ଆଗ୍ରା: ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଆଗ୍ରା ଗସ୍ତ । ସୋମବାର ସକାଳେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତାଜମହଲ ସହ ଫଟୋ ଓ ଭିଡିଓ ସେୟାର କରିଛନ୍ତି ସାଇନା । ଏଥିସହ ସୋମବାର ସକାଳୁ ସାଇନା ଆଗ୍ରାରୁ ମଥୁରା ଅଭିମୁଖେ ଯାତ୍ରା କରିବା ସହ ବୃନ୍ଦାବନ ବୁଲିବାର କାର୍ଯ୍ୟକ୍ରମ ରହିଛି ।
![saina nehwal visited tajmahal at agra](https://etvbharatimages.akamaized.net/etvbharat/prod-images/up-agr-02-saina-reached-tajnagri-photo-7203925_21062021135415_2106f_1624263855_168.jpg)
ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ରବିବାର ସନ୍ଧ୍ୟାରେ ଆଗ୍ରା ପହଞ୍ଚିଥିଲେ । ସେଠାରେ ସାଇନା ତାଜମହଲଠୁ ଅଳ୍ପ ଦୂରରେ ଥିବା ହୋଟେଲ ଅମର ବିଲାସରେ ରହିଥିଲେ । ଦିଲ୍ଲୀରେ ଲାଲ କିଲା, କୁତୁବ ମୀନାର, ହ୍ୟୁମାୟୁଙ୍କ ମକବରା ସମେତ ଅନ୍ୟ ଦର୍ଶନୀୟ ସ୍ଥାନ ଭ୍ରମଣ କରି ତାଜନଗରୀରେ ପହଞ୍ଚିଛନ୍ତି । ଭାରତୀୟ ସ୍ମାରକୀ ସବୁ ଦର୍ଶନକୁ ନେଇ ଉତ୍ସାହିତ ରହିଛନ୍ତି ।
![saina nehwal visited tajmahal at agra](https://etvbharatimages.akamaized.net/etvbharat/prod-images/up-agr-02-saina-reached-tajnagri-photo-7203925_21062021135415_2106f_1624263855_485.jpg)
ନିଜ ଇନଷ୍ଟାଗ୍ରାମ ଓ ଫେସବୁକ୍ରେ ହୋଟେଲ ଅମର ବିଲାସରେ ଉଠାଇଥିବା ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସାଇନା ହୋଟେଲର ଟେରସରେ ଛିଡା ହୋଇଛନ୍ତି ଓ ତାଜମହଲ ନଜର ଆସୁଛି ।
ସାଇନା ରବିବାର ତାଜମହଲରେ ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ଥିବା ଦୁଇଟି ଭିଡିଓ ମଧ୍ୟ ସେୟାର କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ