ETV Bharat / sports

ଜର୍ମାନୀରେ ସାଇ ବହନ କରିବ ବ୍ୟାଡମିଣ୍ଟନ ଖେଳାଳିଙ୍କ କ୍ବାରେଣ୍ଟିନ ଖର୍ଚ୍ଚ - SAI will fund badminton players

30 ଅକ୍ଟୋବରରୁ 10 ନଭେମ୍ବର ପର୍ଯ୍ୟନ୍ତ ଦୁଇ ବ୍ୟାଡମିଣ୍ଟନ ଖେଳାଳି ଅଜୟ ଜୟରାମ ଓ ଶୁଭଙ୍କର ଦେଙ୍କ କ୍ବାରେଣ୍ଟିନ ଖର୍ଚ୍ଚ ଉଠାଇବ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ । ଅଧିକ ପଢନ୍ତୁ...

SAI will fund boarding and lodging of badminton players quarantined in Germany
ଜର୍ମାନୀରେ ବ୍ୟାଡମିଣ୍ଟନ ଖେଳାଳିଙ୍କ କ୍ବାରେଣ୍ଟିନ ଖର୍ଚ୍ଚ ବହନ କରିବ ସାଇ
author img

By

Published : Oct 30, 2020, 7:07 AM IST

ହାଇଦ୍ରାବାଦ: ମାନବିକତା ଦେଖାଇଲା ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ) । 30 ଅକ୍ଟୋବରରୁ 10 ନଭେମ୍ବର ପର୍ଯ୍ୟନ୍ତ ଦୁଇ ବ୍ୟାଡମିଣ୍ଟନ ଖେଳାଳି ଅଜୟ ଜୟରାମ ଓ ଶୁଭଙ୍କର ଦେଙ୍କ କ୍ବାରେଣ୍ଟିନ ଖର୍ଚ୍ଚ ଉଠାଇବ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ।

"ହୋଟେଲରେ ରହିବା ଓ ଖାଦ୍ୟ ବାବଦ ଖର୍ଚ୍ଚ 1.46 ଲକ୍ଷ ଟଙ୍କା ସାଇ ପକ୍ଷରୁ ଭରଣା କରାଯିବ । ଏହି ଅର୍ଥରାଶିର 90 ପ୍ରତିଶତ ଖୁବଶ୍ରୀଘ୍ର ପ୍ରଦାନ କରାଯିବ ।" ଏକ ଘୋଷଣାନାମାରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଏହା କୁହାଯାଇଛି ।

ଚଳିତ ସପ୍ତାହରେ ଦୁଇ ଖେଳାଳି ସାରବ୍ରକେନରେ ସାରଲୋରଲକ୍ସ ଓପନରେ ଖେଳିବାର ସୂଚୀ ରହିଥିଲା । ଅନ୍ୟତମ ଖେଳାଳି ଲକ୍ଷ ସେନଙ୍କ ସହ ଏହି ଜୟରାମ ଓ ଶୁଭଙ୍କର ଅଭ୍ୟାସ କରିଛନ୍ତି । ମାତ୍ର ଲକ୍ଷ ସେନ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି ।

ଜର୍ମାନୀରେ ପହଞ୍ଚିବା ପରେ ଜୟରାମ ଓ ଶୁଭଙ୍କରଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ ରହିଥିଲେ ମଧ୍ୟ, ଅଭ୍ୟାସ କରିଥିବା ଲକ୍ଷ ସେନଙ୍କ କୋଚ ଡିକେ ସେନଙ୍କ ରିପୋର୍ଟ ଅକ୍ଟୋବର 27ରେ ପଜିଟିଭ ଜଣାପଡିଛି । ଫଳରେ ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟରୁ ଓହରିବା ସହ ଖେଳାଳିଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.