ଭାନ୍ତା(ଫିନଲାଣ୍ଡ୍): ଚଳିତ ସୁଦୀରମାନ କପ ୨୦୨୧ରେ ଭାରତ ନିରାଶ । ଟିମ ଚାଇନା ଠାରୁ ସୋମବାର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ୫-୦ରେ ପରାସ୍ତ ହୋଇଛି ଭାରତୀୟ ଟିମ ।
ଡିଫେଣ୍ଡିଂ ଚମ୍ପିଆନ ଚାଇନା ସମସ୍ତ ୫ଟି ମ୍ୟାଚ୍ରେ ଭାରତକୁ ପରାସ୍ତ କରିଛି । ଏହି ପରାଜୟ ସହିତ ଭାରତୀୟ ବ୍ୟାଡମିଣ୍ଟନ ଟିମ କ୍ବାର୍ଟର-ଫାଇନାଲରୁ ରେସ୍ରୁ ବାଦ ପଡିବା ସହ ପ୍ରତିଯୋଗିତାରୁ ବାହାର ହୋଇଛି । ବୁଧବାର ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ ଫିନଲାଣ୍ଡ ବିପକ୍ଷରେ ଖେଳିବ ଟିମ ଇଣ୍ଡିଆ ।
ଦିନର ପ୍ରଥମ ମୁକାବିଲାରେ ଲିୟୁ ଚେଙ୍ଗ୍ ଓ ଝୋଉ ହାଓଙ୍କ ଠାରୁ ଏମଆର ଅର୍ଜୁନ ଓ ଧ୍ରୁବ କପିଳ ୨୨-୨୦ ଓ ୨୧-୧୭ରେ ପରାସ୍ତ ହୋଇଥିଲେ । ଫଳରେ ଗ୍ରୁପ ଏ ଟାଇରେ ଆଗୁଆ ହୋଇଥିଲା ଚାଇନା ।
ପରେ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଅଲମ୍ପିକ ଚମ୍ପିଆନ ଚେନ ୟୁ ଫେଇ ୨୧-୯, ୨୧-୮ରେ ଅଦିତି ଭଟ୍ଟଙ୍କୁ ହରାଇଥିଲେ । ପରେ ବି ସାଇ ପ୍ରଣୀତଙ୍କୁ ୨୧-୧୦, ୨୧-୧୦ ସେଟ୍ରେ ସି ୟୁ କୁଇ ହରାଇ ନକଆଉଟ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲା ଚାଇନା ।
ପରେ ମହିଳା ଡବଲ୍ସ ଇଭେଣ୍ଟରେ ମଧ୍ୟ ଲି ୱେନ ମେଇ ଓ ଝେଙ୍ଗ ୟୁ ୨୧-୧୬, ୨୧-୧୩ରେ ଅଶ୍ବିନି ପୋନ୍ନାପ୍ପା ଓ ଏନ ସିକି ରେଡ୍ଡିଙ୍କୁ ହରାଇଥିଲେ । ଦିନର ଶେଷ ମ୍ୟାଚ୍ରେ କିଦାମ୍ବୀ ଶ୍ରୀକାନ୍ତ ଓ ଋତୁପର୍ଣ୍ଣ ଦାସଙ୍କୁ ମିକ୍ସ ଡବଲ୍ସ ଲଢେଇରେ ୨୧-୯, ୨୧-୯ରେ ପରାସ୍ତ କରିଥିଲେ ଫେଙ୍ଗ୍ ୟାନ ଝେ ଓ ଡୁ ୟୁଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ