ETV Bharat / sports

ହାଇଦ୍ରାବାଦରେ ଆରମ୍ଭ ହେଲା ବ୍ୟାଡମିଣ୍ଟନ ନ୍ୟାସନାଲ କ୍ୟାମ୍ପ୍

ଅଭ୍ୟାସକୁ ଫେରିବେ ପିଭି ସିନ୍ଧୁଙ୍କ ସମେତ ଅଲମ୍ପିକ ପ୍ରସ୍ତୁତି କରୁଥିବା 8 ବ୍ୟାଡମିଣ୍ଟନ ଖେଳାଳି । ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ ହାଇଦ୍ରାବାଦରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ବ୍ୟାଡମିଣ୍ଟନ ନ୍ୟାସନାଲ କ୍ୟାମ୍ପ୍ ।

Sindhu, Saina & 6 others Tokyo hopefuls to resume training in Hyderabad
ହାଇଦ୍ରାବାଦରେ ଆରମ୍ଭ ବ୍ୟାଡମିଣ୍ଟନ ନ୍ୟାସନାଲ କ୍ୟାମ୍ପ୍
author img

By

Published : Aug 7, 2020, 5:00 PM IST

ହାଇଦ୍ରାବାଦ: ଆଜିଠୁ (ଶୁକ୍ରବାର) ଆରମ୍ଭ ହେଲା ବ୍ୟାଡମିଣ୍ଟନ ନ୍ୟାସନାଲ କ୍ୟାମ୍ପ୍ । ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (SAI) ପକ୍ଷରୁ ନିଷ୍ପତ୍ତି ହୋଇଛି । ଅଲମ୍ପିକ ପ୍ରସ୍ତୁତି କରୁଥିବା ପିଭି ସିନ୍ଧୁଙ୍କ ସମେତ 8ଜଣ ଆଥଲେଟ ପ୍ରଥମ ପର୍ଯ୍ୟାୟରେ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ ହାଇଦ୍ରାବାଦରେ ଟ୍ରେନିଂ ଆରମ୍ଭ କରିବେ ।

ନ୍ୟାସନାଲ୍ କ୍ୟାମ୍ପ ଆରମ୍ଭ ନେଇ ଅଗଷ୍ଟ ପହିଲାରେ ତେଲେଙ୍ଗାନା ସରକାରଙ୍କ ଠାରୁ ଅନୁମତି ମିଳିଥିଲା । ଅଗଷ୍ଟ 5ରୁ କ୍ରୀଡା କାର୍ଯ୍ୟକଳାପ ଆରମ୍ଭ ନେଇ ତେଲେଙ୍ଗାନା ସରକାର ଅନୁମତି ଦେଇଥିଲେ ।

ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀରେ ଅଭ୍ୟାସ କରିବାକୁ ଥିବା 8 ଆଥଲେଟଙ୍କ ମଧ୍ୟରେ ପିଭି ସିନ୍ଧୁ, ସାଇନା ନେହୱାଲ, ଶ୍ରୀକାନ୍ତ କିଦାମ୍ବି, ଅଶ୍ବିନୀ ବୋପାନ୍ନା, ସାଇ ପ୍ରଣୀତ, ଚିରାଗ ସେଟ୍ଟୀ, ସାତ୍ତିକ ସାଇରାଜ ଓ ଏନ ସିକି ରେଡ୍ଡି ।

ତେବେ ଅଭ୍ୟାସବେଳେ, ସମସ୍ତ ଆଥଲେଟ ସାମାଜିକ ଦୂରତା ରକ୍ଷା ସହ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନର ପାଳନ କରିବେ । ଏଥିସହିତ ଏକାଡେମୀକୁ ବିଭିନ୍ନ ଜୋନରେ ବିଭକ୍ତ କରାଯିବା ସହ, କେବଳ ଖେଳାଳି ଓ କୋଚଙ୍କୁ ଅନୁମତି ମିଳିବ ।

ସର୍ଟଲର ମାନେ ଅଭ୍ୟାସକୁ ଫେରିଥିବାରୁ ଜାତୀୟ ବ୍ୟାଟମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ ଖୁସିବ୍ୟକ୍ତ କରିଛନ୍ତି । ଏଥିସହିତ ସୁରକ୍ଷିତ ଭାବେ ଏକାଡେମୀରେ ଅଭ୍ୟାସ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.