ବାଲି(ଇଣ୍ଡୋନେସିଆ): ଦୁଇ ଥରର ଅଲମ୍ପିକ ପଦକ ବିଜେତା ସର୍ଟଲର ପିଭି ସିନ୍ଧୁ, ଗୁରୁବାର ଚଳିତ BWF ୱାର୍ଲ୍ଡ ଟୁର୍ ଫାଇନାଲ( World Tour Finals)ର ସେମି-ଫାଇନାଲରେ ପ୍ରବେଶ କରିଛନ୍ତି ।
ଜର୍ମାନର ବ୍ୟାଡ୍ମିଣ୍ଟନ ଖେଳାଳି ୟଭନେ ଲି ଇନ୍ଙ୍କୁ ସିଧା ସେଟ୍ ୨୧-୧୦ ଓ ୨୧-୧୩ରେ ହରାଇଛନ୍ତି ସିନ୍ଧୁ । ଏହି ମ୍ୟାଚ୍ ୩୧ ମିନିଟ୍ ଧରି ଖେଳାଯାଇଥିବା ବେଳେ ଏକତରଫା ବିଜୟ ହାସଲ କରିଛନ୍ତି ଭାରତୀୟ ଷ୍ଟାର ସର୍ଟଲର ସିନ୍ଧୁ । ଏହାପୂର୍ବରୁ ଡେନମାର୍କର ଲିନ କ୍ରୀଷ୍ଟୋଫର୍ସନଙ୍କୁ ୨୧-୧୪, ୨-୧୬ ସେଟ୍ରେ ସିନ୍ଧୁ ବୁଧବାର ପରାସ୍ତ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ଭାରତର ଅଞ୍ଜୁ ବବି ଜର୍ଜଙ୍କୁ ‘ୱିମେନ ଅଫ ଦି ଇୟର’ ସମ୍ମାନ
ତେବେ ଚଳିତ ଟୁର୍ନାମେଣ୍ଟର ପୁରୁଷ ଏକକ ଇଭେଣ୍ଟରେ ଶ୍ରୀକାନ୍ତ ଦ୍ବିତୀୟ ଗ୍ରୁପ୍ ବି ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି । ଏଥିସହ ଭାରତୀୟ ପୁରୁଷ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରେଙ୍କିରେଡ୍ଡିଙ୍କ ଅଭିଯାନ ମଧ୍ୟ ଶେଷ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ