ହାଇଦ୍ରାବାଦ: ଏକ ମିଡିଆ ରିପୋର୍ଟ ଅନୁସାରେ ପିଭି ସିନ୍ଧୁ ପାରିବାରିକ କଳହ କାରଣ ଯୋଗୁଁ ଜାତୀୟ ଶିବିରକୁ ଅଧାରେ ଛାଡି ଲଣ୍ଡନ ଯାଇଛନ୍ତି । ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ସିନ୍ଧୁଙ୍କ ବାପା ପିଭି ରମଣ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ପିଭି ସିନ୍ଧୁଙ୍କ ବାପା କହିଛନ୍ତି ସିନ୍ଧୁ GSSI(Gatorade Sports Science Institute) ସହ ଯୋଗ ଦେବାକୁ ଲଣ୍ଡନ ଯାଇଛନ୍ତି ।
-
Also I do not have any issues with my coach Mr Gopichand or the training facilities at the academy
— Pvsindhu (@Pvsindhu1) October 20, 2020 " class="align-text-top noRightClick twitterSection" data="
">Also I do not have any issues with my coach Mr Gopichand or the training facilities at the academy
— Pvsindhu (@Pvsindhu1) October 20, 2020Also I do not have any issues with my coach Mr Gopichand or the training facilities at the academy
— Pvsindhu (@Pvsindhu1) October 20, 2020
ତେବେ ସିନ୍ଧୁଙ୍କ ବାପା ତଥା ପୂର୍ବତନ ଜାତୀୟ ଭଲିବଲ ଖେଳାଳି ପିଭି ରମଣ ଇଟିଭି ଭାରତ ସହ ଫୋନ ଯୋଗେ ଆଲୋଚନା ବେଳେ କରିଛନ୍ତି ଯେ, ସମସ୍ତ କଥା ଅର୍ଥହୀନ । ସେ ଲଣ୍ଡନରେ Gatorade Sports Science Instituteରେ ନିଜର ସ୍ବାସ୍ଥ୍ୟ ଓ NRSଟେଷ୍ଟ ପାଇଁ ଯାଇଛନ୍ତି । କିପରି ଏମିତି କେହି ଅପପ୍ରଚାର କରିଛି ।
-
I came to London a few days back to work on my nutrtion and recovery needs with GSSI. Infact I have come here with the consent of my parents and absolutely they were no family rifts in this regard. pic.twitter.com/zQb81XnP88
— Pvsindhu (@Pvsindhu1) October 20, 2020 " class="align-text-top noRightClick twitterSection" data="
">I came to London a few days back to work on my nutrtion and recovery needs with GSSI. Infact I have come here with the consent of my parents and absolutely they were no family rifts in this regard. pic.twitter.com/zQb81XnP88
— Pvsindhu (@Pvsindhu1) October 20, 2020I came to London a few days back to work on my nutrtion and recovery needs with GSSI. Infact I have come here with the consent of my parents and absolutely they were no family rifts in this regard. pic.twitter.com/zQb81XnP88
— Pvsindhu (@Pvsindhu1) October 20, 2020
ତେବେ ମିଡିଆ ହାଉସରେ ସିନ୍ଧୁଙ୍କୁ ନେଇ ଏପରି ଅପପ୍ରଚାର ପରେ ସେ ଟ୍ବିଟ କରି କହିଛନ୍ତି ଯେ, ମୁଁ କିଛି ଦିନ ତଳେ ଲଣ୍ଡନ ଆସିଥିଲି ଓ GSSI ସହ ନିଜର ନ୍ୟୁଟ୍ରିସନ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାମ ପାଇଁ ଆସିଛି । ଏଠାକୁ ମା ବାପାଙ୍କ ସହମତି ନେଇ ଆସିଛି । ଏନେଇ ମୋ ପରିବାରରେ କିଛି କଳହ ନାହିଁ ।

ସିନ୍ଧୁଙ୍କୁ ଜାତୀୟ ଶିବିରର ପର୍ଯ୍ୟାପ୍ତ ସୁବୁଧା ମିଳୁ ନଥିବା ଖବର ଆସିଥିଲା । ଏନେଇ 25 ବର୍ଷୀୟ ସିନ୍ଧୁ କହିଛନ୍ତି ଯେ, ମୋର କୋଚ ଶ୍ରୀ ଗୋପିଚନ୍ଦ ଓ ଏକାଡେମୀରେ କୋଚିଂକୁ ନେଇ କୌଣସି ସମସ୍ୟା ନାହିଁ ।
ବିଶ୍ବ ଚମ୍ପିଆନ ସିନ୍ଧୁ କିଛିଦିନ ତଳେ ଡେନମାର୍କ ଓପନରୁ ଓହରି ଯାଇଥିଲେ । ସେ ଏସିଆ ଓପନରେ ପୁଣି କୋର୍ଟକୁ ଫେରିବେ । ଏହି ଟୁର୍ଣ୍ଣାମେଣ୍ଟ 12-17 ଜାନୁଆରୀ ମଧ୍ୟରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ