ETV Bharat / sports

ଚାଇନା ଓପନ: ଟାଇଟଲ ଜିତିଲେ କାରୋଲିନା ମାରିନ

author img

By

Published : Sep 22, 2019, 5:26 PM IST

ଚାଇନା ଓପନ 2019ରେ ରିଓ ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ କାରୋଲିନା ମାରିନ ତାଇୱାନର ତାଇ ୟୁ ୟିଙ୍ଗଙ୍କୁ ହରାଇ ଟାଇଟେଲ ହାତେଇଛନ୍ତି ।

ଫଟୋ ସୌଜନ୍ୟ: twitter@CarolinaMarin

ହାଇଦ୍ରାବାଦ: ଇତିହାସ ରଚିଲେ ସ୍ପାନିସ ସର୍ଟଲର କାରାଲିନା ମାରିନ । ଆଣ୍ଠୁରେ ଆଘାତ କାରଣରୁ ଦୀର୍ଘ 8 ମାସ କାରୋଲିନା କୋର୍ଟରୁ ବାହାରେ ରହିଥିଲେ । ତେବେ ଚାଇନା ଓପନରେ ଜବରଦସ୍ତ କମବ୍ୟାକ କରିଛନ୍ତି ବିଶ୍ବ ମାନ୍ୟତାର ପୂର୍ବତନ 1ନଂ ଖେଳାଳି କାରୋଲିନା ମାରିନ ।

ଚାଇନା ଓପନ 2019 ମହିଳା ସିଙ୍ଗଲ୍ସ ବର୍ଗରେ ତାଇୱାନର ତାଇ ୟୁ ୟିଙ୍ଗଙ୍କୁ ହରାଇଛନ୍ତି । ରିଓ ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ କାରୋଲିନା ପ୍ରଥମ ସେଟରେ 14-21ରେ ପରାସ୍ତ ହେବା ପରେ, ପରବର୍ତ୍ତୀ 2ଟି ସେଟକୁ 21-17, 21-18ରେ ଜିତିନେଇଥିଲେ । ଫଳରେ ଆହତ ସମସ୍ୟାରୁ ଫେରିବା ପରେ କାରୋଲିନାଙ୍କର ଏହା ପ୍ରଥମ ଟାଇଟେଲ ବିଜୟ ହୋଇଛି ।

3ଥରର ବିଶ୍ବ ଚମ୍ପିଆନ କାରୋଲିନା ଏହି ଟାଇଟେଲ ବିଜୟ ପରେ ଭାବବିହ୍ବଳ ହୋଇଥିଲେ । ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲାରେ ଜାପାନର କେଣ୍ଟୋ ମୋମତା, ଇଣ୍ଡୋନେସିଆର ଆନ୍ଥୋନି ସିନିସୁକା ଗିଣ୍ଟିଙ୍ଗଙ୍କୁ 19-21, 21-17, 21-19 ସେଟରେ ହରାଇ ଟାଇଟେଲ ବିଜେତା ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.