ETV Bharat / sports

ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିଲା 1 କୋଟି 10 ଲକ୍ଷର ପ୍ରୋତ୍ସାହନ ରାଶି - LIC cash prize

ଗୋଲ୍ଡେନ୍‌ ବୟ ପ୍ରମୋଦ ଭଗତଙ୍କୁ 1 କୋଟି 10 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲା ଭାରତୀୟ ଜୀବନ ବୀମା ନିଗମ(LIC) । ଅଧିକ ପଢନ୍ତୁ...

LIC facilitate Golden boy pramod bhagat with cash prize
ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ 1 କୋଟି 10 ଲକ୍ଷର ପ୍ରୋତ୍ସାହନ ରାଶି ଦେଲା LIC
author img

By

Published : Nov 6, 2021, 6:18 PM IST

ସମ୍ବଲପୁର: ଗୋଲ୍ଡେନ୍‌ ବୟ ପ୍ରମୋଦ ଭଗତଙ୍କୁ 1 କୋଟି 10 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲା ଭାରତୀୟ ଜୀବନ ବୀମା ନିଗମ(LIC) । ସମ୍ବଲପୁର ବୁଢ଼ାରାଜା ଅଞ୍ଚଳସ୍ଥିତ LIC କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଏହି ଚେକ୍‌ ଆକାରରେ ଏହି ରାଶି ପ୍ରଦାନ କରାଯାଇଛି ।

ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ 1 କୋଟି 10 ଲକ୍ଷର ପ୍ରୋତ୍ସାହନ ରାଶି ଦେଲା LIC

ଟୋକିଓ ପାରା ଅଲମ୍ପିକ ବ୍ୟାଡ୍‌ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିବାରୁ ପ୍ରମୋଦଙ୍କୁ ସମ୍ବଲପୁର ବୁଢ଼ାରାଜାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ LIC ତରଫରୁ ସମ୍ବର୍ଦ୍ଧନା ସାଙ୍ଗକୁ 1 କୋଟି 10 ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି ।

ଭାରତୀୟ ଜୀବନ ବୀମା ନିଗମ ସବୁ ସମୟରେ ଲୋକଙ୍କ ସହ ରହିଛି ଏବଂ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇ ଆସିଛି ବୋଲି ଅଧିକାରୀମାନେ କହିଥିଲେ । କ୍ରୀଡା ସହ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଜୀବନ ବୀମା ନିଗମର ସମାଜ ପ୍ରତି ଯଥେଷ୍ଟ ଅବଦାନ ରହିଥିବା LIC ପକ୍ଷରୁ କୁହାଯାଇଛି।

ଏହି ଅବସରରେ ପ୍ରମୋଦ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ବିଶ୍ବସ୍ତରରେ ସୁନାମ ସ୍ବୀକୃତି ସହ ଦେଶ ଓ ରାଜ୍ୟର ଆର୍ଥିକ ସହାୟତା ଖେଳାଳିଙ୍କ ମନୋବଳକୁ ଆହୁରି ଦୃଢ଼ କରିଥାଏ । ଆଗକୁ ମଧ୍ୟ ସେ ନିଜ ଖେଳ ମାଧ୍ୟମରେ ରାଜ୍ୟ ତଥା ଦେଶ ପାଇଁ ଖ୍ୟାତି ଆଣିବେ ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.