ETV Bharat / sports

କୋରିଆ ଓପନ: କ୍ବାର୍ଟରରେ କଶ୍ୟପ - ପାରୁପଲ୍ଲୀ କଶ୍ୟପ

ଭାରତୀୟ ସଟଲର ପାରୁପଲ୍ଲୀ କଶ୍ୟପ କୋରିଆ ଓପନର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ମାଲେସିଆର ଡାରେନ ଲିୟୁଙ୍କୁ 21-17, 11-21 ଓ 21-12 ସେଟରେ ପରାସ୍ତ କରିଛନ୍ତି ।

ପାରୁପଲ୍ଲୀ କଶ୍ୟପ
author img

By

Published : Sep 26, 2019, 10:12 PM IST

ହାଇଦ୍ରାବାଦ: ଭାରତୀୟ ସଟଲର ପାରୁପଲ୍ଲୀ କଶ୍ୟପ କୋରିଆ ଓପନର କ୍ବାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ବର୍ଗରେ କଶ୍ୟପ, ମାଲେସିଆର ଡାରେନ ଲିୟୁଙ୍କୁ 21-17, 11-21 ଓ 21-12 ସେଟରେ ପରାସ୍ତ କରିଛନ୍ତି ।

ମ୍ୟାଚ 56 ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ସେଟକୁ କଶ୍ୟପ ଜିତିବା ପରେ 2ୟ ଟିରେ ମାଲେସିଆ ଖେଳାଳି ବିଜୟ ହୋଇଥିଲେ । ତେବେ 3ୟ ତଥା ନିର୍ଣ୍ଣାୟକ ସେଟରେ ଏକତରଫା ବିଜୟ ହାସଲ କରିଥିଲେ କଶ୍ୟପ ।

ଇଣ୍ଡୋନେସିଆର ଆନ୍ଥୋନି ସିନିସୁକା ଗିଟିଙ୍ଗ ଓ ଡେନମାର୍କର ଜାଓ ଓ ଜର୍ଜନସେନ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚର ବିଜେତାଙ୍କ ସହ କ୍ବାର୍ଟର ଫାଇନାଲରେ କଶ୍ୟପଙ୍କ ଲଢେଇ ହେବ ।

ପୂର୍ବରୁ ପିଭି ସିନ୍ଧୁ ଓ ସାଇନା ନେହୱାଲ ପ୍ରଥମ ରାଉଣ୍ଡରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି । ସିନ୍ଧୁ 7-21, 24-22, 15-21 ସେଟରେ ସଂଯୁକ୍ତ ରାଷ୍ଟ୍ର ସର୍ଟଲର ବେୱିନ ଝାଙ୍ଗଙ୍କ ଠାରୁ ପରାଜିତ ହୋଇଥିଲେ । ସେହିପରି ସାଇନା 21-19, 18-21 ସେଟରେ ଦକ୍ଷିଣ କୋରିଆର କିମ ଗା ୟୁନଙ୍କ ଠାରୁ ପରାଜିତ ହୋଇଥିଲେ । ବିଶ୍ବ ଚମ୍ପିଆନସିପ ପୁରୁଷ ସିଙ୍ଗଲ୍ସ ବର୍ଗରେ ବ୍ରୋଞ୍ଜ ବିଜେତା ବି ସାଇ ପ୍ରଣୀତ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇ ସାରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.