ହାଇଦ୍ରାବାଦ: ଭାରତୀୟ ଷ୍ଟାର ପାରା-ବ୍ୟାଡମିଣ୍ଟନ ଖେଳାଳି ମାନସୀ ଯୋଶୀ ବିଶ୍ବର ପ୍ରଖ୍ୟାତ ଟାଇମ ମାଗାଜିନର ଆଗାମୀ ପିଢିର ଜନନାୟକ(ନେକଷ୍ଟ ଜେନେରେସନ ଲିଡର୍ସ) 2020 ତାଲିକାରେ ସ୍ଥାନ ପାଇଛନ୍ତି ।

ବର୍ଷ 2019ରେ ମାନସୀ, ମହିଳା ବିଶ୍ବ ପାରା-ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ବିଜେତା ହୋଇଥିଲେ । ପରେ ସ୍ବିଜରଲାଣ୍ଡର ବାସେଲରେ ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ବିଜେତା ସହ ବିଶ୍ବ ଚମ୍ପିଆନ ହୋଇ ଇତିହାସ ରଚିଥିଲେ ପିଭି ସିନ୍ଧୁ ।
ପ୍ରାୟ ଗୋଟିଏ ବର୍ଷ ପରେ, ପାରା-ସର୍ଟଲର ମାନସୀ ପ୍ରସିଦ୍ଧ ଟାଇମ ମାଗାଜିନର କଭର ପେଜରେ ସ୍ଥାନ ପାଇଛନ୍ତି । ନ୍ୟୁୟର୍କର ଏହି ନ୍ୟୁଜ ମାଗାଜିନ ଆଗାମୀ ପିଢିର ଜନନାୟକ ତାଲିକା 20202 ଜାରି କରିଛି । ଏଥିରେ ସମଗ୍ର ବିଶ୍ବରୁ 10 ଜଣ ବ୍ୟକ୍ତି ସ୍ଥାନ ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ