ETV Bharat / sports

ଘରକୁ ଫେରିଲେ ପ୍ରଥମ ଓଡିଆ ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତ

author img

By

Published : Nov 24, 2021, 9:01 PM IST

ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତ(Pramod Bhagat)ଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ । ରାଜ୍ୟବାସୀଙ୍କ ଅଜସ୍ର ଭଲପାଇବା ଯୋଗୁଁ ସଫଳତା ସମ୍ଭବ ହୋଇପାରିଛି କହିଲେ ଓଡିଆ ପାରାଆଥଲେଟ୍‌ । ଅଧିକ ପଢନ୍ତୁ

khel ratna awardee Pramod Bhagat receives warm welcome at Bhubaneswar airport
ରାଜ୍ୟବାସୀଙ୍କୁ ସଫଳତାର ଶ୍ରେୟ ଦେଲେ ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତ

ଭୁବନେଶ୍ବର: ରାଜ୍ୟବାସୀଙ୍କ ଅଜସ୍ର ଭଲପାଇବା ଯୋଗୁଁ ସଫଳତା ସମ୍ଭବ ହୋଇପାରିଛି କହିଲେ ଓଡିଆ ପାରାଆଥଲେଟ୍‌ ପ୍ରମୋଦ ଭଗତ । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ (Khel Ratna Award) ପୁରସ୍କାରରେ ସମ୍ମାନିତ ହେବାପରେ ପ୍ରମୋଦ ଭଗତ ଓଡିଶା ଫେରିଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ପ୍ରମୋଦଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ କରିଛନ୍ତି ପ୍ରଶଂସକ ।

ଘରକୁ ଫେରିଲେ ପ୍ରଥମ ଓଡିଆ ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତ

ବିରାଟ ପଟୁଆର ସହ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଓଡିଶାବାସୀଙ୍କ ସ୍ନେହ ଶ୍ରଦ୍ଧା ଭଲପାଇବାକୁ ପାଥେୟ କରି ଏ ସଫଳତା ମିଳିଥିବା କହିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ଗୋଲ୍ଡେନ ବଏ ପ୍ରମୋଦ ।

ଏହା ମଧ୍ୟ ପଢନ୍ତୁ: ନୀରଜ, ପ୍ରମୋଦଙ୍କ ସମେତ 12ଜଣଙ୍କୁ ଖେଳରତ୍ନ, ଅର୍ଜୁନ ଆୱାର୍ଡ ପାଇଲେ 35 ଖେଳାଳି

ପରିବାର ସହ ଓଡିଶାବାସୀଙ୍କୁ ସଫଳତାର ଶ୍ରେୟ ଦେଇଥିବା ବେଳେ ଆହୁରି ପରିଶ୍ରମ ସହ ରାଜ୍ୟ ଓ ଦେଶକୁ ଅଧିକ ଗର୍ବିତ କରିବେ ବୋଲି ସେ କହିଛନ୍ତି । ଏଥିସହ ପାରା ଆଥଲେଟଙ୍କୁ ଓଡିଶା ସରକାରଙ୍କ ନିଯୁକ୍ତି ନିଷ୍ପତିକୁ ପ୍ରମୋଗ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Para-Badminton International: ପ୍ରମୋଦଙ୍କୁ ୩, ପଦକ ପୋଛି ନେଲା ଟିମ୍‌ ଇଣ୍ଡିଆ

ଏହି ନିଷ୍ପତ୍ତି ଖେଳାଳିଙ୍କୁ ଅଧିକ ପ୍ରେରିତ କରିବ ବୋଲି ପ୍ରମୋଦ କହିଛନ୍ତି ।

ପୂର୍ବରୁ ଖେଳରତ୍ନ ପୁରସ୍କାରର ନାମ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାରର ନାମ ବଦଳାଇ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନେଇ ଘୋଷଣା କରିଥିଲେ । ପ୍ରଥମ ଓଡିଆ ଭାବେ ପ୍ରମୋଦ ଭଗତଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ପୂର୍ବରୁ କୌଣସି ଓଡିଆ ଖେଳାଳିଙ୍କୁ ଏହି ପୁରସ୍କାର ମିଳିନଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.