ETV Bharat / sports

'ସଚିନଙ୍କଠୁ ଶିଖିଛି ଚାପ ଭିତରେ ଶାନ୍ତ ସ୍ବଭାବ' - ବିଶ୍ବ ଚମ୍ପିଆନ୍‌ ପ୍ରମୋଦ ଭଗତ

ପାରାଲମ୍ପିକ୍‌ ଖେଳରେ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ମ୍ୟାଚ୍‌ ସମୟରେ ନିଜର ଶାନ୍ତ ଓ ଏକାଗ୍ର ବ୍ୟବହାରର ଶ୍ରେୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଦେଇଛନ୍ତି । ଅଧିକ ପଢନ୍ତୁ...

paralympian pramod bhagat on Sachin tendulkar
'ସଚିନଙ୍କ ଠାରୁ ଶିଖିଛି ଚାପ ଭିତରେ ଶାନ୍ତ ସ୍ବଭାବ'
author img

By

Published : Sep 12, 2021, 7:43 PM IST

ନୂଆଦିଲ୍ଲୀ: ପାରାଲମ୍ପିକ୍‌ ଖେଳରେ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ମ୍ୟାଚ୍‌ ସମୟରେ ନିଜର ଶାନ୍ତ ଓ ଏକାଗ୍ର ବ୍ୟବହାରର ଶ୍ରେୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଦେଇଛନ୍ତି । ସଚିନଙ୍କ ଖେଳୁଆଡ ମନୋଭାବ ଓ ଉତ୍ତମ ବ୍ୟବହାର ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି । ବର୍ତ୍ତମାନ ବିଶ୍ବ ଚମ୍ପିଆନ୍‌ ପ୍ରମୋଦ, ଗତ ସପ୍ତାହରେ ଟୋକିଓ ପାରାଲମ୍ପିକ୍‌ର SL୩ ବର୍ଗର ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କ ବିପକ୍ଷରେ ସିଧାସେଟ୍‌ରେ ବିଜୟ ସହ ଭାରତ ପାଇଁ ବ୍ୟାଡମିଣ୍ଟନରେ ପ୍ରଥମ ପାରାଲମ୍ପିକ ସ୍ବର୍ଣ୍ଣ ପଦକ ଜିତଥିଲେ ।

୪ ବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ୩୩ବର୍ଷୀୟ ଭାରତୀୟ ଷ୍ଟାର ଖେଳାଳି ଫାଇନାଲରେ ଦ୍ବିତୀୟ ସେଟ୍‌ରେ ୮ ପଏଣ୍ଟ ପଛରେ ଥିବା ସତ୍ତ୍ବେ ଦମଦାର କମବ୍ୟାକ୍‌ ସହ ବିଜୟ ହାସଲ କରିଥିଲେ ।ପ୍ରମୋଦ PTI କୁ ସାକ୍ଷାତକାରରେ କହିଛନ୍ତି, "ମୁଁ ଛୋଟବେଳେ କ୍ରିକେଟ ଖେଳୁଥିଲି, ସେତେବେଳେ ଆମେ ଦୂରଦର୍ଶନରେ କ୍ରିକେଟ ଦେଖୁଥିଲୁ ଓ ସବୁବେଳେ ସଚିନ ତେନ୍ଦୁଲକରଙ୍କ ଶାନ୍ତ ଓ ଏକାଗ୍ରତା ସ୍ବଭାବରୁ ପ୍ରଭାବିତ ହେଉଥିଲି । କଠିନ ପରିସ୍ଥିତିର ମୁକାବିଲା ସମୟରେ ତାଙ୍କର ଉପାୟର ବହୁତ ପ୍ରଭାବ ପଡିଥିଲା ।"

"ଏହାପରେ ସଚିନଙ୍କୁ ଅନୁସରଣ କରିବାକୁ ଲାଗିଲି । ତାଙ୍କର ଖେଳ ଭାବନା ବହୁତ ପ୍ରଭାବିତ କରିଥିବାରୁ ଯେବେ, ମୁଁ ଖେଳିବା ଆରମ୍ଭ କରି, ସେ ସବୁକୁ ପାଳନ କରିବାକୁ ଚେଷ୍ଟ ଚଳାଇଲି । ଏହା ବିଶ୍ବ ଚମ୍ପିଆନସିପ ସହିତ ଅନେକ ମ୍ୟାଚ୍‌ରେ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ ସହ ବିଜୟୀ ହେବାରେ ସହାୟକ ହୋଇଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.