ETV Bharat / sports

National Para-Badminton: ଓହରିଲେ ନୋଏଡା DM ସୁହାସ ୟାଥିରାଜ - ନୋଏଡା DM ସୁହାସ ୟାଥିରାଜ

ଭୁବନେଶ୍ବରରେ ଚାଲିଥିବା ପାରା-ବ୍ୟାଡମିଣ୍ଟନ୍‌ ନ୍ୟାସନାଲ ଚାମ୍ପିଅନସିପ୍‌ରୁ(Para-Badminton Championship) ଓହରିଲେ ଟୋକିଓ ପାରାଲମ୍ପିକ୍‌ସ ରୌପ୍ୟ ବିଜେତା ଓ ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁହାସ ଏଲ୍‌ ୟାଥିରାଜ । ଅଧିକ ପଢନ୍ତୁ

Noida DM Suhas Yathiraj pulls out of 4th National Para-Badminton Championship
National Para-Badminton: ଟୁର୍ନାମେଣ୍ଟରୁ ଓହରିଲେ ନୋଏଡା DM ସୁହାସ ୟାଥିରାଜ
author img

By

Published : Dec 25, 2021, 6:50 AM IST

ଭୁବନେଶ୍ବର: ଟୋକିଓ ପାରାଲମ୍ପିକ୍‌ସ ରୌପ୍ୟ ବିଜେତା ଓ ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁହାସ ଏଲ୍‌ ୟାଥିରାଜ ଭୁବନେଶ୍ବରରେ ଚାଲିଥିବା ପାରା-ବ୍ୟାଡମିଣ୍ଟନ୍‌ ନ୍ୟାସନାଲ ଚାମ୍ପିଅନସିପ୍‌ରୁ ଓହରିଯାଇଛନ୍ତି । ଚଳିତ ପାରା-ବ୍ୟାଡ୍‌ମିଣ୍ଟନ ନ୍ୟାସନାଲ ଚାମ୍ପିଅନସିପ୍‌ରେ 'ଗୋଲ୍ଡେନ ବଏ' ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଦେଖିବାକୁ ମିଳିବ । ପାରାଲମ୍ପିକ୍‌ସରେ ପ୍ରଥମ ଭାରତୀୟ ଭାବେ ବ୍ୟାଡ୍‌ମିଣ୍ଟନ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ।

ପ୍ରମୋଦଙ୍କ ସହିତ ସୁହାସ ୟାଥିରାଜଙ୍କୁ ମଧ୍ୟ ଟୁର୍ନାମେଣ୍ଟରେ ଦେଖାଯିବା ନେଇ ଉତ୍ସାହ ରହିଥିଲା । ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ପାରା-ସର୍ଟଲର ଏହି ମେଗା ଇଭେଣ୍ଟରୁ ଓହିରଯାଇଛନ୍ତି ।

ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଚତୁର୍ଥ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌କୁ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି । ୪୦୦ରୁ ଅଧିକ ସର୍ଟଲର ଏହି ଇଭେଣ୍ଟରେ ଆକ୍ସନରେ ନଜର ଆସିବେ । ୟାଥିରାଜ ଶନିବାର ସିଧାସଳଖ କ୍ବାର୍ଟର-ଫାଇନାଲରୁ(SL4) ବର୍ଗରେ ଅଭିଯାନ ଆରମ୍ଭ କରିବା ନେଇ ସୂଚୀ ରହିଥିଲା । ମାତ୍ର ସେ ଓହରିଯାଇଥିବା ନେଇ ଘୋଷଣା କରିଛନ୍ତି । ନିକଟରେ ତାଙ୍କୁ ଭାରତ ସରକାର ସମ୍ମାନଜନକ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଭୁବନେଶ୍ୱରରେ ଚତୁର୍ଥ ନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଆରମ୍ଭ

ତେବେ ଶନିବାର ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, କ୍ରୀଷ୍ଣା ନାଗର, ମନୋଜ ସରକାର, ସୁକାନ୍ତ କଦମ, ପାରୁଲ ପରମାର, ମାନଷୀ ଜୋଷୀ, ପଲକ କୋହଲି, ତରୁଣ ଧିଲନ, ପ୍ରେମ କୁମାର ଏଲେ, ରାଜ କୁମାର ଓ ଅନ୍ୟ ସର୍ଟଲର ଆକ୍ସନରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.