ETV Bharat / sports

ସାଇନା, ଶ୍ରୀକାନ୍ତଙ୍କ ଟୋକିଓ ଅଲମ୍ପିକ ଆଶା ଧୂଳିଶାତ

author img

By

Published : May 28, 2021, 5:35 PM IST

ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଟୋକିଓ ଅଲମ୍ପିକ୍ସ ସ୍ବପ୍ନ ଶୁକ୍ରବାର ଧୂଳିସାତ । ଅଧିକ ପଢନ୍ତୁ...

Saina, Srikanth won't compete in Olympics as qualifiers end
ସାଇନା, ଶ୍ରୀକାନ୍ତଙ୍କ ଟୋକିଓ ଅଲମ୍ପିକ ଆଶା ଧୂଳିଶାତ

ନୂଆଦିଲ୍ଲୀ: ଦୁଇ ଷ୍ଟାର ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କୁ ବଡ ଝଟକା ।

ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଟୋକିଓ ଅଲମ୍ପିକ୍ସ ସ୍ବପ୍ନ ଶୁକ୍ରବାର ଧୂଳିଶାତ ହୋଇଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଚଳିତ ବର୍ଷ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ପାଇଁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ନାହିଁ । ଏନେଇ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପରିଚାଲା ବୋର୍ଡ ଘୋଷଣା କରିବା ପରେ ସାଇନା ଓ ଶ୍ରୀକାନ୍ତଙ୍କୁ ନିରାଶ ହେବାକୁ ପଡିଛି ।

15 ଜୁନ 2021 ସୁଦ୍ଧା ଯୋଗ୍ୟତା ଅର୍ଜନ ଅବଧି ଔପଚାରିକ ଭାବେ ଶେଷ ହୋଇଛି । ଫଳରେ ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଆଉ କୌଣସି ଯୋଗ୍ୟତା ଅର୍ଜନ ଇଭେଣ୍ଟ ଖେଳାଯିବାର ନଥିବା ସ୍ପଷ୍ଟ କରିଛି BWF ।

ପିଭି ସିନ୍ଧୁ, ସାଇ ପ୍ରଣୀତ, ସାତ୍ବିକସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.