ETV Bharat / sports

ମା' ଙ୍କ ଜନ୍ମଦିନରେ ସିନ୍ଧୁଙ୍କ ଗୋଲ୍ଡ ଗିଫ୍ଟ, ଦେଖନ୍ତୁ ଭିଡିଓ

ସିନ୍ଧୁଙ୍କ ଏହି ସଫଳତା ପରେ ଆମ 'ଇଟିଭି ଭାରତ' ପ୍ରତିନିଧି ସିନ୍ଧୁଙ୍କ ମାଆଙ୍କୁ ଭେଟିଥିଲେ । ତେବେ ଝିଅର ଏହି ସଫଳତାରେ ସେ ଖୁବ ଖୁସି ଥିବା କହିଛନ୍ତି । ନିଜର ଖୁସି ଜାରି କରି ସେ କହିଛନ୍ତି, "ହଁ ପ୍ରକୃତରେ ଏହା ମୋ ପାଇଁ ମୋ ଜନ୍ମଦିନର ବଡ ଉପହାର । "

ଫଟୋ ସୌଜନ୍ୟ- ଇଟିଭି ଭାରତ
author img

By

Published : Aug 25, 2019, 11:01 PM IST

ହାଇଦ୍ରାବାଦ: ବାସେଲଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ଏକମାତ୍ର ଭାରତୀୟ ଅଲମ୍ପିକ୍‌ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ସିନ୍ଧୁ । ତେବେ ଅନ୍ୟ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆଜି ଥିଲା ସିନ୍ଧୁଙ୍କ ମାଆଙ୍କର ଜନ୍ମଦିନ । ବିଜୟ ପରେ ପ୍ରତିକ୍ରିୟା ରଖଲା ସମୟରେ ସିନ୍ଧୁ ତାଙ୍କ ମାଆଙ୍କୁ ଷ୍ଟାଡିୟମରୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ତେବେ ଜନ୍ମଦିନରେ ଝିଅର ଏହି ଉପଲବ୍ଧିରେ ଖୁସି ପ୍ରକାଶ କରିଛନ୍ତି ସିନ୍ଧୁଙ୍କ ମାଆ ବିଜୟା ଲକ୍ଷ୍ମୀ । ସିନ୍ଧୁଙ୍କ ଏହି ସଫଳତା ପରେ ଆମ 'ଇଟିଭି ଭାରତ' ପ୍ରତିନିଧି ସିନ୍ଧୁଙ୍କ ମାଆଙ୍କୁ ଭେଟିଥିଲେ । ତେବେ ଝିଅର ଏହି ସଫଳତାରେ ସେ ଖୁବ ଖୁସି ଥିବା କହିଛନ୍ତି । ନିଜର ଖୁସି ଜାରି କରି ସେ କହିଛନ୍ତି, "ହଁ ପ୍ରକୃତରେ ଏହା ମୋ ପାଇଁ ମୋ ଜନ୍ମଦିନର ବଡ ଉପହାର । "

ସେହିପରି ସିନ୍ଧୁଙ୍କ ଭଉଣୀ କହିଛନ୍ତି, ସିନ୍ଧୁଙ୍କ ପ୍ରଦର୍ଶନ ଆଜି ଚମତ୍କାର ଥିଲା । ତେବେ ଏହି ସିନ୍ଧୁଙ୍କ 5ମ ପଦକ । ତେବେ ସ୍ବର୍ଣ୍ଣ ପଦକ ସହ ଜାତୀୟ ପତାକା ଉଡିବା ଓ ଜାତୀୟ ସଙ୍ଗୀତ ଗାନ ହେବା ଆମ ଖୁସିକୁ ଦ୍ବିଗୁଣିତ କରିଛି ।

ଉଲ୍ଲେଖଥାଉ କି, ରବିବାର ଫାଇନାଲ ମୁକାବିଲାରେ ରେ 21-7, 21-7 ସେଟରେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ । ତେବେ ଏହି ବିଜୟ ପାଇଁ ସିନ୍ଧୁଙ୍କୁ ମାତ୍ର 36 ମିନିଟ ସମୟ ଲାଗିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

After winning the gold, IN Hyderabad .. her family enjoyed the winning movements. Sindhu dedicated her victory to her mother vijaya laxmi and wished her a happy birthday. Later, Sindhu's family was seen celebrating the big win at home. 

bytes...

sindhu mother vijaya laxmi

sindhu elder sister divya

divya husband sriram

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.