ETV Bharat / sports

Tokyo Olympics: ବ୍ୟାଡମିଣ୍ଟନ ସେମିଫାଇନାଲରେ ପିଭି ସିନ୍ଧୁ

author img

By

Published : Jul 30, 2021, 3:01 PM IST

Updated : Jul 30, 2021, 3:13 PM IST

ଜାପାନର ଅକାନେ ୟାମାଗୁଚିଙ୍କୁ କ୍ବାର୍ଟର-ଫାଇନାଲ ମୁକାବିଲାରେ ୨୧-୧୨, ୨୨-୨୦ରେ ହରାଇ, ଟୋକିଓ ଅଲମ୍ପିକ୍‌ର ବ୍ୟାଡମିଣ୍ଟନ ସେମିଫାଇନାଲରେ ଭାରତର ଷ୍ଟାର ପିଭି ସିନ୍ଧୁ । ଅଧିକ ପଢନ୍ତୁ...

PV Sindhu Storms into semifinal of Tokyo 2020 after a win over Yamaguchi
Tokyo Olympics: ବ୍ୟାଡମିଣ୍ଟନ ସେମିଫାଇନାଲରେ ପିଭି ସିନ୍ଧୁ

ଟୋକିଓ: କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜିମାରିଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ଚଲିତ ଟୋକଓ ଅଲମ୍ପିକରେ ବ୍ୟାଡମିଣ୍ଟନ ମହିଳା ଏକକ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ । ଜାପାନର ଅକାନେ ୟାମାଗୁଚିଙ୍କୁ କ୍ବାର୍ଟର-ଫାଇନାଲ ମୁକାବିଲାରେ ୨୧-୧୨, ୨୨-୨୦ରେ ହରାଇଲେ ସିନ୍ଧୁ । ୫୬ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । କଡା ଟକ୍କର ଦେଖିବାକୁ ମିଳିଥିଲା ବିଶ୍ବ ବ୍ୟାଡମିଣ୍ଟନର ଦୁଇ ତାରକାଙ୍କ ମଧ୍ୟରେ ।

ପ୍ରଥମ ସେଟ୍‌କୁ ୨୧-୧୩ ପଏଣ୍ଟ ବ୍ୟବଧାନରେ ଜିତିବା ସହ ବିଜୟ ରାସ୍ତା ସଫା କରିଥିଲେ ସିନ୍ଧୁ । ଅନ୍ୟପଟେ କଡା ପ୍ରତିନ୍ଦ୍ବନ୍ଦ୍ବୀତା ସହ ଗୋଟିଏ ଗୋଟିଏ ପଏଣ୍ଟ ପାଇଁ ସଂଘର୍ଷ କରିଥିଲେ ଘରୋଇ ମାଟିରେ ଖେଳୁଥିବା ଅଲମ୍ପିକ ଆୟୋଜକ ଜାପାନ ଖେଳାଳି ୟାମାଗୁଚି । ଦ୍ବିତୀୟ ସେଟ୍‌ରେ ସିନ୍ଧୁଙ୍କ ବିଜୟ ସହଜ ହେବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ୟାମାଗୁଚି । ଅଧିକ ଆକ୍ରମଣାତ୍ମକ ରଣନୀତିରେ ଖେଳିବା ସହ ପରାଜିତ ହେବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଦର୍ଶାଇଥିଲେ । ଏକ ସମୟରେ ୧୨-୬ରେ ଆଗୁଥିବା ସିନ୍ଧୁଙ୍କୁ ୧୮-୨୦ରେ ପଛରେ ପକାଇଥିଲେ ୟାମାଗୁଚି । ତେବେ ଶେଷ ହସ ହସିଥିଲେ ସିନ୍ଧୁ । ୨୦-୨୦ରେ ସ୍କୋର ବରାବର ରହିଥିବାବେଳେ ଅତି ଚତୁରତାର ସହ ମ୍ୟାଚ ପଏଣ୍ଟ ହାସଲ କରିଥିଲେ ସିନ୍ଧୁ । ୨୨-୨୦ରେ ବିଜୟୀ ହୋଇ ସେମିଫାଇନାଲ ଟିକେଟ ହାସଲ କରିଥିଲେ ।

କ୍ବାର୍ଟର ମୁକାବିଲାର ଦ୍ବିତୀୟ ସେଟ୍‌ରେ ଅବିଶ୍ବସନୀୟ ୫୪ଟି ସଟ୍‌ ଅବିରତ ଉଭୟ ସିନ୍ଧୁ ଓ ୟାମାଗୁଚି ଖେଳିଥିଲେ ଓ ଏହା ୧ ମିନିଟ ୨ ସେକେଣ୍ଡ ସମୟ ନେଇଥିଲା । କେତେ ସଂଘର୍ଷପୂର୍ଣ୍ଣ ଥିଲା ଏହି ମ୍ୟାଚ ଏହା ବୟାନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2021, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.