ETV Bharat / sports

ଓଡିଆ ଖେଳାଳିଙ୍କ ପ୍ରତିଭାରେ ଫିଦା ଇଂଲଣ୍ଡ କୋଚ, ପଠାଇଲେ ରାକେଟ ଓ ଜର୍ସି

ଓଡିଆ ଯୁବକ ପ୍ରୀତିଶ ଭୋଇଙ୍କ ବ୍ୟାଡ଼ମିଣ୍ଟନ ପ୍ରତିଭାରେ ମୁଗ୍ଧ ଇଂଲଣ୍ଡ କୋଚ ଲୁକମାନ ଖାନ । ଇଂଲଣ୍ଡରୁ ପଠାଇଲେ ବ୍ୟାଡ଼ମିଣ୍ଟନ ରାକେଟ ଓ ଜର୍ସି । ଅଧିକ ପଢନ୍ତୁ

author img

By

Published : Nov 23, 2021, 9:50 AM IST

ଓଡିଆ ଖେଳାଳିଙ୍କ ପ୍ରତିଭାରେ ଫିଦା ଇଂଲଣ୍ଡ କୋଚ, ପଠାଇଲେ ରାକେଟ ଓ ଜର୍ସି
ଓଡିଆ ଖେଳାଳିଙ୍କ ପ୍ରତିଭାରେ ଫିଦା ଇଂଲଣ୍ଡ କୋଚ, ପଠାଇଲେ ରାକେଟ ଓ ଜର୍ସି

ବରଗଡ଼: ଓଡିଆ ଯୁବକ ପ୍ରୀତିଶ ଭୋଇଙ୍କ ବ୍ୟାଡ଼ମିଣ୍ଟନ ପ୍ରତିଭାରେ ମୁଗ୍ଧ ଇଂଲଣ୍ଡ କୋଚ ଲୁକମାନ ଖାନ । ଏହି ବିଦେଶୀ କୋଚ ପ୍ରୀତିଶଙ୍କ ପ୍ରତିଭାକୁ ଦେଖି ତାଙ୍କ ପାଇଁ ଏକ ବ୍ୟାଡ଼ମିଣ୍ଟନ ରାକେଟ ଓ ଏକ ଜର୍ସି ଉପହାର ସ୍ୱରୂପ ପଠାଇଛନ୍ତି ।

ଓଡିଆ ଯୁବକଙ୍କ ପ୍ରତିଭାରେ ମୁଗ୍ଧ ଇଂଲଣ୍ଡ କୋଚ: ରାକେଟ ଓ ଜର୍ଷି ପଠାଇଲେ
ବରଗଡ ଜିଲ୍ଲା ସଦର ବ୍ଲକର ସରସରା କଣ୍ଟାଟିକିରା ଗାଁର 21 ବର୍ଷୀୟ ଯୁବକ ପ୍ରୀତିଶ । ସେ ଚତୁର୍ଥ ଶ୍ରେଣୀରୁ ବ୍ୟାଡ଼ମିଣ୍ଟନ ଖେଳର ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ପ୍ରତିଭା ବଳରେ ପ୍ରୀତିଶ ଆଜି ଦେଶଠୁ ବିଦେଶ ସବୁଠି ନାଁ କମାଇପାରିଛନ୍ତି । ପ୍ରୀତିଶ ବିଭିନ୍ନ ସମୟରେ ରାଜ୍ୟ ତଥା ଅନ୍ତର୍ଜାତୀୟ ସ୍ତରରେ ମ୍ୟାଚ ଖେଳି ପୁରସ୍କୃତ ହୋଇଛନ୍ତି । ଏବେ କିନ୍ତୁ ତାଙ୍କ ପ୍ରତିଭା ସ୍ବତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି । କିଛିଦିନ ତଳେ ତାଙ୍କ ବ୍ୟାଡ଼ମିଣ୍ଟନ ଖେଳ ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରଠୁଁ ତାଙ୍କ ନିକଟକୁ ଦେଶ ତଥା ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏପରି ଇଂଲଣ୍ଡର ବରିଷ୍ଠ ବ୍ୟାଡ଼ମିଣ୍ଟନ କୋଚ୍ଲୁ ଲୁକମାନ ଖାନ ପ୍ରୀତିଶଙ୍କ ଭାଇରାଲ ଭିଡ଼ିଓ ଦେଖି ବେଶ ପ୍ରଶଂସା କରିବା ସହ ପ୍ରୀତିଶଙ୍କ ପାଇଁ ଏକ ବ୍ୟାଡ଼ମିଣ୍ଟନ ରାକେଟ ଓ ଜର୍ସି ପଠାଇଛନ୍ତି । ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ମୁଣ୍ଡର ଝାଳ ତୁଣ୍ଡରେ ପଡିବା ପର୍ଯ୍ୟନ୍ତ ଖେଳଭ୍ୟାସ ଜାରି ରଖିଥିବା ପ୍ରୀତିଶଙ୍କ ଲକ୍ଷ ତାଙ୍କୁ ଆଜି ସ୍ୱତନ୍ତ୍ର କରିପାରିଛି । ତାଙ୍କର ଦିନ ରାତି ଖେଳ ପ୍ରତି ଆଗ୍ରହକୁ ଏବଂ ଜନ୍ମମାଟି ପାଇଁ ଆଣୁଥିବା ଗୌରବ ପାଇଁ ପରିବାର ସହ ଅଞ୍ଚଳବାସୀ ବେଶ ଗର୍ବ ଅନୁଭବ କରୁଛନ୍ତି । ତେବେ ଟୋକିଓ ପାରା ଅଲିମ୍ପିକ୍ସରେ ବରଗଡର ପୁଅ ପ୍ରମୋଦ ଭଗତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ପ୍ରୀତିଶ ମଧ୍ୟ ସେହିପରି ନାମ କମାଇବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.