ETV Bharat / sports

ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ - ଓଡିଆ ପୁଅ

ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ବାଜିମାତ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ଉଭୟ ସିଙ୍ଗଲ୍ସ ଓ ଡ଼ବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ। ଏହାସହ ଓଡିଶା ପାଇଁ ଗୌରବ ଆଣିଛନ୍ତି ସେ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : Apr 28, 2019, 11:38 PM IST

କଟକ: ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ବାଜିମାତ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ଉଭୟ ସିଙ୍ଗଲ୍ସ ଓ ଡ଼ବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ। ଏହାସହ ଓଡିଶା ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ।

ସିଙ୍ଗଲ୍ସ ଫାଇନାଲରେ ଉମେଶ ବିକ୍ରମଙ୍କୁ 24-22, 21-10 ସେଟରେ ପରାସ୍ତ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ପ୍ରମୋଦ । ପ୍ରଥମ ରାଉଣ୍ଡରେ ଜୋରଦାର ଖେଳ ପ୍ରଦର୍ଶନ କରିଥିଲେ ଉଭୟ ଖେଳାଳି । କିନ୍ତୁ ଶେଷ ପର୍ଯ୍ୟାୟରେ ଉମେଶଙ୍କୁ ଏକ ରୋମାଞ୍ଚକର ସଟ ଦେଇ ବିଜୟ ଲାଭ କରିଥିଲେ ପ୍ରମୋଦ । ସେହିପରି ଦ୍ୱିତୀୟ ରାଉଣ୍ଡରେ ହିଁ ଏକତରଫା ବିଜୟ ହାସଲ କରିଥିଲେ ପ୍ରମୋଦ ।

ତେବେ ଡ଼ବଲ୍ସ ଫାଇନାଲରେ ପ୍ରମୋଦ ଭଗତ ଓ ମନୋଜ ସରକାର ଫ୍ରାନ୍ସର ଗ୍ୟାଲି ଗୁଇଲାଉମି ଓ ମ୍ୟାଥୁ ଥୋମାସଙ୍କୁ ଭେଟିଥିଲେ । ଏଥିରେ 21-13, 21-11 ସେଟରେ ଦୁଇ ଭାରତୀୟ ଖେଳାଳି ବିଜୟୀ ହୋଇଥିଲେ । ଫଳରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ପ୍ରମୋଦ ଓ ମନୋଜଙ୍କ ଯୋଡି଼ ।

ପ୍ରମୋଦ ସିଙ୍ଗଲ୍ସରେ କ୍ରମାଗତ ସାତ ଥର ସ୍ଵର୍ଣ ପଦକ ଜିତି ପାରା ବ୍ୟାଡମିଣ୍ଟନ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଡ଼ବଲ୍ସରେ ଦୀର୍ଘ 4 ବର୍ଷ ପରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.