ETV Bharat / sports

ଇଣ୍ଡୋନେସିଆ ଓପନ: ବିଜୟ ସହ ଅଭିଯାନ ଆରମ୍ଭ କଲେ ସିନ୍ଧୁ-ଶ୍ରୀକାନ୍ତ - ଇଣ୍ଡୋନେସିଆ ଓପନ

ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର 1000 ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡରେ ପାଦ ଥାପିଛନ୍ତି ପି. ଭି. ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ।

ଫାଇଲ ଫଟୋ
author img

By

Published : Jul 18, 2019, 6:45 AM IST

ଜାକର୍ତ୍ତା: ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ଟପ ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ । ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର 1000 ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡରେ ପାଦ ଥାପିଛନ୍ତି ଏହି ଦୁଇ ଖେଳାଳି ।

ମହିଳା ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରେ ଜାପାନିଜ ବ୍ୟାଡ୍‌ମିଣ୍ଟନ ଖେଳାଳି ଆୟର ଓହରିଙ୍କୁ 11-21, 21-15, 21-15 ସେଟରେ ପରାସ୍ତ କରିଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସ ବର୍ଗରେ ଶ୍ରୀକାନ୍ତ ଜାପାନର କେଣ୍ଟା ନିଶିମୋଟୋଙ୍କୁ 21-14 ଓ 21-13 ସେଟରେ ପରାସ୍ତ କରି 2ୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ତେବେ ପରବର୍ତ୍ତୀ ରାଉଣ୍ଡରେ ଏହି ଦୁଇ ଭାରତୀୟ କାହାକୁ ଭେଟିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.