ରାଇରଙ୍ଗପୁର: ଦୁଇ ଦିନିଆ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ଏକକ ବର୍ଗରେ ସମ୍ବଲପୁରର ତସିଫ ଖାନ ଚମ୍ପିଆନ ହୋଇଥିବାବେଳେ ଯୁଗଳ ବର୍ଗରେ ଆନ୍ଧ୍ରପ୍ରଦେଶ ଚମ୍ପିଆନ ହୋଇଛି। ମୁଖ୍ୟ ଅତିଥି ଭାବରେ ରାଇରଙ୍ଗପୁର DFO ଓ ସମ୍ମାନିତ ଅତିଥିଭାବରେ ସାରସକଣା ବିଧାୟକ ଡ଼ା. ବୁଢ଼ାନ ମୁର୍ମୁ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।
ରାଇରଙ୍ଗପୁର ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଇନ୍ଦ୍ରାଣୀ ଓ ଜ୍ୟୋତିଷ ଗୁପ୍ତା ସ୍ମାରକୀ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଉପ-ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଉଦ୍ଘାଟନ କରିଥିଲେ ।
ରାଇରଙ୍ଗପୁରର ଯୁବ ସମାଜସେବୀ ତଥା କ୍ରୀଡା ପ୍ରେମୀ ଅନୁରାଗ ଗୁପ୍ତା ଓ ତାଙ୍କ ପରିବାର ଦ୍ବାରା ଆୟୋଜିତ ଏହି ପ୍ରତିଯୋଗୀତାରେ ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଝାରଖଣ୍ଡ, ବାଲେଶ୍ଵର, କେନ୍ଦୁଝର, ସମ୍ବଲପୁର, କୋରାପୁଟ, ରାଉରକେଲା, ବଲାଙ୍ଗୀର ଓ ମୟୂରଭଞ୍ଜରୁ ଖେଳାଳିମାନେ ଭାଗ ନେଇଥିଲେ ।
ଗୁପ୍ତା ପରିବାରଙ୍କ ଏପରି କ୍ରୀଡା ପ୍ରତିଯୋଗିତାର ଆୟୋଜନକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ