ବ୍ୟାଙ୍କକ୍:ଚଳିତ ଥାଇଲାଣ୍ଡ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମିକ୍ସଡ ଡବଲ୍ସ ଯୋଡି ସାତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଅଶ୍ବିନି ପୋନ୍ନାପ୍ପା । ଶୁକ୍ରବାର କ୍ବାର୍ଟର ମୁକାବିଲାରେ ମାଲେସିଆର ଗୋହ ଲିୟୁ ୟିଙ୍ଗ୍ ଓ ଚାନ ପେଙ୍ଗ ସୁନଙ୍କୁ ହରାଇଛନ୍ତି ଭାରତୀୟ ଯୋଡି ।
75 ମିନିଟ ଧରି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ କ୍ବାର୍ଟର ମୁକାବିଲାରେ, ଭାରତୀୟ ଯୋଡି ସାତ୍ବିକ ସାଇରାଜ ଓ ଅଶ୍ବିନି 18-21, 24-22, 22-20 ସେଟ୍ରେ ବିଜୟୀ ହୋଇଛନ୍ତି । ବିଜୟ ସହ ପରବର୍ତ୍ତୀ ସେମିଫାଇନାଲ ରାଉଣ୍ଡକୁ ଉନ୍ନୀତ ହେବାପାଇଁ ଉଭୟ ପକ୍ଷ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା । ସାତ୍ବିକ ସାଇରାଜ ଓ ଅଶ୍ବିନି ଯୋଡି ପ୍ରଥମ ସେଟ୍ରେ 18-21ରେ ପରାସ୍ତ ମଧ୍ୟ ହୋଇଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ସେଟ୍ରେ ପ୍ରଭାବୀ ପ୍ରଦର୍ଶନ ସହ ବିଜୟ ହାସଲ କରି ସେମିଫାଇନାଲ ଟିକେଟ ହାତେଇଥିଲେ ।
-
A superb win by our #TOPSAthlete Mixed Doubles duo of @satwiksairaj and @P9Ashwini who beat World #7 Chan Peng Soon and Goh Liu Ying 18-21, 24-22, 22-20 to reach the semifinal of the #ToyotaThailandOpen. This is the 1st time they have reached the SF of a Super Series 1000 event. pic.twitter.com/Y51uP8Cln8
— SAIMedia (@Media_SAI) January 22, 2021 " class="align-text-top noRightClick twitterSection" data="
">A superb win by our #TOPSAthlete Mixed Doubles duo of @satwiksairaj and @P9Ashwini who beat World #7 Chan Peng Soon and Goh Liu Ying 18-21, 24-22, 22-20 to reach the semifinal of the #ToyotaThailandOpen. This is the 1st time they have reached the SF of a Super Series 1000 event. pic.twitter.com/Y51uP8Cln8
— SAIMedia (@Media_SAI) January 22, 2021A superb win by our #TOPSAthlete Mixed Doubles duo of @satwiksairaj and @P9Ashwini who beat World #7 Chan Peng Soon and Goh Liu Ying 18-21, 24-22, 22-20 to reach the semifinal of the #ToyotaThailandOpen. This is the 1st time they have reached the SF of a Super Series 1000 event. pic.twitter.com/Y51uP8Cln8
— SAIMedia (@Media_SAI) January 22, 2021
ଗୁରୁବାର ରାଙ୍କିରେଡ୍ଡି ଓ ପୋନ୍ନପ୍ପା ଯୋଡି ଜର୍ମାନୀର ମାର୍କ ଲାମସଫୁସ ଓ ଇସାବେଲ ହେଟରିଚଙ୍କୁ ଏକତରଫା ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ