓ ୧୩ ରନ୍‌ ମଧ୍ୟରେ ଶେଷ ୪ଟି ୱିକେଟ ହରାଇଛି ଭାରତ । ଅଧିକ ପଢନ୍ତୁ

1st Test, Day 3: India all out for 327 against South Africa in first innings
ସେଞ୍ଚୁରିଆନ ଟେଷ୍ଟ: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ସେଞ୍ଚୁରିଆନ(ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପ୍ରଥମ ଇଂନିସ ରନ୍‌ରେ ଶେଷ ହୋଇଛି । ବର୍ଷାଯୋଗୁଁ ଦ୍ବିତୀୟ ଦିନ ଖେଳ ସଂପୂର୍ଣ୍ଣ ବାତିଲ ହେବାପରେ ତୃତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ମାତ୍ର ୩୧ ରନ୍‌ ମଧ୍ୟରେ ୫ଟି ୱିକେଟ ଓ ୧୩ ରନ୍‌ ମଧ୍ୟରେ ଶେଷ ୪ଟି ୱିକେଟ ହରାଇଛି ଭ୍ରମଣକାରୀ ଟିମ ।

ଘରୋଇ ଟିମର ଦ୍ରୁତ ବୋଲର ଲୁଙ୍ଗି ନିଙ୍ଗିଡି ଘାତକ ବୋଲିଂ ସହ ୬ଟି ୱିକେଟ ଓ କାଗିସୋ ରବାଡା ୩ଟି ୱିକେଟ ହାତେଇଥିଲେ ।

ପ୍ରଥମ ଦିନର ଅସମାପ୍ତ ସ୍କୋର 272ରୁ ଖେଳ ଆରମ୍ଭ କରିଥିଲେ ଦୁଇ ଭାରତୀୟ ବ୍ୟାଟ୍‌ର କେଏଲ ରାହୁଲ ଓ ଅଜିଙ୍କ୍ୟ ରାହାଣେ । ପ୍ରଥମ ଦିନର ସ୍କୋର୍‌ରେ ମାତ୍ର ୬ ରନ୍‌ ଯୋଡିବା ପରେ ରାହୁଲ ପ୍ରଥମ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ । ନିଜର ଶତକୀୟ ଇଂନିସରେ ମାତ୍ର ଗୋଟିଏ ରନ୍‌ ଯୋଡି ପାରିଥିଲେ ରାହୁଲ । ପରେ ରାହାଣେ ମଧ୍ୟ ଦଳୀୟ ସ୍କୋର ୨୯୧ ଥିବାବେଳେ ବ୍ୟକ୍ତିଗତ ୪୮ ରନ୍‌ରେ ପାଭିଲିୟନ ଫେରିଥିଲେ ।

ଏହାମଧ୍ୟ ପଢନ୍ତୁ: Test Championship Points Table; ପଏଣ୍ଟ ଟେବୁଲ ଆଗରେ ଅଷ୍ଟ୍ରେଲିଆ, ଜାଣନ୍ତୁ ଭାରତ କେଉଁଠି

ପରେ ଭାରତର ସ୍କୋର ୨୯୬ ଥିବାବେଳେ ଅଶ୍ବିନ, ପନ୍ତ ଆଉଟ୍‌ ହୋଇଥିଲେ । ଶାର୍ଦ୍ଦୁଳ ଠାକୁର, ମହମମ୍ଦ ସାମିଲ ଓ ଜଶପ୍ରୀତ ବୁମରା କିଛି ବଡ ସଟ୍‌ ଖେଳିବାକୁ ପ୍ରୟାସ କରି ଆଉଟ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2021, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.