ETV Bharat / sports

ଥାଇଲାଣ୍ଡ ଓପନ ଜିତିଲା ଭାରତ

author img

By

Published : Aug 4, 2019, 3:57 PM IST

ଥାଇଲାଣ୍ଡ ଓପନ 500 ପୁରୁଷ ଡବଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଯୋଡି ସାତ୍ତିକ ସାଇରାଜ ରେଡ୍ଡି ଓ ଚିରାଗ ସେଟ୍ଟି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ରବିବାର ଭାରତୀୟ ବ୍ୟାଡମିଣ୍ଟନ ଡବଲ୍ସ ପାଇଁ ଏକ ଗୌରବମୟ ଦିନ ହୋଇଛି । ଭାରତୀୟ ବ୍ୟାଡମିଣ୍ଟନ ଯୋଡି ସାତ୍ତିକ ସାଇରାଜ ରେଡ୍ଡି ଓ ଚିରାଗ ସେଟ୍ଟି, ଥାଇଲାଣ୍ଡ ଓପନ 500 ପୁରୁଷ ଡବଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ।

Thailand Open
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଫାଇନାଲ ମୁକାବିଲାରେ ଚାଇନିଜ ଯୋଡି ଲି ଜୁନ ହୁଇ ଓ ଲିୟୁ ୟୁ ଚେନଙ୍କୁ 21-19, 18-21, 21-18 ସେଟରେ ହରାଇଛନ୍ତି ଭାରତୀୟ ଯୋଡି । ପ୍ରଥମ ସେଟକୁ ଭାରତୀୟ ଯୋଡି ଜିତିବା ପରେ 2ୟଟିକୁ ଚାଇନିଜ ଖେଳାଳି ଜିତିଥିଲେ । ଫଳରେ ରୋମାଞ୍ଚକର 3ୟ ତଥା ନିର୍ଣ୍ଣାୟକ ସେଟରେ ଶେଷ ପର୍ଯ୍ୟନ୍ତ ଛକାପଞ୍ଝା ଲାଗିରହିଥିଲା ।

Thailand Open
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ପ୍ରଥମ ଅର୍ଦ୍ଧ ବେଳକୁ ଭାରତୀୟ ଯୋଡି 11-8 ପଏଣ୍ଟରେ ଆଗୁଆ ରହିଥିଲେ । ପରେ ଚାଇନିଜ ଖେଳାଳି ଲଢୁଆ ପ୍ରଦର୍ଶନ କରିଥିଲେ । ଫଳରେ ପଏଣ୍ଟ 20-18ରେ ପହଞ୍ଚିଥିଲା । ତେବେ ଶେଷ ବିଜୟ ପଏଣ୍ଟ ସହଜରେ ହାସଲ କରି ଟାଇଟେଲ ବିଜୟୀ ହୋଇଥିଲେ ଭାରତୀୟ ଯୋଡି ସାତ୍ତିକ ସାଇରାଜ ରେଡ୍ଡି ଓ ଚିରାଗ ସେଟ୍ଟି । ଏହା ଭାରତ ପକ୍ଷରୁ ଡବଲ୍ସରେ ପ୍ରଥମ ସୁପର 500 ଟାଇଟେଲ ବିଜୟ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.